ପୁରୀରେ ଦିନକୁ ଦିନ ବଢି ଚାଲିଛି ଥାଲାସେମିଆ ରୋଗୀଙ୍କ ସଂଖ୍ୟା; ପ୍ରାୟ ୪୦ ଜଣଙ୍କ ମୃତ୍ୟୁ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଥାଲାସେମିଆର ନିରାକରଣ ଓ ସ୍ୱାସ୍ଥ୍ୟ ସେବା ଦାବି କରି ଶତାଧିକ ଥାଲାସେମିଆ ରୋଗୀ ଓ ତାଙ୍କ ପରିବାର ଲୋକେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ଆଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରକ୍ତର ଅଭାବ ଦୂରୀକରଣ, ଆବଶ୍ୟକ ଅନୁସାରେ ଆଣ୍ଟି ଆଇରନ ଟାବଲେଟ ଯୋଗାଣ ଓ ହେମାଟୋର୍ଲଜି ବିଭାଗ ଖୋଲିବା ସହ ମାଗଣାରେ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ ଆଦି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ସ୍ୱାସ୍ଥ୍ୟ ସେବା ଆଭାବରୁ ଅନେକ ପିଲା ଏହି ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କଲେଣି। କିଏ ଜନ୍ମ ବେଳୁ ତ କିଏ ବର୍ଷେ ପରେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି । ଚନ୍ଦନପୁରର ଗୋପାଳ କୃଷ୍ଣ ତ୍ରିପାଠୀ ଓ ସ୍ମୃତି ରଞ୍ଜନ ବେହେରା ଯୁକ୍ତ ଦୁଇ ପଢୁଥିବା ଛାତ୍ର ମଧ୍ୟ ଏହି ରୋଗରେ ପୀଡିତ ହେବାରୁ ତାଙ୍କର ସ୍ୱାସ୍ଥ୍ୟରେ ଆଗ୍ରଗତି ହେଉନାହିଁ । ପୁରୀ ଜିଲ୍ଲାରେ ଜନ୍ମ ହେବା ପିଲାଠୁ ଆରମ୍ଭ କରି ୨୨ ବର୍ଷୀୟା ଯୁବକଙ୍କୁ ମିଶାଇ ପ୍ରାୟ ୩୪୬ ଜଣ ରୋଗୀ ରହିଥିବା ସରକାରୀ ତଥ୍ୟରେ ରହିଛି । ସେଥିରୁ ୪୦ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୧୬ରେ । ଆଜି ଶତାଧିକ ଥାଲାସେମିଆ ରୋଗୀ ଓ ତାଙ୍କ ପରିବାର ଲୋକେ ବିଭିନ୍ନ ଦାବି ନେଇ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ଷକୁ ରକ୍ତ ଦାନ ଶିବିରରେ ଲକ୍ଷ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହେଉଥିଲେ ମଧ୍ୟ ବ୍ଲଡ଼ ବ୍ୟାଙ୍କରେ ଥାଲାସେମିଆ ରୋଗୀ ଓ ସାଧାରଣ ରୋଗୀ ମଧ୍ୟ ରକ୍ତ ପାଇବାରୁ ବଞ୍ଚିତ ହେଉଛନ୍ତି। ରକ୍ତର ଏଭଳି କୁତ୍ରିମ ଆଭାଵକୁ ନେଇ ରୋଗୀଙ୍କ ସମ୍ପର୍କୀୟ ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି"।
"ଥାଲାସେମିଆ ରୋଗୀଙ୍କ ଆଭିଯୋଗକୁ ନେଇ ପୁରୀ ଜିଲ୍ଲାପାଳ ଏଡିଏମଓଙ୍କ ସହ ଆଲୋଚନା କରିଛନ୍ତି । କାହଁକି ଏହି ରୋଗ ବୃଦ୍ଧି ପାଉଛି ସେନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସହ ଆଲୋଚନା କରାଯିବ । ରକ୍ତ ଭଣ୍ଡାରରେ ଥାଲାସେମିଆ ରୋଗୀଙ୍କର ଏକ ଡାଟାବେଶ ରଖାଯାଇ ସେମାନଙ୍କୁ ସୁବିଧାରେ ରକ୍ତ ଦିଆଯାଇପାରିବ । ରୋଗୀଙ୍କ ନିଶୁଳ୍କ ଆଇରନ ଟେଷ୍ଟ ଓ ଆବଶ୍ୟକ ଔଷଧ ପ୍ରଦାନ କିଭଳି କରାଯିବ ସେନେଇ ଏଡିଏମଓଙ୍କୁ ଦାୟିତ୍ୱ ଦିଆଯାଇଛି । ଆଉ ହେମାଟୋଲୋଜି ବିଭାଗ ଖୋଲିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା"।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।