ଦୁର୍ଗା ପୂଜା (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ସରିଛି ଦୁର୍ଗା ପୂଜା। ମା' ଦୁର୍ଗା ନେବେ ମେଲାଣି। ଭସାଣ ଉତ୍ସବରେ ସାମିଲ ହୋଇଛନ୍ତି ନୟାପଲ୍ଲୀ ପୂଜା ସମିତି ଅଧୀନରେ ଥିବା ୧୮-୨୦ ପୂଜା କମିଟି। ପ୍ରଥମେ ଓୟୁଏଟି ଝାଡେଶ୍ୱରି ପୂଜା କମିଟି ନୟାପଲ୍ଲୀ ଭସାଣ କମିଟି ଦ୍ବାରା ସମ୍ବର୍ଦ୍ଧିତ ହେବା ପରେ ପ୍ରଥମେ ବାହାରିବ ବିସର୍ଜନ ପାଇଁ। ଏହା ସହ ଭସାଣରେ ସାମିଲ ହେବେ କଳା ରହାଙ୍ଗ, ଜୟଦେବ ବିହାର, ପାତ୍ର ପଡ଼ା, ଡୁମ ଡୁମା, ଆଇଗିଣିଆ, ଗଣ୍ଡ ମୁଣ୍ଡା, ପୋଖରୀପୁଟ, ଗଙ୍ଗ ନଗର, ଶିରିପୁର, ୮ ନମ୍ୱର୍, ନୂଆସାହି, ସିଯୁଆ ଭସାଣ କମିଟି। ସିଆରପି, ସିଟି ଓମେନ୍ସ , ଡିଏଭି ସ୍କୁଲ ଦେଇ ନୂଆ ବିମାନ ବନ୍ଦର ଯାଏ ପ୍ରସୋସନ୍ ପାଇଁ ଅନୁମତି ମିଳିଛି। ସେଠାରୁ ଏକ ଗାଡ଼ିରେ ମୂର୍ତ୍ତି କୁଆଖାଇ ବିସର୍ଜନ ପାଇଁ ଯିବ।
ନୂଆ ଏୟାର ପୋର୍ଟ ଛକରୁ କେବଳ ମୂର୍ତ୍ତି ଓ ପୂଜା କମିଟିକୁ ବିସର୍ଜନ ସ୍ଥଳ ଯାଏ ଅନୁମତି ଥିବା ବେଳେ ଡିଜେ, ସାଉଣ୍ଡ ବକ୍ସ , ବାଜା କି ବାଣ ପାଇଁ ଅନୁମତି ନାହିଁ। ଏମାନେ ଅସ୍ଥାୟୀ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିବର। ଥାନପତି ନୟାପଲ୍ଲୀ ଦୁର୍ଗା ପୂଜା ସମିତି ଦ୍ଵାରା ବିଭିନ୍ନ ପୂଜା କମିଟି ସମ୍ବର୍ଦ୍ଧିତ ହେବା ପରେ ଜଣଙ୍କ ପରେ ଜଣେ ବିସର୍ଜନ ପାଇଁ ଯିବେ। ପ୍ରଥମରେ ବିସର୍ଜନ ପାଇଁ ବାହାରିବ ଓୟୁଏଟି ଝାଡେଶ୍ୱରି ପୂଜା କମିଟି ଓ ସବା ଶେଷରେ ବାହାରିବ ଥାନ ପତି ନୟାପଲ୍ଲୀ ଦୁର୍ଗା ପୂଜା ସମିତି।
ସନ୍ଧ୍ୟା ଆଳତି ସରିବା ପରେ ସନ୍ଧ୍ୟା ୬ରୁ ଆରମ୍ଭ ହେବ ଭସାଣ ପ୍ରକ୍ରିୟା। ସେହିଭଳି ସହୀଦ ନଗର ପୂଜା କମିଟି ଅଧୀନରେ ଅଛନ୍ତି ୨୨ ଟି ପୂଜା ମଣ୍ଡପ। ଓଲ୍ଡ ଷ୍ଟେସନ ବଜାର, ବମିଖାଲ, ଲକ୍ଷ୍ମୀ ସାଗର, ଝାରପଡ଼ା, ସତ୍ୟ ନଗର ଓ ନହର କଣ୍ଟା ଭସାଣ ପାଇଁ ଯିବେ। ସେମାନେ ସମସ୍ତେ ନିଜ ନିଜ ସ୍ଥାନରୁ ସିଧା ସହିଦ ନଗର ପୂଜା କମିଟି ନିକଟକୁ ଆସିବେ। ବିରାଟ ପଟୁଆରରେ ପହଞ୍ଚିବା ପରେ ସେହି କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ତା ପରେ ବିସର୍ଜନ ପାଇଁ ବାହାରିବେ। ଏଠାରେ ନିୟମ ହେଉଛି କି ଯେଉଁ ଭସାଣ ସମିତି ପ୍ରଥମେ ଆସିବେ ସେମାନେ ହିଁ ପ୍ରଥମେ ବିସର୍ଜନ ପାଇଁ ଯିବେ। ଲଟେରୀ ସିଷ୍ଟମ କି ଲେଟର ସିଷ୍ଟମ ନାହିଁ। ସହୀଦ ନଗରରୁ ସବୁ ମେଢ଼ ରାଜମହଲକୁ ଆସିବ। ସେଠାରେ ସମସ୍ତ ପୂଜା କମିଟିର ପ୍ରସୋସନ୍ ଅଟକାଇ ଦିଆଯିବ। ତା ପରେ ନିଜ ପସନ୍ଦ ମୁତାବକ ଯିଏ ପାରିବ କୁଆଖାଇ କି ଦୟାରେ ଯାଇ ମୂର୍ତ୍ତି ବିସର୍ଜନ କରିବେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।