କଟକ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ: ମନ୍ଦିର ପୂଜକ ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଅଲଗା କଲେ

Murder in Cuttack, Odisha | ଏହି ହତ୍ୟା କାଣ୍ଡ ଘଟେଇବା ପରେ ୭୩ ବର୍ଷୀୟ ପୂଜକ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଥିଲେ । ପୋଲିସ ଓ ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

କଟକ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ: ମନ୍ଦିର ପୂଜକ ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଅଲଗା କଲେ
ହତ୍ୟାକାଣ୍ଡ ହୋଇଥିବା କୋଠରୀକୁ ପୋଲିସ ସିଲ୍ କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#କଟକ: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗାଁରେ ଘଟିଛି ଏକ ଜଘନ୍ୟ ହତ୍ୟା କାଣ୍ଡ। ବୋଦା ବଳି ପକାଇବାକୁ ନେଇ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଥିବା ବେଳେ ପୋଲିସ୍‌ ତଦନ୍ତ କରିବା ଆରମ୍ଭ କରିଛି । ଗାଁର ଏକ ମନ୍ଦିରର ବୃଦ୍ଧ ପୂଜକ ଜଣେ ଗ୍ରାମବାସୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ମୁଣ୍ଡକୁ ଅଲଗା କରିଦେଇଛନ୍ତି ।

ମୃତକ ଜଣକ ହେଉଛନ୍ତି ୫୦ ବର୍ଷ ବୟସ୍କ ସରୋଜ ପ୍ରଧାନ । ସୂଚନା ଅନୁଯାୟୀ ବନ୍ଧହୁଡା ଗ୍ରାମ ନିକଟରେ ଥିବା ମା’ ବ୍ରାହ୍ମଣୀଦେଇ ମନ୍ଦିରର ପୂଜକ ୭୩ ବର୍ଷ ବୟସ୍କ ସଂସାରୀ ଓଝାଙ୍କୁ ସରୋଜ ତାଙ୍କର ଏକ ବୋଦା ବଳି ପକାଇବାକୁ କହିଥିଲେ । ଏବେ ଲକଡାଉନ ଚାଲୁଥିବାରୁ ଓ ପଶୁ ବଳି ଉପରେ ସରକାରୀ ବାରଣ ଥିବାରୁ ବଳି ପକାଇ ହେବ ନାହିଁ ବୋଲି ପୂଜକ ମନା କରିଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ସରୋଜ ପୂଜକଙ୍କୁ ମାଡ଼ ମାରିଥିଲେ । ଆଉ ପୂଜକ ସଂସାରୀ ଓଝା ତାଙ୍କ ପାଖରେ ଥିବା ଏକ ଧାରୁଆ କଟୁରିରେ ସରୋଜଙ୍କ ବେକକୁ ହାଣି ଦେଇଥିଲେ ।

ହତ୍ୟା ଆରୋପୀ ପୂଜକ ସଂସାରୀ ଓଝା


ଏହି ହତ୍ୟା କାଣ୍ଡ ଘଟେଇବା ପରେ ପୂଜକ ନିଜେ ଯାଇ ନରସିଂହପୁର ଥାନାରେ ଆତ୍ମସମର୍ପଣ କରିଥିଲେ । ନରସିଂହପୁର ପୋଲିସ ଓ ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବୋଦା ବଳିକୁ ନେଇ ଏହି ହତ୍ୟା ହୋଇଥିବା ପୂଜକ କହିଥିବା ବେଳେ ମୃତକ ସରୋଜ ପ୍ରଧାନଙ୍କ ପରିବାର ଲୋକେ କହିଛନ୍ତି ଏକ ଆମ୍ବ ବଗିଚାକୁ ନେଇ ଉପୁଜିଥିବା ବିବାଦରୁ ଏହି ହତ୍ୟା କରାଯାଇଛି ବୋଲି କହିଛନ୍ତି ।

ଘଟଣା ସ୍ଥଳରେ ପୋଲିସ ଟିମ୍ ପହଞ୍ଚିଛି ।


‘‘ମୁଁ ତାକୁ ବଳି ପକେଇବାକୁ ମନା କରିବା ପରେ ସେ ରାଗିଗଲା ଓ ମୋ’ ଆଖି ପାଖରେ ଜୋରରେ ମାଡ଼ ମାରିଲା । ତା’ ପରେ ମୋ’ ପାଖରେ ଥିବା କଟୁରୀ ଉଠେଇ ମୁଁ ମା’ କାଳିଙ୍କ ନାଁ ନେଇ ମାରିଦେଲି ଚଟେ,’’ ପୂଜକ ସଂସାରୀ ଓଝା ଗଣ ମାଧ୍ୟମ ଓ ପୋଲିସକୁ କହିଛନ୍ତି ।

ହେଲେ ମୃତକଙ୍କ ପୁତୁରା ସ୍ଵର୍ଣ୍ଣରାଜ ପ୍ରଧାନ କହିଛନ୍ତି ଯେ ୭୩ ବର୍ଷ ବୟସ୍କ ପୂଜକ ନିଜେ ଠିକ୍‌ ଭାବରେ ଠିଆହେବା ଓ ଚାଲିବା କାମ ପାରୁ ନ ଥିବାରୁ ସେ ଏକା ଏହି ହତ୍ୟା କରିପାରି ନ ଥିବେ । ‘‘ଏଇଟା ଦୁଇ ତିନି ଜଣ ଲୋକଙ୍କ କାମ ଲାଗୁଛି । ତାଙ୍କ ସହିତ ତାଙ୍କ ପୁଅ ବା ତାଙ୍କର କେହି ସାଙ୍ଗ ନିଶ୍ଚୟ ଥିଲେ । ଆମ୍ବ ବଗିଚା ଜଗିବାକୁ ନେଇ ମୋ’ ଦାଦା (ମୃତକ)ଙ୍କ ସହ ତାଙ୍କର କିଛି ଦିନ ଆଗରୁ କିଛି ବିବାଦ ଥିଲା,’’ କହିଛନ୍ତି ସ୍ୱର୍ଣ୍ଣରାଜ ।

ହତ୍ୟାରେ ବ୍ୟବହୃତ କଟୁରୀ


‘‘ଏହା ଏକ ନୃଶଂସ ହତ୍ୟାକାଣ୍ଡ । ହତ୍ୟାକାରୀ ପୂଜକଙ୍କ ମାନସିକ ସ୍ଥିତି ଏବେ ଠିକ୍‌ ନାହିଁ । ଏହି ସମୟରେ ତାଙ୍କ କଥା ଉପରେ ସମ୍ପୂର୍ଣ୍ଣ ଭରଷା କରାଠାଇପାରିବ ନାହିଁ । ତଦନ୍ତ ପରା ଏ ଘଟଣାର ସତ୍ୟାସତ୍ୟ ଓ କାରଣ ଜଣାପଡ଼ିବ । ଏବେ କିଛି ସଠିକ କହିବା ସମ୍ଭବ ନୁହେଁ,’’ କହିଛନ୍ତି କଟକ ଜିଲ୍ଲା ଗ୍ରାମୀଣ ଏସ୍‌.ପି. ରାଧାଗୋବିନ୍ଦ ପାଣିଗ୍ରାହୀ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 5:19 PM IST
corona virus btn
corona virus btn
Loading