ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା: ରାସ୍ତା ଉପରେ ଜଳିଗଲା ଗାଡ଼ି; ୩ ଡ୍ରାଇଭରଙ୍କ ମୃତ୍ୟୁ

Terrible accident: ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣା ପରେ ରାସ୍ତା ଉପରେ ଜଳିଗଲା ଗାଡ଼ି। ଏଥିସହ ଜଳିଗଲେ ଗାଡ଼ିରେ ଥିବା ୩ ଡ୍ରାଇଭର।

ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା

ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଝାରସୁଗୁଡ଼ା: ଝାରସୁଗୁଡ଼ାରେ (Jharsuguda) ଭୟଙ୍କର ଦୁର୍ଘଟଣା (Accident)। ଦୁର୍ଘଟଣା ପରେ ରାସ୍ତା ଉପରେ ଜଳିଗଲା ଗାଡ଼ି (Truck)। ଏଥିସହ ଜଳିଗଲେ ଗାଡ଼ିରେ ଥିବା ୩ ଡ୍ରାଇଭର। ସେହିପରି ଗାଡ଼ିରେ ଥିବା ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଆରଟିଓ ଅଫିସ ଆଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ୨ଟି ଟ୍ରଲର ଓ କୋଇଲା ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣା ପରେ ୩ଟି ଯାକ ଗାଡ଼ିରେ ଲାଗି ଯାଇଥିଲା ନିଆଁ। ଫଳରେ ଗାଡ଼ି ଭିତରେ ଥିବା ଚାଳକ ଓ ଅନ୍ୟମାନେ ବାହାରି ପାରି ନଥିଲେ। ଗାଡ଼ିରେ ଥିବା ୩ ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସେତେବେଳେକୁ ୩ ଜଣ ଜଳି ଯାଇଥିଲା। ଅନ୍ୟ ୩ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିଚୟ ମିଳି ପାରିନାହିଁ।
Published by:Lipina Das
First published: