ରାଜ୍ୟରେ ୧୧ ବର୍ଷ ପରେ ଜାନୁଆରୀ ମାସରେ ପାରଦ ଛୁଇଁଲା ୩୪ ଡିଗ୍ରୀ; ମାଘରେ ହେବନି ଶୀତ
ପାଣିପାଗ ବିଭାଗ କହିଛି ଯେ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ପୁଣି ଅନୁଭୂତ ହେବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ଡିଗ୍ରୀ ଓ ଉପକୂଳ ଓଡିଶାରେ ୨ରୁ ୩ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରାଯାଇଛି ।
ଆସନ୍ତା ଦୁଇ ଦିନ ଅନେକ ସ୍ଥାନରେ କୁହୁଡ଼ି ହେବ ବୋଲି କହିଛି ପାଣିପାଗ ବିଭାଗ ।
- News18 Odia
- Last Updated: January 13, 2021, 1:10 AM IST
ଭୁବନେଶ୍ୱର: ଜାନୁଆରୀ ମାସରୁ ଶୀତ କୁଆଡ଼େ ଗାୟବ ହୋଇଗଲାଣି । ପାରଦ ଏବେ ଠୁ ୩୪ ଡିଗ୍ରୀ ସେଲସିୟସ୍ ଛୁଇଁଲାଣି। ଗତ ୧୧ ବର୍ଷ ପରେ ଜାନୁଆରୀ ମାସରେ ତାପମାତ୍ରା ୩୪ ଡିଗ୍ରୀ ବା ତା’ ଠାରୁ ଅଧିକ ରହିଛି। ପାଣିପାଗ ବିଭାଗ କହିଛି ଯେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ପୁଣି ଖସିବ ପାରଦ ଓ ଅନୁଭୂତ ହେବ ଶୀତ। ବିଶେଷଜ୍ଞମାନେ କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ଏଥର ଶୀତ ଅନୁଭୂତ ହେବନି ଓ ମାଘ ମାସରେ ବଢ଼ିବ ତାପମାତ୍ରା ।
ଜାନୁଆରୀ ପହିଲାରୁ ତାପମାତ୍ରା ୩୪ ଡିଗ୍ରୀ ଛୁଇଁବା ଓ ଖରା ବଢ଼ିବା ଦେଖି ସମସ୍ତେ ଚକିତ ହୋଇଛନ୍ତି । ସାଧାରଣତଃ ରାଜ୍ୟରେ ଡିସେମ୍ବର ଓ ଜାନୁଆରୀ ମାସରେ ପ୍ରବଳ ଶୀତ ଅନୁଭୂତ ହୁଏ । ହେଲେ ଏ ବର୍ଷ ଜାନୁଆରୀ ଆରମ୍ଭରୁ ତାପମାତ୍ରା ସାରା ରାଜ୍ୟରେ ବଢ଼ିବା ସହ ଦିନରେ ଖରା ଓ ଗୁଳୁଗୁଳି ହେଉଥିବା ଦେଖାଯାଉଛି । ଗତ ୧୧ ବର୍ଷରେ ଜାନୁଆରୀ ମାସରେ ପାରଦ କେବେ ଏତେ ବୃଦ୍ଧି ପାଇ ନ ଥିଲା ।
ଏହା ବି ପଢ଼ନ୍ତୁ | ‘ଦଙ୍ଗଲ୍ ଗର୍ଲ’ ଫାତିମା ସନା ଶେଖଙ୍କ ଖୁଲାସା: ‘ମୋତେ କୁହାଗଲା ସେକ୍ସ ହିଁ କାମ ପାଇବାର ଉପାୟ’
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ
ହେଲେ ବର୍ତ୍ତମାନର ଆକଳନ ଅନୁଯାୟୀ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ପୁଣି ଅନୁଭୂତ ହେବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ଡିଗ୍ରୀ ଓ ଉପକୂଳ ଓଡିଶାରେ ୨ରୁ ୩ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ଯେ ରାଜ୍ୟକୁ ଉତ୍ତର ଭାରତରୁ ପବନ ଆସୁନାହିଁ । ବିଦର୍ଭ, ଛତିଶଗଡ଼ ଓ ଓଡ଼ିଶାର ଉପରି ଭାଗରେ ଏକ ଗୁରୁଚାପ ବଳୟ ରହୁଛି, ଯାହା ପ୍ରଭାବରେ ଥଣ୍ଡା ପବନ ରାଜ୍ୟକୁ ଆସୁନାହିଁ, ବରଂ ବଙ୍ଗୋପସାଗରରୁ ଉଷ୍ମ ଜଳବାୟୁ ପ୍ରବେଶ କରୁଛି । ଫଳରେ ଦିନରେ ଖରା ସହ ଗୁଳୁଗୁଳି ବି ହେଉଛି ।
ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ ବିକିନି ଅବତାରରେ କେରଳରେ ନୂଆ ବର୍ଷକୁ ସ୍ୱାଗତ କଲେ – PHOTOS
ଆଗାମୀ ଦୁଇ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ, ହେଲେ ଉପକୂଳ ଓଡିଶାରେ ଶୀତ ଅନୁଭୂତ ହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଏପରିକି ଫେବୃୟାରୀ ମାସରେ ବି ଶୀତ ଅନୁଭୂତ ହେବ ନାହିଁ, ବରଂ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ବିଭାଗ ।
‘‘ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସହ ତାପମାତ୍ରା କ୍ରମଶଃ ବଢ଼େ । ହେଲେ ଏ ଥର ଲା ଲିନାର ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇବ ଓ ଫେବୃଆରୀ ମାସରୁ ଗରମ ହେବ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ କୁହୁଡ଼ି ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।






