ରାଜ୍ୟରେ ଦୂରଦର୍ଶନ ମାଧ୍ୟମରେ ଆରମ୍ଭ ହେଲା ଶିକ୍ଷାଦାନ; ଆଗାମୀ ଦିନରେ ରେଡ଼ିଓରେ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଦୂରଦର୍ଶନରେ ଦିନ ୧୧ ଟା ରୁ ୧୨ଟା ଦଶମ ଓ ୧୦ ରୁ ୧୧ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠପଢା ପ୍ରସାରିତ ହେଉଛି । ସେହିଭଳି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୁରଦର୍ଶନରେ ପଢ଼ାଇବା ପାଇଁ ରେକଡିଂ କାମ ଆରମ୍ଭ ହୋଇଛି ।

ରାଜ୍ୟରେ ଦୂରଦର୍ଶନ ମାଧ୍ୟମରେ ଆରମ୍ଭ ହେଲା ଶିକ୍ଷାଦାନ; ଆଗାମୀ ଦିନରେ ରେଡ଼ିଓରେ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ
ଦୂରଦର୍ଶନ ମାଧ୍ୟମରେ ଆରମ୍ଭ ହେଲା ଶିକ୍ଷାଦାନ
  • News18 Odia
  • Last Updated: September 7, 2020, 5:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର:  କୋରୋନା ଯୋଗୁଁ ରାଜ୍ୟରେ ପୂଜା ଛୁଟି ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଥିପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ପାଠ୍ୟକ୍ରମ ମଧ୍ୟ କମାଇଛନ୍ତି । ଶ୍ରେଣୀ ଗୃହରେ ପାଠପଢା ବନ୍ଦ ଥିବାରୁ ବିଦ୍ୟାର୍ଥୀଙ୍କୁ ବିକଳ୍ପ ବ୍ୟବସ୍ଥାରେ ପାଠ ପଢ଼ାଇବାକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ କରାଯାଇ ଅଧିକ ରୁ ଅଧିକ ଛାତ୍ରଛାତ୍ରୀ କିପରି ଶିକ୍ଷା ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜିଠାରୁ ଯୁକ୍ତ ୨ଦ୍ଵିତୀୟ ବର୍ଷ ପାଠପଢା ଦୁରଦର୍ଶନ ମାଧ୍ୟମରେ ଆରମ୍ଭ ହୋଇଛି । ଏଣିକି ପ୍ରତ୍ୟେକ ଦିନ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୧୦ଟା ରୁ ୧୧ ଟା ଏକଘଣ୍ଟା ଶିକ୍ଷାଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ କେବଳ ବିଜ୍ଞାନ ବିଭାଗ ପାଇଁ ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

"ନିଶ୍ଚିତ ଭାବରେ ଏହା ବହୁତ ଭଲ ଓ ସହାୟକ ହେବ । ବେଶ ଭଲ ଭାବରେ ମଧ୍ୟ ପାଠ ବୁଝା ଯାଉଛି। କିନ୍ତୁ ଶିକ୍ଷାବର୍ଷର ଅନେକ ମାସ ପରେ ଏହା ଆରମ୍ଭ ହୋଇଥିବାରୁ ସିଲାବସ ଅଧିକ ସରିବ ନାହିଁ । ଶୀଘ୍ର ଆରମ୍ଭ ହୋଇଥିଲେ ଅଧିକ ଉପକୃତ ହେଇଥାନ୍ତୁ,'' କହିଛନ୍ତି ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ମୃତି ନିବେଦିତା ସାହୁ ।

ଆଗାମୀ ଦିନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରେଡ଼ିଓ ମାଧ୍ୟମରେ ପାଠ ପଢ଼ାଇବାକୁ ନିଷ୍ପତି ହୋଇଛି । ପୂର୍ବରୁ ଏପ୍ରିଲ ୨୦ ତାରିଖରୁ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦% ଅର୍ଥାତ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ଦୁରଦର୍ଶନ ମାଧ୍ୟମରେ ପାଠ ପଢୁଛନ୍ତି । ଦିନ ୧୧ ଟା ରୁ ୧୨ଟା ଦଶମ ଓ ୧୦ ରୁ ୧୧ ଦ୍ୱାଦଶ ବିଜ୍ଞାନ ପାଠପଢା ପ୍ରସାରିତ ହେଉଛି । ସେହିଭଳି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୁରଦର୍ଶନରେ ପଢ଼ାଇବା ପାଇଁ ରେକଡିଂ କାମ ଆରମ୍ଭ ହୋଇଛି । ଶୀଘ୍ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ଶିକ୍ଷାଦାନ କାର୍ଯ୍ୟକ୍ରମ ଦୁରଦର୍ଶନରେ ପ୍ରସାରିତ ଆରମ୍ଭ ହେବ । ପରେ କଳା ଓ ବାଣିଜ୍ୟ ବିଭାଗର ଶିକ୍ଷାଦାନ ମଧ୍ୟ ଆରମ୍ଭ ହେବ । ଏଡୁସାଟ ମାଧ୍ୟମରେ ଦୁରଦର୍ଶନରେ ଶିକ୍ଷାଦାନ କରାଯାଉଛି । ପ୍ରସାରିତ ହେଉଥିବା ଭିଡିଓ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକାରଣ (ଓସେପା) ଓ ୟୁଟ୍ୟୁବ ରେ ଏହି ଭିଡିଓ ଉପଲବ୍ଧ ରହିବ । ପରେ ଛାତ୍ରଛାତ୍ରୀ ଚାହିଁଲେ ଏହାକୁ ଦେଖିପାରିବେ । ଏହା ସହ ଦୀକ୍ଷା ଆପ ରେ ମଧ୍ୟ ଭିଡିଓ ଉପଲବ୍ଧ ରହିଛି । ତେବେ ଶିକ୍ଷା ସଂଯୋଗ ଦ୍ୱାରା କରାଯାଇଥିବା WhatsApp ଜରିଆରେ ଛାତ୍ରଛାତ୍ରୀ ଅଧ୍ୟାପକଙ୍କୁ ନିଜର ପ୍ରଶ୍ନ ଓ ଡାଉଟ ପଚାରି ପାରିବେ ।

"ସ୍କୁଲ ଖୋଲିବା ଅବଧି ବଢିବା ଓ ସିଲାବସ କମିବା ପରେ ପିଲାଙ୍କ ହିତ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ," କହିଛନ୍ତି ଓସେପା ପ୍ରକଳ୍ପ ନିର୍ଦେଶକ ଭୁପିନ୍ଦର ସିଂ ପୁନିଆ ।
Published by: Jagdish Barik
First published: September 7, 2020, 5:04 PM IST
corona virus btn
corona virus btn
Loading