ରାଜ୍ୟରେ ଗାଁକୁ ଯିବେ ଶିକ୍ଷକତା ଛାତ୍ରଛାତ୍ରୀ, ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ପିଲାମାନଙ୍କୁ ପାଠ ପଢ଼ାଇବେ

୧୦ ହଜାର ଶିକ୍ଷକତା ଛାତ୍ରଛାତ୍ରୀ ୧୦ ହଜାର ଗାଁକୁ ଯାଇ ସେଠି ପ୍ରତି ଛାତ୍ର ୧୦ ଜଣ ପିଲାଙ୍କୁ ପଢ଼ାଇବେ ବୋଲି ଯୋଜନା ହୋଇଛି । ଗ୍ରାମାଞ୍ଚଳରେ ଅନଲାଇନ୍ କ୍ଳାସ୍ ଓ ୟୁଟ୍ୟୁବ୍ କ୍ଳାସରୁ ବଞ୍ଚିତ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଗାଁକୁ ଯିବେ ଶିକ୍ଷକତା ଛାତ୍ରଛାତ୍ରୀ, ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ପିଲାମାନଙ୍କୁ ପାଠ ପଢ଼ାଇବେ
ଚଳିତ ବର୍ଷ ବି ସ୍କୁଲ୍ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏଣିକି ରାଜ୍ୟରେ ଶିକ୍ଷକତା ଅଧ୍ୟୟନ କରୁଥିବା ୧୦ ହଜାର ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ୍‌ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଘରକୁ ଘର ବୁଲି ପିଲାଙ୍କୁ ପାଠ ପଢ଼ାଇବେ । ଅନଲାଇନ୍‌ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଗଣ ଶିକ୍ଷା ବିଭାଗ ଏମିତି ଏକ ନୂଆ ଯୋଜନା କରିଛି । ଏଜୁକେଟରମାନେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କରିବେ ଗାଇଡ୍‌ କରିବେ ।

ରାଜ୍ୟରେ ଏଲିମେଣ୍ଟାରୀ ଏଜୁକେସନର ଦୁଇ ବର୍ଷିଆ କୋର୍ସରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପୂର୍ବରୁ ପ୍ରାକ୍ଟିକାଲ୍‌ କ୍ଳାସ ପାଇଁ ବିଭିନ୍ନ ସ୍କୁଲରେ ଇଣ୍ଟରନସିପ୍‌ କରୁଥିଲେ ସେମାନେ । ହେଲେ ବର୍ତ୍ତମାନ ସ୍କୁଲ୍‌ ବନ୍ଦ ଥିବାରୁ ସେମାନେ ଗାଁ ଗାଁ ଯାଇ ଘରେ ଘରେ ପାଠ ପଢ଼ାଇବେ ବୋଲି ନିଷ୍ପତ୍ତି ନେଇଛି ଗଣ ଶିକ୍ଷା ବିଭାଗ । ଏସ.ସି.ଇ.ଆର୍‌.ଟି. ପକ୍ଷରୁ ଏ ନେଇ ବିଧିବଦ୍ଧ ଚିଠି ମଧ୍ୟ ହୋଇଛି ।

ଏହା ବି ପଢ଼ନ୍ତୁ | Ladakh LAC Tension: ଲଦ୍ଦାଖ ସୀମାରେ ଚୀନ୍ ୫୦,୦୦୦ ସୈନିକ ଆଣି ରଖିଲା; ଭାରତ ବି ପ୍ରସ୍ତୁତ

୧୦ ହଜାର ଶିକ୍ଷକତା ଛାତ୍ରଛାତ୍ରୀ ୧୦ ହଜାର ଗାଁକୁ ଯାଇ ସେଠି ପ୍ରତି ଛାତ୍ର ୧୦ ଜଣ ପିଲାଙ୍କୁ ପଢ଼ାଇବେ ବୋଲି ଯୋଜନା ହୋଇଛି । ଅର୍ଥାତ୍‌ ଏହି ପ୍ରକ୍ରିୟାରେ ଏକ ଲକ୍ଷ ପିଲାଙ୍କ ପାଠ ପଢ଼ା ସୁନିଶ୍ଚିତ କରିହେବ । ଟିଚର୍‌ ଏଜୁକେଟରମାନେ ଏହାକୁ କୋରଡ଼ିନେଟ୍‌ କରିବା ସହ ଏହାର ତଦାରଖ ମଧ୍ୟ କରିବେ । ବିଶେଷ କରି ଗ୍ରାମାଞ୍ଚଳରେ ଯେଉଁ ପିଲାମାନେ ଅନଲାଇନ୍‌ କ୍ଳାସ୍‌ ଓ ୟୁଟ୍ୟୁବ୍‌ କ୍ଳାସରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ ଏ ବ୍ୟବସ୍ଥା କରାଯାଇଛି ବୋଲି ବୁଧବାର ଦିନ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଟିକିଏ କମିବା ପରେ ପୁଣି ବଢ଼ିଲା; ରୂପା ଦର ବି ବଢ଼ିଲା; ଜାଣନ୍ତୁ ନୂଆ ଦର

