ରାଜ୍ୟରେ ବଢ଼ୁଛି ତାପମାତ୍ରା; ମାର୍ଚ୍ଚ ୧ ସୁଦ୍ଧା ପାରଦ ଛୁଇଁବ ୪୦ ଡିଗ୍ରୀ; ଅଣାୟତ୍ତ ହୋଇପାରେ ଖରା, ଗରମ

ଆହୁରି ପାଞ୍ଚ ଦିନ ଧରି ପାଗ ଶୁଖିଲା ରହିବା ସହ ଦିନରେ ଟାଣ ଖରା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତାପମାତ୍ରା ବୃଦ୍ଧି ପାଇ ବୁଧବାର ଦିନ ୩୭ ଡିଗ୍ରୀ ସେଲସିଅସରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ବଢ଼ୁଛି ତାପମାତ୍ରା; ମାର୍ଚ୍ଚ ୧ ସୁଦ୍ଧା ପାରଦ ଛୁଇଁବ ୪୦ ଡିଗ୍ରୀ; ଅଣାୟତ୍ତ ହୋଇପାରେ ଖରା, ଗରମ
ଗତ ୨୪ ଘଣ୍ଟାରେ ଅଧିକାଂଶ ସହରର ତାପମାତ୍ରା ୩୩ ଡିଗ୍ରୀ ସେଲସିଅସ୍ ଉପରେ ରହିଛି ।
  • News18 Odia
  • Last Updated: February 23, 2021, 7:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା । ଫେବୃଆରୀ ନ ସରୁଣୁ ପାରଦ ୩୬ ଡିଗ୍ରୀ ସେଲସିଅସରୁ ଅଧିକ ଛୁଇଁଲାଣି । ଏଣିକି ଶୀତ କମିବା ସାଙ୍ଗକୁ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହୁଛି । ଏବେ ଠାରୁ ଲୋକେ ଖରାକୁ ନେଇ ଆଶଙ୍କିତ ହେଲେଣି । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଫେବୃଆରୀ ଶେଷ ଓ ମାର୍ଚ୍ଚ ପହିଲାରେ ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁପାରେ ତାପମାତ୍ରା ।

ଦିନ ସାଙ୍ଗକୁ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ ଫେବୃଆରୀ ମାସରୁ ହିଁ ଓଡ଼ିଶାରେ ଶୀତ ଗାୟବ ହୋଇଛି । ବିଶେଷ କରି ଉପକୂଳ ଓଡିଶାରେ ଅଧିକ ଖରା ଓ ଗରମ ଅନୁଭୂତ ହେଉଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିଅସ୍‌ ରେକର୍ଡ ହୋଇଥିବା ବେଳେ ତା’ ତଳକୁ କଟକ ସହରର ତାପମାତ୍ରା ୩୫.୨ ଡିଗ୍ରୀ ସେଲସିଅସ୍‌ ରେକର୍ଡ ହୋଇଛି । ଅଧିକାଂଶ ସହରର ତାପମାତ୍ରା ରହିଛି ୩୩ ଡିଗ୍ରୀ ସେଲସିଅସ୍‌ ଉପରେ।

ଦେଖନ୍ତୁ ଫଟୋ | ଯେବେ ପୋପ୍ ଫ୍ରାନସିସ୍ ଜଣେ ବିକିନି ମଡେଲଙ୍କ ଫଟୋକୁ ଲାଇକ୍ କଲେ ହଙ୍ଗାମା ହେଲା…PHOTOS

ଆହୁରି ପାଞ୍ଚ ଦିନ ଧରି ପାଗ ଶୁଖିଲା ରହିବା ସହ ଦିନରେ ଟାଣ ଖରା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତାପମାତ୍ରା ବୃଦ୍ଧି ପାଇ ବୁଧବାର ଦିନ ୩୭ ଡିଗ୍ରୀ ସେଲସିଅସରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

‘‘ପୂର୍ବ ଆକଳନ ଅନୁଯାୟୀ ରାଜ୍ୟରେ ତାପମାତ୍ରା ବେଶ୍‌ ବୃଦ୍ଧି ପାଇଛି । ଆଗକୁ ଆହୁରି ବଢିବ। ପାକିସ୍ତାନ ଓ ରାଜସ୍ଥାନରୁ ମଧ୍ୟ ପ୍ରଦେଶ ହୋଇ ଆମ ରାଜ୍ୟକୁ ଗରମ ପବନ ପ୍ରବାହିତ ହେଉଛି । ଫଳରେ ତାପମାତ୍ରା ଶୀଘ୍ର ବଢ଼ିବାରେ ଲାଗିଛି। ଫେବୃଆରୀ ଶେଷ ଓ ମାର୍ଚ୍ଚ ୧ ବେଳକୁ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁପାରେ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ।

ଏହା ବି ପଢ଼ନ୍ତୁ | ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISRO ବରିଷ୍ଠ ଓଡ଼ିଆ ବୈଜ୍ଞାନିକ

ଖରା ଓ ଗରମ ଏବେ ଠାରୁ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି । ସକାଳ ୧୦ଟା ପରେ ଟାଣ ଖରା ଦେଖିବାକୁ ମିଳୁଛି । ଏହାକୁ ନେଇ ଆଗକୁ ପ୍ରବଳ ଖରା ହେବ ବୋଲି ଭାବି ଲୋକେ ଡରିଲେଣି । ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଉପକୂଳ ଓଡିଶାରେ ୨ ଡିଗ୍ରୀ ସେଲସିଅସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ କେନ୍ଦ୍ରୀୟ ଓଡିଶା ଓ ପଶ୍ଚିମ ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା ବଢ଼ିବ । ଫେବୃଆରୀ ୨୮ କିମ୍ବା ମାର୍ଚ୍ଚ ୧ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ

‘‘ଗତ କିଛି ବର୍ଷ ହେଲା ରାଜ୍ୟରେ ଫେବୃଆରୀ ମାସରୁ ଖରା ହେଉଥିବା ଦେଖୁଛୁ, ହେଲେ ଏ ବର୍ଷ ଟାଣ ଖରା ସାଙ୍ଗକୁ ରାତିରେ ଶୀତ ଗାୟବ ହୋଇଛି । ଆଗକୁ ପ୍ରବଳ ଖରା ଏ ଥର ହେବ ବୋଲି ଜଣାପଡ଼ିଯାଉଛି,’’ କହିଛନ୍ତି ରାଜଧାନୀବାସୀ ବିମ୍ବାଧର ଖୁଣ୍ଟିଆ ।



ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିଅସ୍‌ ରେକର୍ଡ ହୋଇଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ସେଲସିଅସ୍‌ କମ୍‌ ରହିଛି । ଫଳରେ ବିଶେଷ ଶୀତ ଅନୁଭୂତ ହେଉନାହିଁ ।
Published by: Anand Shankar Thankur Das
First published: February 23, 2021, 7:00 PM IST