• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବଢୁଛି ତାତି: ଅସ୍ତବ୍ୟସ୍ତ ହେଲାଣି ଜନଜୀବନ; ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ

ବଢୁଛି ତାତି: ଅସ୍ତବ୍ୟସ୍ତ ହେଲାଣି ଜନଜୀବନ; ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ

ସମ୍ଭାବ୍ୟ ଅଂଶୁଘାତର ମୁକାବିଲା, ବିଶୁଦ୍ଧ ପାନୀୟ ଜଳଯୋଗାଣ, ସହ ଜିରୋ କାଜୁଆଲଟି ଉପରେ ଫୋକସ କରିଛି ଜିଲ୍ଲା ପ୍ରଶାସନ। ବିଶେଷ କରି ଦିନ ମଜୁରିଆ, ରିକ୍ସା ଚାଳକ,ନିର୍ମାଣ ଶ୍ରମିକଙ୍କୁ ସଚେତନ କରାଯିବା ସହ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭିନ୍ନ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି।

କଟକ ସହରରେ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହୁଛି

କଟକ ସହରରେ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହୁଛି

  • Share this:
News18 Odia Digital

କଟକ: ଧୀରେ ଧୀରେ ଉପକୂଳରେ ବଢ଼ୁଛି ପାରଦ। ଦିନ ୧୧ଟା ପରେ ରୌଦ୍ରତାପରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। କଟକ ସହରରେ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହୁଥିବାରୁ ଧୀରେ ଧୀରେ ବଜାର ଘାଟ ଫାଙ୍କା ହେଲାଣି। ସେପଟେ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲାଣି ଜିଲ୍ଲା ପ୍ରଶାସନ।

ସମ୍ଭାବ୍ୟ ଅଂଶୁଘାତର ମୁକାବିଲା, ବିଶୁଦ୍ଧ ପାନୀୟ ଜଳଯୋଗାଣ, ସହ ଜିରୋ କାଜୁଆଲଟି ଉପରେ ଫୋକସ କରିଛି ଜିଲ୍ଲା ପ୍ରଶାସନ। ବିଶେଷ କରି ଦିନ ମଜୁରିଆ, ରିକ୍ସା ଚାଳକ,ନିର୍ମାଣ ଶ୍ରମିକଙ୍କୁ ସଚେତନ କରାଯିବା ସହ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭିନ୍ନ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଅଚଳ ନଳକୂପ ଗୁଡିକୁ ତୁରନ୍ତ ମରାମତି କରିବା ସହ ପ୍ରତି ବ୍ଲକର ଅଧିକାରୀମାନେ ଅଂଶୁଘାତ ଜନିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ତାପମାତ୍ରା ବଢୁ ଥିବାରୁ ଅଂଶୁଘାତ ଜନିତ ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରି ଏହାର ମୁକାବିଲା ପାଇଁ ଏସସିବି ମେଡ଼ିକାଲ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। ପ୍ରତିବର୍ଷ ଭଳି ବିଭିନ୍ନ ବିଭାଗରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଛି। ଆନୁସଙ୍ଗିକ ବ୍ୟବସ୍ଥା ସହ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। କାଜୁଆଲଟି ସହ ବିଭିନ୍ନ ବିଭାଗରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବେଡ଼ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।

ନୂଆ ମେଡ଼ିସିନ ୱାର୍ଡରେ ୮ଟି ବେଡ଼ ଓ ଶିଶୁ ଚିକିତ୍ସା ୱାର୍ଡରେ ୨ଟି ବେଡ଼ ପ୍ରସ୍ତୁତ ରହିଥିବା ବେଳେ ୪ଟି ଆଇସିୟୁ ବେଡ଼ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ବାହାରକୁ ବାହାରୁ ଥିଲେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ଓ.ଆର.ଏସ ଓ ତୋରାଣି ପିଇବାକୁ ପରାମର୍ଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ସବୁଠାରୁ ବଡ଼ କଥା ଛୋଟ ପିଲାମାନଙ୍କୁ ଚାରିଚକିଆ ଗାଡ଼ିରେ ଛାଡି ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ ଯଦି ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ସେଣ୍ଟ୍ରାଲ ଆଇସିୟୁ, ସହ ସବୁ ବିଭାଗର ଆଇସିୟୁ ଓ ଅଧିକ ବେଡ଼ ସଂଖ୍ୟ ବଢ଼ୀ ଯିବ ବୋଲି କହିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା।

ତେବେ କଟକକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଆସୁଥିବାରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାର ଆବଶ୍ୟକତା ରହିଛି। ଏହାବ୍ୟତୀତ ଅତି ଆବଶ୍ୟକ ନଥିଲେ ଦିନ ୧୧ଟା ପରେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଉଭୟ ଜିଲ୍ଲା ପ୍ରଶାସନ ଓ ମେଡିକାଲ କତ୍ତୃପକ୍ଷ।
Published by:Lipina Das
First published: