ବିଜେଡି଼ ଛାଡି ବିଜେପିରେ ଯୋଗ ଦେଲେ ତେଜେଶ୍ୱର ପରିଡ଼ା

ବିଜେଡ଼ିରୁ ଇସ୍ତଫା ପରେ ବିଜେପିରେ ଯୋଗ ଦେଇଛନ୍ତି ତେଜେଶ୍ୱର ପରିଡ଼ା। ଦଳ ସଭାପତିଙ୍କୁ ମେଲ ଯୋଗେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

ବିଜେପିରେ ଯୋଗ ଦେଲେ ତେଜେଶ୍ୱର (ପ୍ରତୀକାତ୍ମକ ଛବି)

ବିଜେପିରେ ଯୋଗ ଦେଲେ ତେଜେଶ୍ୱର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ତେଜେଶ୍ୱର ପରିଡ଼ା । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ପଦରୁ ମଧ୍ୟ ତେଜେଶ୍ବର ପରିଡ଼ା ଇସ୍ତଫା ଦେଇଛନ୍ତି।

ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡାଙ୍କ ଉପସ୍ଥିତିରେ ତେଜେଶ୍ୱର ପରିଡା ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି।।

ଆଜି ବିଜେଡି ସୁପ୍ରିମୋ ତଥା ସଭାପତିଙ୍କୁ ଇ-ମେଲ୍ ଯୋଗେ ନିଜର ଇସ୍ତଫା ପତ୍ର ପଠାଇଥିଲେ ତେଜେଶ୍ୱର। ମୁଁ ଆଜି ବିଜୁ ଜନତା ଦଳରୁ ଦଳର ମାନ୍ୟବର ସଭାପତିଙ୍କୁ email ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି ବୋଲି ତେଜେଶ୍ୱର ଟ୍ୱିଟ କରିଥିଲେ।
Published by:Soumya Das
First published: