News18 Odia Digital
ସମ୍ବଲପୁର: ସମ୍ବଲପୁର ଝାରୁଆପଡା ଆରଣ୍ୟକ ମଞ୍ଚରେ ଆରମ୍ଭ ହୋଇଛି ୨୫ତମ ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ଥରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା। ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ସମ୍ମାନିତ ଅତିଥି ଭାବେ ପ୍ରସାର ଭାରତୀ ପ୍ରାକ୍ତନ ଉପ ନିର୍ଦ୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ ଯୋଗ ଦେଇଥିଲେ।
ଉଦଘାଟନୀ ସନ୍ଧ୍ୟାରେ ୨ଟି ନାଟକ ପରିବେଷଣ କରାଯାଇଥିଲା। ପ୍ରଥମ ସନ୍ଧ୍ୟାରେ ଦୟାସାଗର ଧରୁଆ ଲିଖିତ ଓ ଜଗନ୍ନାଥ ସେଠଖଙ୍କ ନିର୍ଦ୍ଦଶିତ ନାଟକ ‘ପାରୁଟି’ ମାଧ୍ୟମରେ ‘ଲୁ’ ପଦମପୁର କଳକାରମାନେ ମଣିଷ ସମାଜ, ଦାରିଦ୍ର୍ୟ, ଭୋକ ଓ ମାନବିକତାର ମର୍ମସ୍ପର୍ଶୀ କାହାଣୀକୁ ପରିବେଷଣ କରିଥିଲେ। ଦ୍ବତୀୟ ନାଟକ ଅରୁଣ କୁମାର ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ‘ହିନ୍ଦୁସ୍ଥାନ ଡାଏରି’ କୁ ବରଗଡ କଣ୍ଟାପାଲୀର ‘ସ୍ପେସ ଥିଏଟର’ର କଳାକରମାନେ ମଞ୍ଚସ୍ଥ କରିଥିଲେ।
ଏହି ନାଟକରେ ଭରତୀୟ ସମାଜରେ ଥିବା ଧନୀ, ମଧ୍ୟବିତ୍ତ, ଗରିବଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଏକ ଭିନ୍ନ ଶୈଳୀରେ ପ୍ରତୀକାତ୍ମକ ଭାବେ ଦର୍ଶାଯାଇଥିଲା। ଏହି ନାଟକ ପ୍ରତିଯୋଗୀତାରେ ଭାଗ ନେଇ ନାଟକ ପରିବେଷଣ କରିଥିବାରୁ ଖୁସି ପ୍ରକଟ କରିବା ସହ ଦର୍ଶକମାନେ ମଧ୍ୟ ନାଟକକୁ ବେଶ ଉପଭୋଗ କରିଥିଲେ।
ଏହି ନାକଟ ପ୍ରତିଯୋଗୀତାରେ ଭାଗ ନେଇ ଥିବାରୁ ବେଶ ଖୁସି ଲାଗୁଛି। ଏହା ଦ୍ବାରା ଆମେ ନିଜର ଅଭିନୟ କଳା ପ୍ରଦର୍ଶନ କରିବାର ସୁଯୋଗ ପାଉଛି ବୋଲି କଳାକାର ଦୟାସାଗର ଧରୁଆ କହିଛନ୍ତି।
ଦୀର୍ଘ ୨୫ ବର୍ଷ ହେଲା ଯୁବ ଉଦୟନ ପକ୍ଷରୁ ଏହି ରାଜ୍ୟ ସ୍ଥରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗୀତା ଆୟୋଜନ କରାଯାଉଛି। ଏହି ନାଟକ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର କରିବା। ନାଟକ ପ୍ରତିଯୋଗିତାରେ ପାଶ୍ଚିମ ଓଡ଼ିଶାର ବିଭିନ୍ନ ନାଟକ ଦଳ ଯୋଗ ଦେଇ ଅଭିନୟ ମାଧ୍ୟମରେ ନିଜର ଜଳ ପ୍ରଦର୍ଶନ କରିବା ସହ ସମାଜ ପାଇଁ ବାର୍ତ୍ତା ମଧ୍ୟ ଦେଇଛନ୍ତି ବୋଲି ଆୟୋଜକ କମିଟି ତରପରୁ କୁହାଯାଇଛି।
ଦୀର୍ଘ ୨୫ ବର୍ଷ ହେବ ଯୁବ ଉଦୟନ ପକ୍ଷରୁ ରାଜ୍ୟ ସ୍ଥରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗୀତା ଆୟୋଜନ କରାଯାଇ ଆସୁଛି। ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର କରିବା ଏହି ନାଟକ ପ୍ରତିଯୋଗୀତା କରାଯାଉଛି ବୋଲି ଯୁବ ଉଦୟନର ସଭାପତି ସଂଜୟ କୁମାର ମିଶ୍ର କହିଛନ୍ତି।
୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ୧୮ଟି ନାକଟ ମଞ୍ଚସ୍ଥ ହେବା ସହ ୩୦ ତାରିଖରେ ପୁରସ୍କାର ବିତରଣ କରାଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।