କଳିଙ୍ଗ ଷ୍ଟାଡିୟମରେ ଆତଙ୍କି; ୨ ଜଣଙ୍କୁ କାବୁ କଲା ଅପରେସନ ଟିମ

କଳିଙ୍ଗ ଷ୍ଟାଡିୟମରେ ଆତଙ୍କି । ପ୍ରାୟ ୪୦ମିନିଟ ପରେ ଦୁଇ ଆତଙ୍କିକୁ କାବୁ କରିବାରେ ସକ୍ଷମ ହେଲା ଅପରେସନ ଟିମ ।

କଳିଙ୍ଗ ଷ୍ଟାଡିୟମରେ ମକ ଡ୍ରିଲ (ପ୍ରତୀକାତ୍ମକ ଛବି)

କଳିଙ୍ଗ ଷ୍ଟାଡିୟମରେ ମକ ଡ୍ରିଲ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆତଙ୍କି । ଖବର ପାଇ ଷ୍ଟାଡିୟମରେ ପହଞ୍ଚିଲା ପୋଲିସ । ଆରମ୍ଭ ହେଲା ଅନ୍ଧାର ରାତିରେ ଆତଙ୍କିଙ୍କ ମୁକାବିଲା। ପ୍ରାୟ ୪୦ମିନିଟ ଧରି ଚାଲିଲା ଅପରେସନ । ଶେଷରେ ଦୁଇ ଆତଙ୍କିକୁ କାବୁ କରିବାରେ ସକ୍ଷମ ହେଲା ଅପରେସନ ଟିମ । ବୁଧବାର ରାତିରେ ଏଭଳି କିଛି ଚିତ୍ର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହେଲେ ଏହି ଅପରେସନ ସତସତିକା ନଥିଲା । ଏହା ଥିଲା ଏକ ମକଡ୍ରିଲ ।

ମିଳିଥିବା ସୂଚନା ଅନୁସାରେ, ୨୦୨୩ରେ ହେବାକୁ ଥିବା କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଓଡ଼ିଶା ପୋଲିସ। ଟୁର୍ଣ୍ଣାମେଣ୍ଟ ସମୟରେ ସୁରକ୍ଷା ରଣନୀତି ପ୍ରସ୍ତୁତ କରୁଛନ୍ତି NSG ଓ SOG ସହ CTS ଟ୍ରୁପ୍‌ । ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଟ୍ରୁପ୍‌ଙ୍କ ଦ୍ୱାରା ମିଳିତ ମକ୍‌ ଡ୍ରିଲ୍‌ କରାଯାଇଥିଲା । କମିଶନରେଟ ପୋଲିସ, SOG(Special Operation Group) , CTS(Counter Terrorist Squad), NSG(National Security Guard)କୁ ନେଇ ହୋଇଛି ମିଳିତ ମକ ଡ୍ରିଲ ।

ଆତଙ୍କି ଆକ୍ରମଣକୁ କିଭଳି ଚେକ୍‌ମେଟ୍‌ ଦିଆଯିବ ତାହାର ଅଭ୍ୟାସ କରାଯାଇଥିଲା । ଗୁଇନ୍ଦା ରିପୋର୍ଟ ଓ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ଯବାନଙ୍କୁ ନେଇ ମୁକାବିଲା କରି ଦର୍ଶକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିବେ ସେନେଇ  ମକ୍‌ଡ୍ରିଲ୍‌ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏଭଳି ମକଡ୍ରିଲ ନୂଆ କଥା ନୁହେଁ । ବିଭିନ୍ନ ସମୟରେ ଏଭଳି ମକଡ୍ରିଲ କରିବା ଦେଖିବାକୁ ମିଳିଥାଏ । କେତେବେଳେ ବଡ଼ବଡ଼ ହୋଟେଲ ତ ଆଉ କେତେବେଳେ  ବିମାନବନ୍ଦର ରେ ଏଭଳି ମକଡ୍ରିଲ କରିବା ଦେଖିବାକୁ ମିଳିଥାଏ ।
Published by:Soumya Das
First published: