ଶିକ୍ଷକଙ୍କ ଗ୍ରାମ ଗମ୍ଭାରୀଗୁଡା; ଏମିତି ଏକ ଗାଁ ଯେଉଁଠି ପ୍ରତି ଘରେ ଶିକ୍ଷକ

ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ ଏମିତି ଏକ ଗ୍ରାମରେ ପହଞ୍ଚିଥିଲୁ ଯେଉଁଠି ଯାହା ଘରକୁ ଗଲେ ଶିକ୍ଷକଟିଏ ପାଇବେ । ଗୋଟିଏ ପରିବାରରେ ଦୁଇରୁ ତିନି ଜଣ ଶିକ୍ଷକ ରହିଛନ୍ତି ।

ଶିକ୍ଷକଙ୍କ ଗ୍ରାମ ଗମ୍ଭାରୀଗୁଡା; ଏମିତି ଏକ ଗାଁ ଯେଉଁଠି ପ୍ରତି ଘରେ ଶିକ୍ଷକ

ଶିକ୍ଷକଙ୍କ ଗ୍ରାମ ଗମ୍ଭାରୀଗୁଡା; ଏମିତି ଏକ ଗାଁ ଯେଉଁଠି ପ୍ରତି ଘରେ ଶିକ୍ଷକ

  • News18 Odia
  • Last Updated :
  • Share this:
News 18 Odia Digital

ନବରଙ୍ଗପୁର; କଥାରେ ଅଛି ଗୁରୁ ବିନା ଶିକ୍ଷା ଅସମ୍ପୂର୍ଣ୍ଣ । ଏଥିପାଇଁ ଗୁରୁଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଏ । ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ ଏମିତି ଏକ ଗ୍ରାମରେ ପହଞ୍ଚିଥିଲୁ ଯେଉଁଠି ଯାହା ଘରକୁ ଗଲେ ଶିକ୍ଷକଟିଏ ପାଇବେ । ଗୋଟିଏ ପରିବାରରେ ଦୁଇରୁ ତିନି ଜଣ ଶିକ୍ଷକ ରହିଛନ୍ତି । ଏଥିପାଇଁ ନବରଙ୍ଗପୁର ଜିଲ୍ଲା ଗମ୍ଭାରିଗୁଡ଼ା ଗ୍ରାମକୁ ଶିକ୍ଷକଙ୍କ ଗ୍ରାମ କୁହାଯାଏ ।



ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ତେଲ ନଦୀ କୂଳରେ ରହିଛି ଗମ୍ଭାରିଗୁଡା ଗାଁ । ପଡୋଶୀ ଛତିଶଗଡ଼ର ସୀମାନ୍ତ ବର୍ତ୍ତୀ ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ଥିବା ଏହି ଗାଁରେ ଶହେରୁ ଉର୍ଦ୍ଧ୍ବ ଶିକ୍ଷକ । ବର୍ତ୍ତମାନ ୭୦ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ୩୦ ଜଣ ଶିକ୍ଷକ ଅବସର ନେଇସାରିଲେଣି । ଗାଁରେ ପ୍ରାୟ ପ୍ରତ୍ୟେକ ପରିବାରରେ ଶିକ୍ଷକ ଅଛନ୍ତି ।  ଏଠି ପିଢୀ ପରେ ପିଢୀ ସମାନ ବୃତ୍ତିକୁ ଆଦରି ନେଇଛନ୍ତି ନିଜ ସ୍ୱଇଚ୍ଛାରେ । ସକାଳୁ ନିର୍ଦ୍ଧାରିତ ସମୟରେ ଶିକ୍ଷକମାନେ ସ୍କୁଲକୁ ବାହାରୁଥିବାର ଦୃଶ୍ୟ ଶିକ୍ଷିତ ଗାଁର ପରିଚୟ ଦିଏ ।

ଗ୍ରାମବାସୀ ମଧ୍ୟ ଶିକ୍ଷକଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ କାର୍ପଣ୍ୟ କରନ୍ତି ନାହିଁ । ବିଦ୍ୟାର୍ଥୀଙ୍କୁ ବିଦ୍ୟାଦାନ କରୁଥିବା ଗୁରୁ ସର୍ବୋଚ୍ଚ ଆସନରେ ଯଥାଯୋଗ୍ୟ ସମ୍ମାନର ପାତ୍ର । ନୂତନ ଗୁରୁ ମାନେ ବି ପୁରାତନ ଗୁରୁଙ୍କ ଠାରୁ ଜ୍ଞାନ ଅର୍ଜନ ସହ ଆଶୀର୍ବାଦ ଗ୍ରହଣ କରୁଛନ୍ତି । ଯୁଗ ସହ ତାଳ ଦେଇ ଗାଁର ପରିବର୍ତ୍ତନ ହୋଇଛି କିନ୍ତୁ ଆଜି ବି ବଜାୟ ରହିଛି ଶିକ୍ଷକତା ଭଳି ଏକ ଆଦର୍ଶ ବୃତ୍ତିକୁ ଆପନେଇନେବାର ମହାନ ପରମ୍ପରା । ସେହି ଶିକ୍ଷକମାନଙ୍କ ପାଇଁ ଗାଁର କେତେକ ଛାତ୍ର ପ୍ରଶାସନିକ ଅଧିକାରୀ, ଡାକ୍ତର, ଇଞ୍ଜିନିୟର, ସାଂସଦ, ବିଧାୟକ ଭଳି ଉଚ୍ଚ ପଦ ପଦବୀରେ ରହିଛନ୍ତି । ଘରେ ଘରେ ସାକ୍ଷରତାର ବାର୍ତ୍ତା ବୁଣି ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଥିବା ସେହି ଶିକ୍ଷକମାନଙ୍କ ପାଇଁ ହିଁ ଗମ୍ଭାରିଗୁଡା ଗୁଡା ଗ୍ରାମ ଆଜି ଏକ ଉଦାହରଣ ପାଲଟିଛି ।
Published by:Soubhagya Mishra
First published: