ଯୁକ୍ତ୨ର ନୂଆ ପ୍ରଶ୍ନ ପତ୍ର ଢାଞ୍ଚା ଉପରେ ଉଠିଲା ପ୍ରଶ୍ନ; ଶିକ୍ଷକ ସଙ୍ଘ ଓ ଶିକ୍ଷାବିତମାନେ ବିରୋଧ କଲେ

ପରୀକ୍ଷାର ମାତ୍ର ୨ ମାସ ପୂର୍ବରୁ ପ୍ରଶ୍ନ ପତ୍ରର ଢାଞ୍ଚାରେ ପରିବର୍ତ୍ତନ କରି ସରକାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଭାରାକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛି ଶିକ୍ଷକ ସଙ୍ଘ । ନୂଆ ବ୍ୟବସ୍ଥା ରାଜ୍ୟର ସାଢ଼େ ୩ ଲକ୍ଷ ପିଲାଙ୍କ ‘‘ଭବିଷ୍ୟତ ନଷ୍ଟ କରିବ’’ ବୋଲି କହିଛନ୍ତି ସେମାନେ ।

ଚଳିତ ବର୍ଷ ପ୍ଲସ୍‌ ଟୁ ପ୍ରଶ୍ନ ପତ୍ରରେ କେବଳ ୫୦% ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ବା ଏମ୍‌.ସି.କ୍ୟୁ. ରହିବ ।

ଚଳିତ ବର୍ଷ ପ୍ଲସ୍‌ ଟୁ ପ୍ରଶ୍ନ ପତ୍ରରେ କେବଳ ୫୦% ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ବା ଏମ୍‌.ସି.କ୍ୟୁ. ରହିବ ।

  • Share this:
News18 Odia Digital

ଭୁବନେଶ୍ୱର: କୋଭିଡ କଟକଣା ଯୋଗୁଁ ମାସ ମାସ ଧରି ଶ୍ରେଣୀଗୃହ ପାଠ ପଢ଼ା ଗ୍ରହଣ କରିବାରୁ ବଞ୍ଚିତ ହୋଇଥିବା ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ବୋର୍ଡ଼ ପରୀକ୍ଷାକୁ ସହଜ କରିବା ଉଦ୍ଦେଶ୍ୟରେ ସରକାର ପ୍ରଶ୍ନ ପତ୍ର ଢାଞ୍ଚାରେ କରିଥିବା ପରିବର୍ତ୍ତନ ଉପରେ ଶିକ୍ଷକ ସଙ୍ଘ ଅସନ୍ତୋଷ ପ୍ରକାଶ କରିଛି । ଏହି ପରିବର୍ତ୍ତନ ଉପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବା ବେଳେ ଶିକ୍ଷକ ସଙ୍ଘ ଏହାକୁ ଘୋର୍‌ ବିରୋଧ କରିଛି ।

ପୂର୍ବରୁ ୩୦% ଦୀର୍ଘ ଉତ୍ତରଆଶାୟୀ ପ୍ରଶ୍ନ ଓ ବାକି ୭୦% ସଂକ୍ଷିପ୍ତ ଉତ୍ତରଆଶାୟୀ ପ୍ରଶ୍ନ ରହୁଥିବା ବେଳେ ଚଳିତ ବର୍ଷର ପ୍ରଶ୍ନ ପତ୍ରରେ କେବଳ ୫୦% ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ବା ଏମ୍‌.ସି.କ୍ୟୁ. ରହିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଦେବା ସହଜ ହେବ ।

ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କୁ କ୍ୟାପଟେନ୍ପଦରୁ ହଟେଇଲେ Team India ସଂସ୍କୃତି ନଷ୍ଟ ହୋଇଯିବ

