ପାଇପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
- News18 Odia
- Last Updated :
- Odisha (Orissa), India
News18 Odia Digital
ଓଡ଼ିଶା: ସମ୍ବଲପୁର ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁରରେ ଥିବା KEC International ପାଇପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ l ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ୍ । ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ପାଇପ୍ ଗୋଦାମରେ ନିଆଁ ଲାଗିଯାଇଥିଲା ।
ଏହାପରେ ପୁରା ଗୋଦାମକୁ ବ୍ୟାପକ ଭାବେ ନିଆଁ ବ୍ୟାପିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ପ୍ରାୟ ୪ ଘଣ୍ଟା ଧରି ନିଆଁ ଲିଭାଇବା ପାଇଁ ଉଦ୍ୟମ ହୋଇଥିଲା । ଏହାପରେ ନିଆଁ ଆୟତ୍ତ ହୋଇଥିଲା । KEC International କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପାଇପ କମ୍ପାନୀର କାନ୍ଥ ବାହାରେ ଥିବା ବିଲର ନଡାରେ ନିଆଁ ଲାଗି ଲମ୍ବା ଘାସ ଜରିଆରେ ପାଇପ୍ ରଖାଯାଇଥିବା ଅଞ୍ଚଳରେ ନିଆଁ ଲାଗି ଯାଇଥିଲା । ପ୍ରଥମେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ l ହେଲେ ନିଆଁ ବ୍ୟାପିଯାଇଥିଲା । ଚାରିଆଡେ ଧୂଆଁମୟ ହୋଇଯାଇଥିଲା ।
ଅଗ୍ନିଶମ ବାହିନୀର ୫ ଟି ଟିମ୍ ପହଞ୍ଚି ୪ ଘଣ୍ଟା ପରିଶ୍ରମ କରି ନିଆଁକୁ ଲିଭାଇବାରେ ବାରେ ସକ୍ଷମ ହୋଇଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲିଭାବେଳେ ଘଟଣା ସ୍ଥଳରେ ସମ୍ବଲପୁର ଉପଜିଲ୍ଲାପାଳ ଏବଂ ଧମା ଥାନା ଅଧିକାରୀ ଉପସ୍ଥିତ ରହିଥିଲେ l ଅଗ୍ନିକାଣ୍ଡ କିପରି ହେଲା ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ପଢନ୍ତୁ ଏହି ଖବର:
ଉତ୍ସବମୁଖର ସମ୍ବଲପୁର; ଶୀତଳଷଷ୍ଠୀ ପାଇଁ ବାହାରିଲା ୧୦୮ ଭରି ସୁନା ନାଗPublished by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।