ଏଥର ସମ୍ବଲପୁରର କୌଣସି ସ୍କୁଲର କ୍ଲାସ୍ ରୁମକୁ ମୋବାଇଲ ନେଇ ଯାଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ

ମୋବାଇଲ ରିଙ୍ଗ୍ ହେବା ଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଡିଷ୍ଟର୍ବ ହେବା ସହ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଛି । ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆଦେଶକୁ ଅବମାନନା କରିବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଥର ସମ୍ବଲପୁରର କୌଣସି ସ୍କୁଲର କ୍ଲାସ୍ ରୁମକୁ ମୋବାଇଲ ନେଇ ଯାଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ

ଏଥର ସମ୍ବଲପୁରର କୌଣସି ସ୍କୁଲର କ୍ଲାସ୍ ରୁମକୁ ମୋବାଇଲ ନେଇ ଯାଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ

  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କ୍ଲାସ ରୁମ ଭିତରକୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମୋବାଇଲ ମନା । ମୋବାଇଲ ରିଙ୍ଗ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଠରୁ ଧ୍ୟାନ ନ ଭଙ୍ଗ ହେବ ପାଇଁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ନେଇଛନ୍ତି ଏଭଳି ନିଷ୍ପତ୍ତି । ଜାନୁଆରୀ ୩ ତାରିଖରୁ ଏହି ନିୟମ ଜିଲ୍ଲାର ସମସ୍ତ ସ୍କୁଲ ଗୁଡ଼ିକରେ ଲାଗୁ ହେବ। ଯଦି ବି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆଦେଶକୁ ଅବମାନନା କରିବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମିନା ରାଣୀ ମଙ୍ଗଳ ସୂଚନା ଦେଇଛନ୍ତି।

ମୋବାଇଲ ରିଙ୍ଗ୍ ହେବା ଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଡିଷ୍ଟର୍ବ ହେବା ସହ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଛି । ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆଦେଶକୁ ଅବମାନନା କରିବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଶିକ୍ଷକ ବା ଶିକ୍ଷୟତ୍ରୀ ପାଠ ପଢ଼ାଇବା ସମୟରେ ମୋବାଇଲ ରିଙ୍ଗ ହେଲେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଶିକ୍ଷକ ବା ଶିକ୍ଷୟତ୍ରୀ କ୍ଲାସ ରୁମକୁ ଯିବା ପୂର୍ବରୁ ମୋବାଇଲକୁ ବାହାରେ ରଖି ଯିବେ ବୋଲି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମିନା ରାଣୀ ମଙ୍ଗଳ କହିଛନ୍ତି ।

କ୍ଲାସ ରୁମରେ ମୋବାଇଲ ବ୍ୟବହାର ବନ୍ଦ ପଦକ୍ଷେପକୁ ସ୍ବାଗତ କରିଛନ୍ତି ସମ୍ବଲପୁରର ଶିକ୍ଷାବିତ ଓ ବୁଦ୍ଧିଜୀବୀ । ପାଠ ପଢ଼ିବା ଓ ପଢ଼ାଇବା ସମୟରେ ଏକାଗ୍ରତା ଜରୁରୀ। ଯଦି ଏଭଳି ସମୟରେ ମୋବାଇଲ ରିଙ୍ଗ ହୁଏ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରମାନଙ୍କ ଧ୍ୟାନ ଭଙ୍ଗ ହୋଇଥାଏ । ତେଣୁ କ୍ଲାସ ରୁମ ଭିତରକୁ ମୋବାଇଲ ନେବା ପାଇଁ ମନା ହେବ ପରେ ଶିକ୍ଷାଦାନ ବିନା ବାଧାରେ ଚାଲିବ ବୋଲି କହିଛନ୍ତି ଶିକ୍ଷାବିତ ।

କ୍ଲାସ ରୁମରେ ମୋବାଇଲ ବ୍ୟବହାର ବନ୍ଦ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହା ଦ୍ବାରା ପାଠପଢ଼ାର ମାନରେ ଉନ୍ନତି ହେବ ବୋଲି ଶିକ୍ଷାବିତ ପ୍ରଫେସର ଅଶୋକ ଶତପଥି କହିଛନ୍ତି ।

ଆସନ୍ତା ଜନୁୟାରୀ ୩ ତାରଖରୁ ସମ୍ବଲପୁର ଜିଲ୍ଲାର ସମସ୍ତ ସ୍କୁଲରେ କଡ଼ାକଡ଼ି ଭାବେ ଏହି ନୟମ ଲାଗୁ ହେବ।
Published by:Lipina Das
First published: