+2 Commerce Result: ପ୍ରକାଶ ପାଇଲା +୨ ବାଣିଜ୍ୟ ଫଳ; ପାସ୍‌ ହାର ୭୪.୯୫%; ନୟାଗଡ଼ ଆଗରେ

ଚଳିତବର୍ଷ ୭୪.୯୫% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ମୋଟ୍‌ ୨୫ ହଜାର ୭୮୫ ପିଲାଙ୍କ ମଧ୍ୟରୁ ୧୯ ହଜାର ୩୧୮ ପିଲା ପାସ୍‌ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୮.୭୦% ରହିଥିବା ବେଳେ ଦେବଗଡ଼ରେ ପାସ୍‌ ହାର ସର୍ବନିମ୍ନ ୩୪.୧୭% ରହିଛି ।

+2 Commerce Result: ପ୍ରକାଶ ପାଇଲା +୨ ବାଣିଜ୍ୟ ଫଳ; ପାସ୍‌ ହାର ୭୪.୯୫%; ନୟାଗଡ଼ ଆଗରେ
ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (ବାମ)
  • News18 Odia
  • Last Updated: August 19, 2020, 1:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ପଚିଶି ହଜାର ଛାତ୍ରଛାତ୍ରୀଙ୍କ ଅପେକ୍ଷାରର ଅନ୍ତ ହୋଇଛି । ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ। ରାଜ୍ୟରେ ବାଣିଜ୍ୟ ବିଭାଗରେ ପାସ୍ ହାର ମୋଟ ୭୪.୯୫% ପ୍ରତିଶତ ରହିଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗତ ବର୍ଷ ତୁଳନାରେ ପାସ୍ ହାର ବଢିଥିବା ନେଇ ସୂଚନା ଦେଲେ କରିଛନ୍ତି ମନ୍ତ୍ରୀ ।

ସର୍ବମୋଟ ୨୯ଟି ସ୍କୁଲରେ ଶତପ୍ରତିଶତ ଫଳାଫଳ ହୋଇଥିବା ବେଳେ ମାତ୍ର ଦୁଇଟି ସ୍କୁଲ୍ରେ ଫଳାଫଳ ଶୁନ ରହିଛି । ଚଳିତ ବର୍ଷ ଝିଅମାନଙ୍କ ତୁଳନାରେ ପୁଅମାନେ ଅଧିକ ମାତ୍ରାରେ ପାସ କରିଛନ୍ତି । ମୋଟ ୨୫ ହଜାର ୭୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୯,୩୧୮ ଜଣ ପାସ କରିଛନ୍ତି ।

୧୬,୬୪୮ ଜଣ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୨,୨୧୫ ଜଣ ପାସ୍ କରିଛନ୍ତି । ପୁଅଙ୍କ ପାସ ହାର ୭୩.୩୭ ପ୍ରତିଶତ ରହିଛି । ସେହିପରି ୯,୧୨୪ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୭.୮ ପ୍ରତିଶତ ହାରରେ ମୋଟ ୭,୧୦୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏହି ପରୀକ୍ଷାରେ ମୋଟ ୬,୬୧୦ ଜଣ ପ୍ରଥମ ଶ୍ରେଣୀରେ ଉନ୍ନିତ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪,୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ ଜଣ ପାସ୍ କରିଥିବା ସୂଚନା ମିଳିଛି। ଦ୍ୱିତୀୟ ଶ୍ରେଣୀ ପାସହାର ୨୨ ପ୍ରତିଶତ ରହିଥିବା ବେଳେ ତୃତୀୟ ଶ୍ରେଣୀ ପାସହାର ୪୩.୩ ପ୍ରତିଶତ ରହିଛି।

ପୂର୍ବଥର ଭଳି ଏଥର ମଧ୍ୟ ନୟାଗଡ଼ରେ ପାସ୍ ହାର ସର୍ବାଧିକ ରହିଛି । ପୂର୍ବବର୍ଷ ଦେଓଗଡ଼ରେ ସର୍ବନିମ୍ନ ପାସ ହାର ରହିଥିଲେ ମଧ୍ୟ ଜିଲ୍ଲାରେ ପାସ୍ ହାରରେ ଚଳିତ ବର୍ଷ ବୃଦ୍ଧି ପାଇଛି। ପୂର୍ବଥର ଦେଓଗଡ଼ରେ ବାଣିଜ୍ୟ ପାସହାର ୨୪.୩୪% ରହିଥିବା ବେଳେ ଚଳିତ ଥର ଜିଲ୍ଲାରେ ୩୪.୧୭% ରହିଛି । ସେହିପରି ୪୦ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି।

ଛାତ୍ରଛାତ୍ରୀ ମାନେ chseodisharesult.nic.in, odisharesults.nic.in, bseodisha.ac.inରେ ନିଜ ପରୀକ୍ଷା ଫଳ ଦେଖିପାରିବେ । ସେହିପରି ଏସଏମଏସ ମାଧ୍ୟମରେ ମଧ୍ୟ ଛାତ୍ରୀଛାତ୍ରମାନେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ । କୋରୋନା ଲକଡାଉନ ଖାତାଦେଖାରେ ଅନେକ ସମସ୍ୟା ଦେଖିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ବହୁ ସମସ୍ୟା ଓ ଦ୍ୱନ୍ଦ୍ୱ ମଧ୍ୟରେ ଖାତା ଦେଖା ସରିଛି। ଆଜି ଫଳ ପ୍ରକାଶ ପାଇବାକୁ ଯାଉଛି । ସେହିପରି ଚଳିତ ମାସ ଶେଷ ସପ୍ତାହ ବେଳକୁ କଳା ଓ ଧନ୍ଦାମୁଳକ ଶିକ୍ଷାର ଫଳ ପ୍ରକାଶ ପାଇବ । ଏହା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଆସନ୍ତା ୨୧ ତାରିଖରେ ପୁନଃମୂଲ୍ୟାୟନ ପାଇଁ ନୋଟିସ୍ ବାହାରିବ‌ । ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ । ଚଳିତ ମାସ ଶେଷ ସପ୍ତାହରେ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ବାହାରିବ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
Published by: Jagdish Barik
First published: August 19, 2020, 1:54 PM IST
corona virus btn
corona virus btn
Loading