ବେନାମୀ ସିମ୍ ଦ୍ୱାରା ଲୋକଙ୍କୁ ଠକୁଥିଲେ ଟେଲିକମ୍ କମ୍ପାନୀ କର୍ମଚାରୀ; ୪ ଗିରଫ

ବେନାମୀ ସିମ୍ ବ୍ୟବହାର କରି ଚାକିରୀ ଦେବା ଅଭିଯୋଗରେ ଟେଲିକମ୍ କମ୍ପାନୀ ଟେରିଟୋରିଆଲ ସେଲ୍ସ ମୁଖ୍ୟଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ପ୍ରି-ଆକ୍ଟିଭେଟେଡ୍ ସିମ୍ ନେଇ ବେକାର ଯୁବକଙ୍କୁ ଏମାନେ ଟାର୍ଗେଟ କରୁଥିଲେ।

ବେନାମୀ ସିମ୍ ଦ୍ୱାରା ଲୋକଙ୍କୁ ଠକୁଥିଲେ ଟେଲିକମ୍ କମ୍ପାନୀ କର୍ମଚାରୀ (ପ୍ରତୀକାତ୍ମକ ଛବି)

ବେନାମୀ ସିମ୍ ଦ୍ୱାରା ଲୋକଙ୍କୁ ଠକୁଥିଲେ ଟେଲିକମ୍ କମ୍ପାନୀ କର୍ମଚାରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ବେନାମୀ ସିମ୍ ବ୍ୟବହାର କରି ଚାକିରୀ ଦେବା ଅଭିଯୋଗରେ ଟେଲିକମ୍ କମ୍ପାନୀ ଟେରିଟୋରିଆଲ ସେଲ୍ସ ମୁଖ୍ୟଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ପ୍ରି-ଆକ୍ଟିଭେଟେଡ୍ ସିମ୍ ନେଇ ବେକାର ଯୁବକଙ୍କୁ ଏମାନେ ଟାର୍ଗେଟ କରୁଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ,  ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଅରୁଣ ଘୋଷ(୩୦), କଟକ ସିଡିଏ-୧୦ ଅଞ୍ଚଳର ସ୍ମୃତି ରଂଜନ ମହାନ୍ତି(୫୪), କଟକ ଚଉଳିଆଗଞ୍ଜ ଅଞ୍ଚଳର ବାନାମ୍ବର ପ୍ରଧାନ(୨୨) ଓ ଅନୁଗୁଳର  ଚୁନ୍ନିଲାଲ ପୃଷ୍ଟି (୩୪)ଙ୍କୁ ଗିରଫ କରିଛି ସାଇବର ପୋଲିସ । ଅରୁଣ ଘୋଷଙ୍କ ଆକାଉଣ୍ଟରେ ୬୦ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଟଙ୍କା ଫ୍ରିଜ କରିବାକୁ ବ୍ୟାଙ୍କକୁ ଚିଠି ଲେଖାଯାଇଛି ।

