Teddy Day 2021: କାହିଁକି ପାଳନ କରାଯାଏ ଟେଡି ଡେ; ଜାଣନ୍ତୁ ସାଥୀକୁ କେଉଁ ପ୍ରକାର ଟେଡି ଗିଫ୍ଟ ଦେବେ

Teddy Day 2021: ବିଶ୍ୱାସ କରାଯାଏ ଯେ ଏହି ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଓଡୋର 'ଟେଡି' ରୁଜଭେଲ୍ଟଙ୍କୁ ଏକ ସୁନ୍ଦର ଟେଡି ଗିଫ୍ଟ ମିଳିଥିଲା । ଯାହା ତାଙ୍କର ଏକ ଶିକାର ଯାତ୍ରା ସମୟରେ ପଶୁକୁ ହତ୍ୟା ନକରିବାକୁ ନିଷ୍ପତ୍ତିକୁ ସମ୍ମାନିତ କରାଯାଇ ଡିଜାଇନ କରାଯାଇଥିଲା ।

Teddy Day 2021: କାହିଁକି ପାଳନ କରାଯାଏ ଟେଡି ଡେ; ଜାଣନ୍ତୁ ସାଥୀକୁ କେଉଁ ପ୍ରକାର ଟେଡି ଗିଫ୍ଟ ଦେବେ
ଜାଣନ୍ତୁ ସାଥୀକୁ କେଉଁ ପ୍ରକାର ଟେଡି ଗିଫ୍ଟ ଦେବେ
  • News18 Odia
  • Last Updated: February 10, 2021, 9:27 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

Teddy Day 2021: ଉପହାରଗୁଡ଼ିକ ପ୍ରେମକୁ ବଢ଼ାଇଥାଏ । ଏଥିରେ କୌଣସି ସନ୍ଦେହ ନାହିଁ । ଟେଡି ଡେରେ ଆପଣ ଆପଣଙ୍କ ସାଥୀକୁ ସୁନ୍ଦର ଓ କ୍ୟୁଟ ଛୋଟ ଟେଡି ବିୟର ଗିଫ୍ଟ ଦେଇ ପାରିବେ । ମାର୍କେଟରେ ଆପଣ ଆପଣଙ୍କ ବଜେଟ ଅନୁସାରେ ଅର୍ଥାତ୍ ୧୦୦ ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ଟେଡି ବିୟର କିଣି ପାରିବେ । ଆପଣଙ୍କୁ କହିରଖୁଛୁ ଯେ ଭାଲେଣ୍ଟାଇନ୍ସ ଡେ’ର ଚାରି ଦିନ ପୂର୍ବରୁ ପାଳନ କରାଯାଉଥିବା ଟେଡି ଡେ ଆପଣଙ୍କ ସାଥୀଙ୍କ ମୁହଁରେ ହସ ଆଣିବା ପାଇଁ ସର୍ବୋତ୍ତମ ଦିନ । ଏହି ଦିନଟି ଏକ ସୁନ୍ଦର ଟେଡି ଗିଫ୍ଟ କରି ପାଳନ କରାଯାଏ । ଯାହା ଦୁଇ ଜଣଙ୍କର ପ୍ରେମ / ସମ୍ପର୍କର ପ୍ରତୀକ ଅଟେ । ବିଶ୍ୱାସ କରାଯାଏ ଯେ ଏହି ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଓଡୋର 'ଟେଡି' ରୁଜଭେଲ୍ଟଙ୍କୁ ଏକ ସୁନ୍ଦର ଟେଡି ଗିଫ୍ଟ ମିଳିଥିଲା । ଯାହା ତାଙ୍କର ଏକ ଶିକାର ଯାତ୍ରା ସମୟରେ ପଶୁକୁ ହତ୍ୟା ନକରିବାକୁ ନିଷ୍ପତ୍ତିକୁ ସମ୍ମାନିତ କରାଯାଇ ଡିଜାଇନ କରାଯାଇଥିଲା ।

ଟେଡି କାହିଁକି ଦିଆଯାଏ?
ସାଧାରଣତଃ ଏକ ଟେଡି ଝିଅର ପ୍ରଥମ ସର୍ବୋତ୍ତମ ବନ୍ଧୁ ଓ ଆପଣ ଏହାଠାରୁ ଏକ ଭଲ ଗିଫ୍ଟ ଏକ ଝିଅକୁ କ'ଣ ଦେଇପାରିବେ । ଏହା ବ୍ୟତୀତ କିଛି ଲୋକମାନେ ଭାବନ୍ତି ଯେ ପୁରୁଷଙ୍କୁ କଦାପି ଟେଡି ଉପହାର ଆକାରରେ ଦିଆଯାଇ ନ ପାରେ କିନ୍ତୁ ଯଦି ଆପଣ ତାଙ୍କୁ ଟେଡି ଦିଅନ୍ତି ତେବେ ସେ ଆପତ୍ତି କରିବେ ନାହିଁ । ହୁଏତ ତାଙ୍କୁ ଏହାକୁ ନିଜ ଆଲମାରୀରେ ଲୁଚାଇବାକୁ ପଡିଥାଏ ।

କାଉଁପ୍ରକାର ଟେଡି ଗିଫ୍ଟ ଦେବେ

ଭାବପୂର୍ଣ୍ଣ ଟେଡି କିଣନ୍ତୁ
ଯଦି ଆପଣଙ୍କ ସାଥୀ ସମସ୍ତଙ୍କୁ ନିଜର ଭାବନା ପ୍ରକାଶ କରିବାକୁ ପସନ୍ଦ କରନ୍ତି । ତେବେ ଆପଣ ତାଙ୍କ ହୃଦୟ ସହିତ ଜଡ଼ିତ ଏକ ଟେଡି କିଣିବା ଉଚିତ୍ ।

ଏକ ଯୋଡ଼ା ଟେଡି
କ'ଣ ଆପଣ ଆପଣଙ୍କ ସାଥୀଙ୍କ ବିନା ବଞ୍ଚିପାରିବ ନାହିଁ? ତେବେ ତାଙ୍କୁ ଏକ ଯୋଡ଼ା ଟେଡି ଗିଫ୍ଟ ଦେଇ ଆପଣ ତାଙ୍କୁ ଦେଖାଇବାକୁ ଚାହୁଁଛନ୍ତି । ଯେଉଁଥିରେ ଏକାସାଥିରେ ଦୁଇଟି ଟେଡିକୁ ନେଇ ଗଠିତ ।

ଏକ ସୁନ୍ଦର ପଶୁ
ଯଦି ଆପଣଙ୍କ ସାଥୀ ପଶୁମାନଙ୍କୁ ଭଲ ପାଆନ୍ତି । ତେବେ ତାଙ୍କୁ କେବଳ ଏକ ନରମ କୋମଳ ଖେଳନା ଉପହାର ଦେବା ଭଲ । ଏହା ଯକୌଣସି ସୁନ୍ଦର ପ୍ରାଣୀ, ରୋହିନୋ, ଡାଇନୋସର କିମ୍ବା ପେଙ୍ଗୁଇନ୍ ହୋଇପାରେ, ଯାହା ମୌଳିକ ଭାବରେ ଅତି ସୁନ୍ଦର ଅଟେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ଓ ବିଜ୍ଞପ୍ତିଗୁଡିକ ସାଧାରଣ ସୂଚନା ଉପରେ ଆଧାରିତ । ନ୍ୟୁଜ 18 ଓଡ଼ିଆ ଏଗୁଡିକ ନିଶ୍ଚିତ କରେ ନାହିଁ । ଏହିଗୁଡିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।)
Published by: Jagdish Barik
First published: February 10, 2021, 9:27 AM IST