‘‘ଯେଉଁ ଛାତ୍ରଛାତ୍ରୀମାନେ ଶିକ୍ଷକ ହେବା ପାଇଁ ପଢୁଛନ୍ତି, ଏହା ତାଙ୍କ ପ୍ରାକ୍ଟିକାଲର ଏକ ଅଂଶ । ଯେହେତୁ ଏବେ ସ୍କୁଲ୍‌ ଖୋଲୁନି, ତାଙ୍କୁ ଗାଁ ଓ ଉପାନ୍ତ ଅଞ୍ଚଳକୁ ଯାଇ ପିଲାଙ୍କୁ ପାଠ ପଢ଼ାଇବାକୁ ପଡି଼ବ । ପ୍ରତି ଛାତ୍ରଛାତ୍ରୀ ୧୦ ଜଣ ଗ୍ରାମ ପିଲାଙ୍କୁ ପଢ଼ାଇବେ। ୧୦ ହଜାର ପିଲା ପ୍ରାୟ ୧୦ ଲକ୍ଷ ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁମାନଙ୍କ ପାଖରେ ଏହି ଛାତ୍ରଛାତ୍ରୀମାନେ ପହଞ୍ଚିପାରିବେନି ସେମାନଙ୍କ ପାଇଁ ମଧ୍ୟ ଓସେପା ବିକଳ୍ପ ବ୍ୟବସ୍ଥା କରୁଛି,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

୨୦୨୦-୨୧ ଶିକ୍ଷା ବର୍ଷରେ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ସ୍କୁଲ୍‌ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି । ଗତ ବର୍ଷ ଅନଲାଇନ୍‌ ଯୋଗେ ତଥା ଟିଭି ଓ ରେଡ଼ିଓ ସମେତ ଦୀକ୍ଷା ଓ ମଧୁ ଆପ୍‌ ଯୋଗେ ପାଠ ପଢ଼ାଯିବା ସତ୍ତ୍ୱେ ମାତ୍ର ରାଜ୍ୟର ୩୦% ପିଲା ଏଥିରେ ଯୋଡି଼ହୋଇ ପାରିଥିଲେ । ତେବେ ଏହି ନୂଆ ଯୋଜନାରେ ବାସ୍ତବରେ ଶିକ୍ଷକତା ଛାତ୍ରଛାତ୍ରୀମାନେ ଗାଁ ଗହଳି ଓ ଉପାନ୍ତ ଇଲାକାକୁ ଯାଇ ପାଠ ପଢ଼ାଇବା କେତେ ସମ୍ଭବ ହେବ ତାହା ଆଗାମୀ ଦିନରେ ଜଣାପଡି଼ବ ।

ଏହା ବି ପଢ଼ନ୍ତୁ | ଛାଡ଼ପତ୍ର ଦେଇଥିବା ଆମିର୍ ଖାନ କିରଣ ରାଓ ଦୁହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ

ଶିକ୍ଷାବିତମାନେ କହିଛନ୍ତି ଯେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହାର ସ୍ଥାୟୀ ସମାଧାନ ବା କାର୍ଯ୍ୟକ୍ଷମ ବିକଳ୍ପ ବ୍ୟବସ୍ଥା କରିବା ଉଚିତ । ଗ୍ରାମଞ୍ଚଳ ଓ ଉପାନ୍ତ ଇଲାକାରେ ଇଣ୍ଟରନେଟର ବ୍ୟବସ୍ଥା କରିବା ଓ ସ୍କୁଲ୍‌ ଭିତ୍ତିଭୂମି ସୁଦୃଢ଼ କରିବା ସହ ପିଲାଙ୍କ ପାଖରେ ଅନ୍ତତଃ ଷ୍ଟଡି ମାଟେରିଆଲ୍‌ ପହଞ୍ଚାଇବା ଭଳି ବ୍ୟବସ୍ଥା କରିବା ଦରକାର । ନଚେତ ଅନେକ ପିଲା କରୋନା ମହାମାରୀ ଯୋଗୁଁ ପାଠପଢ଼ାରୁ ବାଦ୍‌ ପଡି଼ଯିବେ ବୋଲି ସେମାନେ ଚେତାଇଦେଇଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

‘‘ମୁଁ ଭାବୁଛି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବା ଅପେକ୍ଷା ସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରିବା ଦରକାର । ବର୍ତ୍ତମାନ ସ୍ଥିତିରେ କେଉଁ ଛାତ୍ରଛାତ୍ରୀ ଉପାନ୍ତ ଅଞ୍ଚଳକୁ ଯାଇ ଘର ଘର ବୁଲି ପାଠ ପଢ଼ାଇବ? କେବେ ବି ଏହା ସଫଳ ହେବ ନାହିଁ । ତେଣୁ ସରକାର ଆଗ ଭିତ୍ତିଭୂମି ଦୃଢ଼ କରନ୍ତୁ । ପିଲାଙ୍କ ପାଖରେ ଇଣ୍ଟରନେଟ୍‌ ଓ ପଢ଼ା ମାଟେରିଆଲ୍‌ ଯୋଗାଇବା ବ୍ୟବସ୍ଥା କରନ୍ତୁ,’’ କହିଛନ୍ତି ଶିକ୍ଷାବିତ୍‌ କମଳ ପ୍ରସାଦ ମହାପାତ୍ର ।



ରାଜ୍ୟରେ ଖାଲି ପଡି଼ଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ଖୁବ୍‌ ଶୀଘ୍ର ପୂରଣ ହେବାକୁ ଯାଉଛି । ୪,୫୫୮ ପଦବୀ ପୂରଣ ପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଛି ।
Published by: Anand ST Das
First published: July 8, 2021, 12:01 AM IST