ହେଲେ ସିଲାବସ୍‌ ସରିବା ପରେ ପରୀକ୍ଷାର ମାତ୍ର ଦୁଇ ମାସ ପୂର୍ବରୁ ସି.ଏଚ୍‌.ଏସ୍‌.ଇ.ର ଏଭଳି ନିଷ୍ପତ୍ତି ଅଯଥା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଭାରାକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛି ଶିକ୍ଷକ ସଙ୍ଘ । ଶିକ୍ଷାବିତମାନଙ୍କର ବି ଏହି ସମାନ ମତ। ହଠାତ୍‌ ଏମିତି ନୂଆ ବ୍ୟବସ୍ଥା ଲାଗୁ କରି ରାଜ୍ୟର ସାଢ଼େ ୩ ଲକ୍ଷ ପିଲାଙ୍କ ‘‘ଭବିଷ୍ୟତ ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି’’ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

୬୬୨ ବର୍ଗ ଅଧ୍ୟାପକ ସଙ୍ଘର ସଭାପତି ଗୋଲକ ନାୟକ


ପ୍ରଶ୍ନ ପତ୍ରରେ ହେବାକୁ ଥିବା ଏହି ପରିବର୍ତ୍ତନ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛି ଶିକ୍ଷକ ସଙ୍ଘ । ମୂଳରୁ ବୋର୍ଡ଼ ପରୀକ୍ଷାକୁ ଲକ୍ଷ୍ୟ ରଖି ଅନଲାଇନ ମାଧ୍ୟାମରେ ପାଠପଢ଼ା ଆରମ୍ଭ ହୋଇଥିଲା । ଆଉ ବର୍ଷ ଅଧାରେ ୩୦% କମ୍‌ କରାଯାଇଥିଲା ସିଲାବସ୍‌ । ସେହି ଆଧାରରେ ପୁନଃ ମୂଳରୁ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏବେ ବର୍ଷ ଶେଷରେ ପରୀକ୍ଷାକୁ ଆଉ ମାତ୍ର ଦୁଇ ମାସ ଥିବା ବେଳେ କେବଳ ମଲ୍ଟିପୁଲ୍‌ ଚଏସ୍‌ ଆଧାରରେ ପୁଣି ପିଲାଙ୍କୁ ପ୍ରସ୍ତୁତ କରିବା ଏକ ପ୍ରକାର କଷ୍ଟକର ହୋଇପଡି଼ବ ବୋଲି କହିଛନ୍ତି ଶିକ୍ଷକମାନେ ।

ଏହା ବି ପଢ଼ନ୍ତୁ | ଅଶ୍ୱିନ୍ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ଥିଲେ’’

ଏପରିକି ପିଲାଙ୍କ ପକ୍ଷେ ମଧ୍ୟ ବାରମ୍ବାର ପରିବର୍ତ୍ତିତ ଢାଞ୍ଚାରେ ପଢି଼ବା କଷ୍ଟସାଧ୍ୟ ହେବ ବୋଲି ଶିକ୍ଷକ ସଙ୍ଘ କହିଛି। ଏହି ସବୁ ପ୍ରଙ୍ଗକୁ ଦୃଷ୍ଟିରେ ରଖି ସରକାର ସଠିକ୍‌ ନିଷ୍ପତ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବାକୁ ଅନୁରୋଧ କରିଛି ସଙ୍ଘ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ଜମି ରହିଛନ୍ତି

‘‘ପରୀକ୍ଷା ଆଉ ମାସେ-ଦି’ ମାସ ଥିବା ବେଳେ ଯଦି ଏବେ ପ୍ରଶ୍ନ ପତ୍ରର ଢାଞ୍ଚା ବଦଳେ ତାହେଲେ ଏହା ଯେ ଉଭୟ ଗ୍ରାମାଞ୍ଚଳର ପିଲା ଓ ସହରାଞ୍ଚଳର ପିଲାମାନଙ୍କ ପ୍ରସ୍ତୁତିରେ ବିପଦ ସୃଷ୍ଟି କରିବ ସେଥିରେ ଦ୍ୱିମତ ନାହିଁ । ଦ୍ୱିତୀୟ କଥା ହେଉଛି ଏହି ନୂଆ ଢାଞ୍ଚା ଅନୁସାରେ ଶିକ୍ଷକମାନେ ପିଲାଙ୍କୁ ପଢ଼େଇ ନ ଥିବାରୁ ପିଲାମାନେ ଅସୁବିଧାରେ ପଡ଼ିବେ । ସରକାର ଏତେ ତରବର କାହିଁକି? ତାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଆରମ୍ଭରୁ କାହିଁକି ନେଉନାହାନ୍ତି?’’ ପଚାରିଛନ୍ତି ୬୬୨ ବର୍ଗ ଅଧ୍ୟାପକ ସଙ୍ଘର ସଭାପତି ଗୋଲକ ନାୟକ ।

ଶିକ୍ଷାବିତ୍‌ କମଳ ପ୍ରସାଦ ମହାପାତ୍ର


ନୂଆ ପ୍ରଶ୍ନ ପତ୍ର ଢାଞ୍ଚାକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ଛାତ୍ରଛାତ୍ରୀମାନେ । ଗୋଟିଏ ପଟେ ପରୀକ୍ଷା ସାମାନ୍ୟ ସହଜ ହେବ ଆଶା ରହିଥିବା ବେଳେ ଅନ୍ୟ ପଟେ ଅନିୟମିତତା ବଢି଼ବା ଭୟ ରହିଛି । ଶିକ୍ଷାବିତମାନଙ୍କ ମତରେ ଯୁକ୍ତ୨ ଭଳି ପିଲାଙ୍କ କ୍ଷେତ୍ରରେ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ଏମିତି ପରୀକ୍ଷା କରାଇବା ଠିକ୍ ନୁହେଁ । ଏହା ତାଙ୍କର ଭବିଷ୍ୟତ ଓ କରିୟର ଉପରେ ପ୍ରଭାବ ପକାଇବ ।

ଦେଖନ୍ତୁ ଫଟୋ | ଗର୍ଭବତୀ କରୀନା କପୁର ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ବଡ଼ ଉତ୍ସାହରେ ଅପେକ୍ଷା କରିଛନ୍ତି

‘‘ଏହି ନୂଆ ଢାଞ୍ଚା ଦ୍ୱାରା ବିଶେଷ କରି ମେଧାବୀ ପିଲା ଅଧିକ ପ୍ରଭାବିତ ହେବେ । ଅନେକ ଭଲ ପଢ଼ୁ ନ ଥିବା ପିଲା ଢାବା ମାରି ଠିକ୍‌ ଉତ୍ତର ଦେଇ ଭଲ ମାର୍କ ରଖିବେ । ପୁଣି ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ନ ଥିବାରୁ କପି ବି ବହୁତ ହୋଇପାରେ । ସରକାର ଏହି ନୂଆ ଢାଞ୍ଚା ଲାଗୁ କରି ଅନେକ ସମସ୍ୟାକୁ ଡାକି ଆଣିଛନ୍ତି,’’ କହିଛନ୍ତି ଶିକ୍ଷାବିତ୍‌ କମଳ ପ୍ରସାଦ ମହାପାତ୍ର ।



ନୂଆ ଢାଞ୍ଚାର ପ୍ରଶ୍ନ ପତ୍ର ଅନୁସାରେ ହେବାକୁ ଥିବା ବୋର୍ଡ଼ ପରୀକ୍ଷାକୁ ଆଧାର କରି ପ୍ରସ୍ତୁତ ହେଲେ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ବି ପିଲାମାନେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହି ନୂଆ ଢାଞ୍ଚାର ପ୍ରଶ୍ନ ପତ୍ର ଦ୍ୱାରା ପରୀକ୍ଷା ଖାତା ଦେଖାରେ ଓ ରେଜଲ୍ଟ ପ୍ରକାଶନରେ ସୁବିଧା ହେବ ।
Published by:Anand Shankar Thankur Das
First published: