ଖରାଛୁଟି ପରେ ପିଲାଙ୍କ ବଦଳିବ ପିଲାଙ୍କ ପାଠ ପଢ଼ା; ନିର୍ଦ୍ଦେଶାବଳୀ ଜାରି କଲା ଓସେପା

ଖରା ଛୁଟି ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ। ପିଲାଙ୍କ ପାଠପଢା ଉପରେ ରହିବ ଫୋକସ। ଶତ ପ୍ରତିଶତ ନୂଆ ସିଲାଵସ ସାଙ୍ଗକୁ ବ୍ରିଜ କୋର୍ସ ପାଠପଢାଇବାକୁ ଓସେପା ନିର୍ଦ୍ଦେଶ ଦେଇଛି।

ଖରାଛୁଟି ପରେ ପିଲାଙ୍କ ବଦଳିବ ପିଲାଙ୍କ ପାଠ ପଢ଼ା ନିୟମ (ପ୍ରତୀକାତ୍ମକ ଛବି)

ଖରାଛୁଟି ପରେ ପିଲାଙ୍କ ବଦଳିବ ପିଲାଙ୍କ ପାଠ ପଢ଼ା ନିୟମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଖରା ଛୁଟି ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ। ପିଲାଙ୍କ ପାଠପଢା ଉପରେ ରହିବ ଫୋକସ। ଶତ ପ୍ରତିଶତ ନୂଆ ସିଲାଵସ ସାଙ୍ଗକୁ ବ୍ରିଜ କୋର୍ସ ପାଠପଢାଇବାକୁ ଓସେପା ନିର୍ଦ୍ଦେଶ ଦେଇଛି।

ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ  ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି। ହେଲେ ଏବେ ସୁଦ୍ଧା ଅନେକ ଛାତ୍ରଛାତ୍ରୀ ବହି ପାଇନଥିବାବେଳେ ଅନେକ ସ୍କୁଲରେ ଶିକ୍ଷକ ଅଭାବ ରହିଛି ବୋଲି ଶିକ୍ଷକ ସଂଘ ଓଷ୍ଟା କହିଛି।

ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠ ପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ। କିଭଳି ଭାବେ ସଠିକ୍‌ ଭାବେ ଛାତ୍ରଛାତ୍ରୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ ପ୍ରଧାନ ଶିକ୍ଷକ। କରୋନା କାଳରେ କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

"କରୋନା ଦୁଇ ବର୍ଷ ଭିତରେ ଶିକ୍ଷା ଯେଉଁଭଳି ଭାବରେ କ୍ଷତିଗ୍ରସ୍ତ ହେଲା ତାକୁ ନଜରରେ ରଖି ବିଭାଗ ଅନେକ ଯୋଜନା ପିଲାଙ୍କ ପାଇଁ କରୁଛି। ଏଣୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଏହାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଇ ସମସ୍ତ ଅଧ୍ୟକୟ, ଡ଼ିଇଓ ମାନଙ୍କୁ ଦିଆଯାଇଛି। ପିଲାଙ୍କ ପାଠପଢା ଓ ସିଲାଵସ ଶେଷ କୁ ଗୁରୁତ୍ୱ ଦିଆଯାଇଛି,"କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ଏହାସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ। ଶିକ୍ଷକମାନେ ପାଠପଢାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ଯୋଜନା କରିବେ। ସିଆରସିସି ମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଠିକ୍‌ ଭାବେ ପଢାଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶିକ୍ଷକଙ୍କ ପାଠପଢା ତଥ୍ୟ ବିଦ୍ୟାଳୟରେ ସ୍ବତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ।

"ଆମେକୁ ଯାହା ନିର୍ଦ୍ଦେଶ ରହିଛି ଯେ ପିଲାଙ୍କ ପାଠପଢାକୁ ଫୋକସ କରିବାକୁ। ପ୍ରଧାନ ଶିକ୍ଷକ ସବୁ ନଜର ରଖିବେ। ପିଲାଙ୍କ ପାଠପଢା ସହ ଶିକ୍ଷକ ଶିକ୍ଷୟିତ୍ରୀ କେମିତି ପଢ଼ାଉଛନ୍ତି ଓ ପିଲାଙ୍କ ପ୍ରୋଗ୍ରେସ କେତେ ହେଉଛି ସେ ସବୁ ନଜର ରଖିବେ। ଆମେ ମଧ୍ୟ ବ୍ଲୁ ପ୍ରିଣ୍ଟ ବିଦ୍ୟାଳୟ ତରଫରୁ ତିଆରି କରୁଚୁ। ପିଲାଙ୍କ ସ୍କୁଲ ଆସିବା ପୂର୍ବରୁ ସବୁ ପ୍ରସ୍ତୁତ କରିବୁ,"କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ।

"ଆମେ ଏଭଳି ଯୋଜନାକୁ ସ୍ୱାଗତ କରୁଛୁ। ହେଲେ ଗାଁ ଗହଳି ସ୍କୁଲ ମାନଙ୍କରେ  ଭିତ୍ତିଭୂମି ନାହିଁ ପ୍ରତି ସ୍କୁଲ କୁ 5t ରେ ଉନ୍ନତିକରଣ ହେଉ। ଶିକ୍ଷକ ପଦବୀ ଖାଲି ତାକୁ ପୂରଣ କରାଯାଉ। ଆବଶ୍ୟକୀୟ ପଦକ୍ଷେପ ସରକାର ନିଅନ୍ତୁ ପାଠପଢା ସୁରୁଖୁରୁରେ ଚାଲିବ," କହିଛନ୍ତି ଓଷ୍ଟା ସଭା
Published by:Soumya Das
First published: