ଆରମ୍ଭ ହେଲା ବରିଷ୍ଠ ପୋଲିସ ସମ୍ମିଳନୀ; ଉଦଘାଟନ କଲେ ଡିଜି ଅଭୟ

ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ତଥା ରଣନୀତି ପ୍ରସ୍ତୁତ ପାଇଁ ଗୁରୁବାର ଠାରୁ ଆରମ୍ଭ ହୋଇଛି ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ। ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଡିଜି ଅଭୟ।

ଆରମ୍ଭ ହେଲା ୬୩ ତମ ବରିଷ୍ଠ ପୋଲିସ ସମ୍ମିଳନୀ (ପ୍ରତୀକାତ୍ମକ ଛବି)

ଆରମ୍ଭ ହେଲା ୬୩ ତମ ବରିଷ୍ଠ ପୋଲିସ ସମ୍ମିଳନୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ନିଜ ଦକ୍ଷତାର ସମୀକ୍ଷା ସହ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ତଥା ରଣନୀତି ପ୍ରସ୍ତୁତ ପାଇଁ ଗୁରୁବାର ଠାରୁ ଆରମ୍ଭ ହୋଇଛି ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ। ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଡିଜି ଅଭୟ।

ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟର ସାମ୍ପ୍ରତିକ ଆଇନ ଶୃଙ୍ଖଳା ବାବଦରେ ଆଲୋଚନା କରାଯାଇଥିଲା। ଏହା ପରେ ଯଥାକ୍ରମେ ମାଓ ସମସ୍ୟା, ଅପରାଧ ଓ ଅନୁସନ୍ଧାନ, ସିସିଟିଏନଏସ, ନିଶା କାରବାର ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗର ଅତିରିକ୍ତ ଡିଜି, ଆଇଜି ତଥା ଡିଆଇଜି ଓ ଏସ.ପି ମାନେ ନିଜ ନିଜର ପ୍ରେଜେଣ୍ଟେଷ୍ଟସନ୍ ରଖିଥିଲେ । ଏହା ବ୍ୟତୀତ ଏହି ସମ୍ମିଳନୀର ପ୍ରଥମ ଦିନର ଆଲୋଚନା ଚକ୍ରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାର ପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ମଧ୍ୟ ଭିଡିଓ କନଫରେସନିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ବିଶେଷ କରି ମାଓ ମୁକାବିଲା, ନିଶା କାରବାର, ସଂଗଠିତ ଅପରାଧ କ୍ଷେତ୍ରରେ ପୋଲିସ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଡିଜିପି ଆଲୋକପାତ କରିଥିଲେ। ଏହା ସହିତ ଏହି ତିନି କ୍ଷେତ୍ରରେ ବ୍ୟତୀତ ୨୦୨୨ ମସିହାରେ ମହିଳା ଓ ଶିଶୁ ବିରୋଧୀ ହିଂସା, ଦଣ୍ଡ ବିଧାନର ହାର ୨୦୨୨କୁ ବୃଦ୍ଧି କରିବା ଓ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ତଦନ୍ତ କରିବା ଦିଗ ପ୍ରତି ବିଶେଷ ଦୃଷ୍ଟି ହେବା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ବଡ଼ କଥା ହେଉଛି ଏହି ବୈଠକରେ ନୂଆ କରି ଡି ଜି ପି ପଦରେ ନିଯୁକ୍ତ ହେବାକୁ ଥିବା ଆଇପିଏସ ଅଧିକାରୀ ସୁନୀଲ ବଂଶଲ ମଧ୍ୟ ଭର୍ଚୁଆଲରେ ଯୋଗ ଦେଇଥିଲେ।

"ଏହି ସମ୍ମିଳନୀରେ ଆମେ ବିଭିନ୍ନ ବିଷୟର ଚର୍ଚ୍ଚା କରିବୁ । ଗତବର୍ଷର କାମକୁ ଅନୁଧ୍ୟାନ କରାଯିବା ସହ ଭବିଷତରେ ଆସିବାକୁ ଥିବା ଚାଲେଞ୍ଚ ସମ୍ପର୍କରେ ଆଲୋଚନା କରାଯିବ । ପ୍ରଥମ ଦିନରେ ମାଓ ସମସ୍ୟା, ଅପରାଧ ଓ ଅନୁସନ୍ଧାନ, ସିସିଟିଏନଏସ, ନିଶା କାରବାର ସମ୍ପର୍କରେ ଆଲୋଚନା ହୋଇଛି," କହିଛନ୍ତି ପୋଲିସ ଡିଜି ଅଭୟ ।
Published by:Soumya Das
First published:
)}