News18 Odia Digital
ଗଞ୍ଜାମ: ମମି ମୁଁ ଯାଉଛି ବଡ ଲୋକ ହୋଇ ଘରକୁ ଫେରିବି ! ଚିଠିରେ ଏପରି ଲେଖି ଜଣେ ଦଶମ ଶ୍ରେଣୀ ଛାତ୍ର ନାରାୟଣ ପାଣିଗ୍ରାହୀ ଗତ ତିନିଦିନ ହେବ କେଉଁ ଆଡେ ଚାଲି ଯାଇଛନ୍ତି । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ନାରାୟଣର କୌଣସି ପତ୍ତା ମିଳିନଥିବା ବେଳେ ପରିବାର ଦୁଃଖର ବାଦଲ ଛାଇ ଯାଇଛି। ତୁରନ୍ତ ନିଖୋଜ ନାରାୟଣକୁ ଖୋଜି ଆଣିବା ପାଇଁ ନିବେଦନ କରିଛନ୍ତି ନାରାୟଣଙ୍କ ପରିବାର ଲୋକ।
ଚିଠିରେ ଦଶମ ଶ୍ରେଣୀ ପରିକ୍ଷାରେ ପାସ ହୋଇ ପାରିବି ନାହିଁ । ମୁଁ ଯାଉଛି ବଡ ଲୋକ ହୋଇ ଫେରିବି ବୋଲି ଘରୁ କୁଆଡେ ପଲାଇଯାଇଥିବା ହିଞ୍ଜିଳି ସହରର କାଳୁଆ ମାର୍ଗ ସାହିର ନାରାୟଣ ପାଣିଗ୍ରାହୀ ଜଣେ ଦଶମ ଶ୍ରେଣୀ ଛାତ୍ର। ଗତ ତିନିଦିନ ହେବ ଅର୍ଥାତ ଚଳିତ ମାସ ୧୯ ତାରିଖ ଠାରୁ କେଉଁ ଆଡେ ଚାଲି ଯାଇଛନ୍ତି । ତେବେ ସେ ଯିବା ଆଗରୁ ଏକ ହାତ ଲେଖା ଚିଠି ଛାଡି ଚାଲି ଯାଇଥିବା ତେବେ ନାରାୟଣ ନିଖୋଜ ପରେ ପରେ ପରିବାର ପକ୍ଷରୁ ହିଞ୍ଜିଳୀ ଥାନାରେ ଏତଲା ଦେଇଛନ୍ତି।
ମୋ ନାରାୟଣକୁ ପୋଲିସ ପ୍ରଶାସନ ତୁରନ୍ତ ଠାବ କରି ମୋ କୋଳକୁ ଫେରାଇ ଆଣୁ ବୋଲି ମା ରେଣୁକା ପାଣିଗ୍ରାହୀ କୋହ ଭରା କଣ୍ଠରେ କହିଛନ୍ତି। ଏନେଇ ସାହି ବାସିନ୍ଦା ମଧ୍ୟ ଚିନ୍ତିତ ହୋଇପଡିଛନ୍ତି। ନାରାୟଣ କିଭଳି ନିଜ ଗାଁ ନିଜ ପରିବାରକୁ ଫେରିପାରିବ ସେ ନେଇ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।