ଗତ ୨୬.୦୩.୨୦୨୨ ରିଖରେ ଅଭିଯୋଗକାରୀ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖତ ଅଭିଯୋଗ କରିଥିଲେ ଯେ, ଗତ ୦୯.୦୪.୨୦୨୨ ରିଖରେ ଅଭିଯୋଗକାରୀଙ୍କ ମୋବାଇଲ ୭୦୦୮୬୯୨୭୭୮ରୁ ଜଣେ ଅଜଣା ବ୍ୟକ୍ତି ଫୋନ କରିଥିଲେ । ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହିତ କିଛି ସମୟ କଥା ହେବା ପରେ ଅଭିଯୁକ୍ତ ଜଣକ ନିଜକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବଲାଙ୍ଗୀର , ମୁଖ୍ୟ କାର୍ଯ୍ୟାଳୟରରୁ କହୁଛନ୍ତି ବୋଲି ପରିଚୟ ଦେଇଥିଲେ । ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଉକ୍ତ ବ୍ୟାଙ୍କରେ ଅଫିସ୍ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ମନୋନୀତ ହୋଇଥିବା ଜଣାଇ ତାଙ୍କୁ ଗୋଟିଏ ଲିଙ୍କ୍ ପଠାଇଥିଲେ ଓ ଲିଙ୍କରେ ଥିବା ଫର୍ମକୁ ପୂରଣ କରିବା ପରେ grameenbankugb@gmail.com ମେଲରେ ପଠାଇବାକୁ କହିଥିଲେ । କିଛିଦିନ ପରେ ପୁନର୍ବାର ଅଭିଯୁକ୍ତ ଜଣକ ଫୋନ କରି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୯୧୯୦୧୦୦୨୫୮୪୦୪୯୪ ଦେବାସହ ଅଭିଯୁକ୍ତଙ୍କୁ ୧, ୧୦, ୬୦୦ ଟଙ୍କା ଉକ୍ତ ଆକାଉଣ୍ଟରେ ପୈଠ କରିବାକୁ କହିଥିଲେ । ଅଭିଯୋଗକାରୀ ଉକ୍ତ ରାଶିକୁ ୨୦୨୧ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସମୁଦାୟ ୧୧ଟି କିସ୍ତିରେ ଦେଇଥିଲେ ।

"ଅଭିଯୁକ୍ତ ଜଣକ ୨୦୧୯ରୁ ୨୦୨୨ ମଧ୍ୟରେ ୩୦ରୁ ଅଧିକ ଲୋକଙ୍କୁ ପ୍ରାୟ ୫୬ ଲକ୍ଷ ଟଙ୍କା ଲୁଟିଛନ୍ତି। ତଦନ୍ତରୁ ଏହା ମଧ୍ୟ ଜଣା ପଡ଼ିଛି , ଅଭିଯୁକ୍ତ ଜଣକ ଜଣେ ରିଟେଲରଙ୍କ ସହାୟତାରେ Vodafone କମ୍ପାନୀର ପ୍ରି-ଆକ୍ଟିଭେଟେଡ ସିମ ବ୍ୟବହାର କରିବା ସହିତ ଜଣେ କମ୍ପୁଟର ଦୋକାନୀଙ୍କ ସହାୟତାରେ ଜାଲି ପ୍ରମାଣପତ୍ର ପ୍ରସ୍ତୁତ କରି ବ୍ୟାଙ୍କରେ ଅନେକ ନକଲି ଆକାଉଣ୍ଟ ଖୋଲିଛନ୍ତି। ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଭୁବନେଶ୍ବର ଘଟଣାର ତଦନ୍ତକରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି," କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ୍ ।

ଏହି ପରିପ୍ରେକ୍ଷୀରେ  ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରି କହିଛନ୍ତି,  କୌଣସି ପ୍ରି - ଆକ୍ଟିଭେଟେଡ ସିମ ବ୍ୟବହାର କରନ୍ତୁନହିଁ । ପ୍ରି ଆକ୍ଟିଭେଟେଡ ସିମ ବ୍ୟବହାର କରୁଥିବା କିମ୍ବା ଯୋଗାଉଥିବା ରିଟେଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସଙ୍ଗେ ସଙ୍ଗେ ବ୍ୟାଙ୍କ ଅଧିକାରୀମାନଙ୍କୁ ଆକାଉଣ୍ଟ ଖୋଲିବା ପୂର୍ବରୁ ବ୍ୟକ୍ତିଙ୍କର ପରିଚୟ ପ୍ରମାଣପତ୍ର ଓ KYC ସହିତ ତାଙ୍କର ସ୍ବାକ୍ଷର ବ୍ୟକ୍ତିଗତ ଭାବେ ଯାଞ୍ଚ କରିବା ପରେ ହିଁ ଆକାଉଣ୍ଟ ଖୋଲନ୍ତୁ" ।
Published by:Soumya Das
First published: