ଓଜନିଆ ଜିନିଷ ଯୋଗୁଁ ମାନସଙ୍କ ଛାତି ହାଡ଼ ଭାଙ୍ଗିଯାଇ ଥିଲା; PM reportରେ ଆସିଲା ଭୟାନକ ସତ

ମାନସଙ୍କୁ କୌଣସି ଏକ ଓଜନିଆ ବସ୍ତୁ ସାହାଯ୍ୟରେ ମାଡ଼ ମରାଯାଇଥିଲା । ଏହି ମାଡ଼ ଯୋଗୁଁ ତାଙ୍କ ଛାତିର ପଞ୍ଜରା ହାଡ଼ ଭାଙ୍ଗିଥିଲା । ଏହାହିଁ ଥିଲା ମାନସଙ୍କ ମୃତ୍ୟୁର ଏକ ମାତ୍ର କାରଣ ବୋଲି ପୋଷ୍ଟ ମଟମ୍ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ପ୍ରଦାନ କରିଛି ତଦନ୍ତକାରୀ ସଂସ୍ଥା ।

କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ

କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ

  • Share this:
News18 Odia Digital

କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଓ ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କ ବାବଦରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ । ମାନସଙ୍କୁ କୌଣସି ଏକ ଓଜନିଆ ବସ୍ତୁ ସାହାଯ୍ୟରେ ମାଡ଼ ମରାଯାଇଥିଲା । ଏହି ମାଡ଼ ଯୋଗୁଁ ତାଙ୍କ ଛାତିର ପଞ୍ଜରା ହାଡ଼ ଭାଙ୍ଗିଥିଲା । ଏହାହିଁ ଥିଲା ମାନସଙ୍କ ମୃତ୍ୟୁର ଏକ ମାତ୍ର କାରଣ । ଏହା ସହିତ ମୃତ୍ୟୁ ପୂର୍ବରୁ ତାଙ୍କୁ ଅକଥନିୟ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା କଥା ମଧ୍ୟ ପୋଷ୍ଟ ମଟମ୍ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ପ୍ରଦାନ କରିଛି ତଦନ୍ତକାରୀ ସଂସ୍ଥା ।

ଏହା ସହିତ ଶର୍ମିଷ୍ଠା ଓ ଝୁନାଙ୍କୁ ଜୋରାରୁ ମିଳିଥିବା ଅନେକ ତଥ୍ୟ ମଧ୍ୟ ଏକ ପ୍ରେସ ରିଲିଜ୍ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ ଅବଗତ କରାଇଛି। ଯୋଜନା ଅନୁଯାଇ ଉଭୟ ଭୁବନେଶ୍ବର ଛାଡ଼ି ବିଭିନ୍ନ ସ୍ଥାନରେ ରହୁଥିଲେ ଓ ଶର୍ମିଷ୍ଠା ନିଜର ମୋବାଇଲ ଫୋନଟିକୁ ନିଜ ଫ୍ଲାଟରେ ଛାଡ଼ି ଦେଇ ନୂଆ ସିମ କାର୍ଡ଼ ମଧ୍ୟ କିଣିଥିଲେ। ଏହି କ୍ରମରେ ଶର୍ମିଷ୍ଠା ଭଦ୍ରକ ଅଗରପଡ଼ାରୁ ଗୋଟିଏ ସିମ୍ କାର୍ଡ କିଣିଥିବା ବେଳେ ଆଉ ଦୁଇଟି ସିମ୍ କାର୍ଡକୁ କୋଲକତାରୁ କିଣିଥିଲେ ।

ଗତ ମାର୍ଚ୍ଚ ୭ତାରିଖ ଶର୍ମିଷ୍ଠା ଝୁନା ସହିତ ଯାଜପୁର କାଳିଆପାଣି ଠାରେ ଥିବା ନିଜ ଶାଶୁଘରେ ପହଁଥିଲେ । ସେଠାରେ ତିନିଦିନର ରହଣୀ ମଧ୍ୟରେ ନିଜ ସ୍ବାମୀ ସହ ପୁଣି ମିଳିମଶି ରହିବା ପାଇଁ ଏକ ପୂଜା ମଧ୍ୟ କରିଥିଲେ । ଏହି କ୍ରମରେ ସେଠାରୁ ବସ ଯୋଗେ କୋଲକତା ପଳାଇଯାଇଥିଲେ ।

ଜଲପାଇଗୁଡ଼ିରେ କିଛି ଦିନ ରହିବା ପରେ ସେମାନେ ପୁଣି କୋଲକତା ଫେରିଆସିଥିଲେ । ପାଖରେ ଥିବା ଟଙ୍କା ଶେଷ ହୋଇଯିବାରୁ ପୋଲିସ ସହିତ ଲୁଚକାଳି ଖେଳକୁ ବନ୍ଦ କରି ବସ ଯୋଗେ ଓଡ଼ିଶା ଆସୁଥିବା ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ସେମାନଙ୍କୁ ଧରିଥିଲା ।

ତେବେ କାହିଁକି ମାନସକୁ ହତ୍ୟା କରାଗଲା? ହତ୍ୟାକାଣ୍ଡରେ କେଉଁମାନେ ସାମିଲ ଥିଲେ? ତଥାକଥିତ ମେମେରୀ ଚିପର ସତ୍ୟତା କେତେ? ସେହି ମେମୋରୀ ଚିପଟି ଏବେ କେଉଁଠି? ଏହି ହତ୍ୟାକାଣ୍ଡ ପଛରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଛଡ଼ା ଅନ୍ୟ କେଉଁମାନେ ସାମିଲ ଅଛନ୍ତି? ଏନେଇ ନିରବତା ଅବଲମ୍ବନ କରିଛି କ୍ରାଇମବ୍ରାଞ୍ଚ ।

ନ୍ୟୁଜ 18 ଡିଜିଟାଲକୁ ସୂଚନା ଦେବାକୁ ଯାଇ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି," ଏହି ହତ୍ୟାକାଣ୍ଡ ମାମଲାଟି ଅତି ସାଙ୍ଘାତିକ, ତଦନ୍ତରୁ ଆହୁରି ଅନେକ କିଛି ତଥ୍ୟ ସାମନାକୁ ଆସିବାକୁ ଯାଉଛି । ଅନ୍ୟ ତଥ୍ୟଗୁଡ଼ିକ ତଦନ୍ତକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ସେଗୁଡ଼ିକୁ ଏବେ ପ୍ରଘଟ କରାଯାଉନାହିଁ । କିନ୍ତୁ ଖୁବ ଶୀଘ୍ର ଏହି ହତ୍ୟାକାଣ୍ଡ ବାବଦରେ ଖୁଲାସା କରାଯିବ" ।
Published by:Soumya Das
First published: