ରାଜରାସ୍ତାକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ; କହିଲେ ପାଠପଢା ବନ୍ଦ ହେଲେ ସରକାର ଦାୟୀ

୩ ଦଫା ଦାବି ନେଇ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ଏକା ଜିଦ୍ ରାଜ୍ୟ ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନରୁ ହଟିବୁ ନାହିଁ ।

୩ ଦଫା ଦାବି ନେଇ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ଏକା ଜିଦ୍ ରାଜ୍ୟ ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନରୁ ହଟିବୁ ନାହିଁ ।

୩ ଦଫା ଦାବି ନେଇ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ଏକା ଜିଦ୍ ରାଜ୍ୟ ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନରୁ ହଟିବୁ ନାହିଁ ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସ୍କୁଲ୍ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏକ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ଏକା ଜିଦ୍ ରାଜ୍ୟ ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନରୁ ହଟିବୁ ନାହିଁ । ସ୍କୁଲ୍ ବନ୍ଦ ହେଉ କି ପିଲାଙ୍କ ପାଠପଢା ବ୍ୟାହତ ହେଉ ସବୁପାଇଁ ଦାୟୀ ରାଜ୍ୟ ସରକାର ହେବେ ବୋଲି ସଂଘ କହିଛି ।

ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ । ଚିନ୍ତାର ବିଷୟ ଏହାଯେ, ଚଳିତଥର ଆନ୍ଦୋଳନକୁ ଓହ୍ଲାଇଛନ୍ତି ୧ ଲକ୍ଷରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ୩ ଦଫା ଦାବିରେ ବିଧାନସଭା ଘେରାଉ କରିଥିଲେ । କଂଗ୍ରେସ ଭବନରୁ ବିଧାସଭା ଯାଏଁ ବିଶାଳ ପଟୁଆରରେ ଆସିଥିଲା ଶୋଭାଯାତ୍ରା । ପ୍ରତି ବ୍ଲକରୁ ସାମିଲ ହୋଇଥିଲେ ୩୦୦ ରୁ ଅଧିକ ଶିକ୍ଷକ । ଶିକ୍ଷକ ଏକତା ଜିନ୍ଦାବାଦ ନାରାରେ କମ୍ପୁଥିଲା ଲୋୟର ପିଏମଜି । ୨୦୦୧ ମସିହାରୁ ନିଯୁକ୍ତି ପାଇଥିବା ଚାକିରିଆଙ୍କ ଠିକା ପ୍ରଥା ଉଚ୍ଛେଦ କରି ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରି ସହ ମିଶାଇ ୬ ଟି ଇନକ୍ରିମେଣ୍ଟ ଦେବା ପାଇଁ ଦାବି କରିଛନ୍ତି । ଏହା ସହ କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନ ସ୍କିମ୍ ଲାଗୁ କରିବା ପାଇଁ ଦାବି କରିଛି ସଂଘ । ପୂର୍ବରୁ ଅନେକ ଥର ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ବିଫଳ ହେବା ପରେ ଆଜି ବାଧ୍ୟ ହୋଇ ଅନଦୋଲାନକୁ ଓହ୍ଲାଇଥିବା କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ବି ଦେଇଛନ୍ତି ।

ରାଜ୍ୟରେ ମୋଟ ୫୫ ହଜାର ପ୍ରାଥମିକ ସ୍କୁଲ୍ ରହିଛି । ଯେଉଁଠି ବର୍ତ୍ତମାନ ୧ ଲକ୍ଷ ୪୭ ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ । ନିଜ ହକ ଲଢେଇ ପାଇଁ ୨ ଦିନ ସି.ଏଲ ବା ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ ମାନେ । ସରକାର ଦୁଇ ଦିନ ଭିତରେ ଆଲୋଚନାକୁ ଡାକି ଦାବି ପୂରଣ କଲେ ସ୍କୁଲ୍ ଫେରିଯିବ ବୋଲି କହିଛନ୍ତି । ଯଦି ସମାଧାନ ନହୁଏ ଶୀତ କାକରକୁ ଖାତିର ନକରି ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି । ଏଭଳି ସ୍ଥିତିରେ କେମିତି ପିଲା ପାଠ ପଢିବେ ଓ କେମିତି ଚାଲିବ ସ୍କୁଲ୍ ଏବେ ଚିନ୍ତାର ବିଷୟ ପାଲଟିଛି । ସେତିକି ନୁହେଁ ପାଠପଢ଼ାକୁ ଛାଡିଦେଲେ ନିର୍ବାଚନ କାମ କରିବା, ଚାଉଳ ବାଣ୍ଟିବା, ଔଷଧ ବାଣ୍ଟିବା, ଘର ଘର ବୁଲି ପିଲାଙ୍କୁ ପାଠ ପଢ଼ାଇବା ଭଳି କାମ ପ୍ରାଥମିକ ଶିକ୍ଷକ କରନ୍ତି । ତଥାପି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ ।

ଆଜି ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକ ଶକ୍ତି ପ୍ରଦର୍ଶନ କରିଥିବାବେଳେ ଗାନ୍ଧିମାର୍ଗ ବାଲିଯାତ୍ରାର ଭ୍ରମ ସୃଷ୍ଟି କରିଥିଲା । କିଛି ସମୟ ପାଇଁ ଚକା ଜାମ ହୋଇଥିବାବେଳେ ରାଜମହଲରୁ ବାଣୀବିହାର ରାସ୍ତାକୁ ସିଲ କରିଥିଲା ପୋଲିସ । ଏହାସହ ଲୋୟର ପିଏମଜିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବି ବନ୍ଦ ହୋଇଥିଲା ।
Published by:Soubhagya Mishra
First published: