ଶୁଭ ବାରବାଟୀ: ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ରୋମାଞ୍ଚକର ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ

୩୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଦେଇଥିଲେ ଦୃଢ଼ ଓପନିଂ ପାର୍ଟନରସିପ୍‌ । ଉଭୟଙ୍କ ମିଶି ସାଉଁଟିଥିଲେ ୧୨୨ ରନ୍‌ । ତା’ ପରେ ଇନିଂସ୍‌ ସମ୍ଭାଳିଥିଲେ କ୍ୟାପଟେନ୍‌ କୋହଲି । ରୋହିତ ୬୦, ରାହୁଲ ୭୭ ଓ କୋହଲି ୮୫ ରନ୍‌ର ଇନିଂସ ଖେଳି ଜିତେଇଥିଲେ ଟିମ୍‌ ଇଣ୍ଡିଆକୁ ।

ଶୁଭ ବାରବାଟୀ: ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ରୋମାଞ୍ଚକର ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ
ରୋହିତ ୬୦, ରାହୁଲ ୭୭ ଓ କୋହଲି ୮୫ ରନ୍‌ର ଇନିଂସ ଖେଳିଛନ୍ତି ।
  • News18 Odia
  • Last Updated: December 22, 2019, 4:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ବାରବାଟୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ରୋମାଞ୍ଚକର ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ୨-୧ରେ ସିରିଜ୍‌କୁ ମଧ୍ୟ କବ୍‌ଜା କଲା ଭାରତ । ଦ୍ୱିଦଳୀୟ ସିରିଜ୍‌ର ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଦେଇଥିବା ୩୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ଅନାୟାସରେ ଓ ଚ଼ମତ୍କାର ରୂପେ ଛୁଇଁଥିଲା ଟିମ୍‌ ଇଣ୍ଡିଆ ।

ଭାରତ ଟିମ୍‌ ପାଇଁ ପିଣି ଆଉ ଥରେ ଲକି ପ୍ରମାଣିତ ହେଲା ବାରବାଟୀ ଷ୍ଟାଡିୟମ । ଏହି ମ୍ୟାଚ୍‌ରେ ଭାରତ ଆଗରେ ଥିବା ୩୧୬ ରନ୍‌ର ବିଜୟ ଲକ୍ଷ୍ୟକୁ କ୍ୟାପଟେନ୍‌ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଜିତି ନେଲା ଭାରତ ।

ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ନିକୋଲାସ ପୂରନ ଓ ଅଧିନାୟକ କିରନ ପୋଲାର୍ଡଙ୍କ ଧୂଆଁଧାର ଇନିଂସ ବଳରେ ୫ ୱିକେଟ ବିନିମୟରେ କରିଥିଲା ୩୧୫ ରନ୍‌ । ପୂରନ ୮୯ ରନ୍‌ କରିଥିବା ବେଳେ ପୋଲାର୍ଡ ୭ଟି ଛକ୍କା ବଳରେ ଅପରାଜିତ ୭୪ ରନ୍‌ କରିଥିଲେ ।

ଏହି ମ୍ୟାଚରେ ଡେବ୍ୟୁ କରି କମାଲ୍‌ କରିଛନ୍ତି ଭାରତୀୟ ବୋଲର୍‌ ନବଦୀପ ସଇନି । ବାରବାଟୀ ଷ୍ଟାଡିୟମ ତାଙ୍କ ପାଇଁ ବି ହୋଇଛି ଲକି । ଭାରତ ପକ୍ଷରୁ ସାଇନି ୨ଟି ୱିକେଟ ନେଇଥିବାବେଳେ ସାମି, ଠାକୁର ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

୩୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଦେଇଥିଲେ ଦୃଢ଼ ଓପନିଂ ପାର୍ଟନରସିପ୍‌ । ଉଭୟଙ୍କ ମଧ୍ୟରେ ହୋଇଥିଲା ୧୨୨ ରନ୍‌ର ପାର୍ଟନରଶିପ୍‌ । ଏହା ପରେ ଇନିଂସ୍‌ ସମ୍ଭାଳିଥିଲେ କ୍ୟାପଟେନ୍‌ କୋହଲି ।

ରୋହିତ ଓ ରାହୁଲଙ୍କ ପରେ କୋହଲି ବି ହାସଲ କରିଥିଲେ ଅର୍ଦ୍ଧଶତକ । ଶେଷ ଭାଗରେ କୋହଲି ଆଉଟ୍‌ ହୋଇଥିଲେ ମଧ୍ୟ ଜାଡେଜା ପାଳିକୁ ସମ୍ଭାଳିଥିଲେ ଓ ମ୍ୟାଚ଼କୁ ଟିମ୍‌ ଇଣ୍ଡିଆର ବିଜୟ ଆଡ଼କୁ ନେଇଥିଲେ ସେ।

ମ୍ୟାଚ଼ରେ ରୋହିତ ୬୦, ରାହୁଲ ୭୭ ଓ କୋହଲି ୮୫ ରନ୍‌ର ଇନିଂସ ଖେଳିଛନ୍ତି । କୋହଲିଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିବା ବେଳେ ମ୍ୟାନ୍‌ ଅଫ୍‌ ଦ ସିରିଜ ହୋଇଥିଲେ ରୋହିତ ଶର୍ମା ।
Published by: Anand Shankar Thankur Das
First published: December 22, 2019, 4:53 PM IST
corona virus btn
corona virus btn
Loading