ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ; ସରକାରଙ୍କୁ ଘେରିଲେ ବିରୋଧୀ

କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ହୋ ହାଲ୍ଲା ଭିତରେ ପାରିତ ହୋଇଥିଲା ଜିଲ୍ଲା ଯୋଜନା କମିଟି ସଂଶୋଧନ ବିଲ। ଗୃହ ଆସନ୍ତା କାଲି ୧୦:୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ୱର: ଶିକ୍ଷକଙ୍କ ତାତିରେ ଧୋଇଗଲା ପ୍ରଶ୍ନକାଳ। ଶୁନ୍ୟ କାଳରେ ହେଲା ସରଗରମ ଆଲୋଚନା। ଶିକ୍ଷକଙ୍କ ଦାବି ପୁରଣ ଦାବିରେ ଅଡି ବସିଛନ୍ତି ବିରୋଧୀ। ସମାଧାନର ସୂତ୍ର ନ ବାହାରିଲେ ବିଧାନସଭା ଚଳାଇ ଦିଆଯିବନି ବୋଲି ବିରୋଧୀ ଚେତେଇ ଦେଇଛନ୍ତି। ଶିକ୍ଷକ ଏଠି ଆନ୍ଦୋଳନରେ ବସିଛନ୍ତି, ମନ୍ତ୍ରୀ ନିର୍ବାଚନ ପ୍ରଚାର କରୁଛନ୍ତି କହି ସମାଲୋଚନା କରିଥିଲେ ବିରୋଧୀ।

ବିଜେଡି ବିଜେପିକୁ ଆଟାକ କରି କହିଛି ଶିକ୍ଷକଙ୍କ ଦାବି ଦିଗରେ ଯତ୍ନବାନ ଅଛନ୍ତି ସରକାର। କନ୍ତୁ ସର୍ବଶିକ୍ଷା ଅଭିଯାନ କଣ ପାଇଁ ବନ୍ଦ କରାଗଲା ବୋଲି କହି ସମାଲୋଚନା କରିଛନ୍ତି। ସରକାର କହିଛନ୍ତି ଶିକ୍ଷକଙ୍କ ଦାବି ସମ୍ପର୍କରେ ସରକାର ଓ ବିଭାଗ ଅବଗତ ଅଛି। ଦାବିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହୋଇଛି। ସଚିବ ମଧ୍ୟ ଅବଗତ ଅଛି।

ଆପୋଷ ଆଲୋଚନା ପାଇଁ ଦ୍ଵାର ଖୋଲା ଅଛି। ପ୍ରଶ୍ନକାଳ ଆରମ୍ଭରୁ ଦେଖିବାକୁ ମିଳିଲା ଶିକ୍ଷକ ଝଡ଼। ଗୃହ ଆରମ୍ଭରୁ ଶିକ୍ଷକଙ୍କ ସମସ୍ୟା ଉଠାଇ ସରକାରଙ୍କ ବିବୃତ୍ତି ଦାବି କରିଥିଲେ ବିରୋଧୀ। ହୋ ହାଲ୍ଲା ନାରାବାଜି ଯୋଗୁଁ ଗୃହ ସାଢେ଼ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି। ପୁନର୍ବାର ଗୃହ ଆରମ୍ଭରୁ ସମାନ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ।

ସର୍ବଦଳୀୟ ବୈଠକ ପରେ ଗୃହ ସ୍ୱାଭାବିକ ହେଲେ ବି ଶିକ୍ଷକଙ୍କ ପ୍ରସଙ୍ଗ ନେଇ ସରକାରଙ୍କ ବିବୃତ୍ତି ଲୋଡିଥିଲେ ବିରୋଧୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱର ଅଚଳ। ଆମ୍ବୁଲାନ୍ସ ଯାଇ ପାରୁନି। କିନ୍ତୁ ,ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ। ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି। ରାଜ୍ୟ କିପରି ଚାଲିବ। ଶିକ୍ଷକଙ୍କ ଦାବି ଯଥାର୍ଥ। ସରକାର ପୂରଣ ଦିଗରେ ପଦକ୍ଷେପ ନିଅନ୍ତୁ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୃହରେ ଉପସ୍ଥିତ ରହି ଆଲୋଚନା କରୁଥିଲେ। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଏ ଦଳ ଗଠନ ହୋଇଛି। କିନ୍ତୁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି। ଶିକ୍ଷକ ପଦବୀ ଖାଲି ପଡ଼ିଛି। ସରକାର ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ କଣ ପଦକ୍ଷେପ ନେଇଛନ୍ତି ଗୃହକୁ ଜଣାନ୍ତୁ, ତା ପରେ ଗୃହ ଚାଲିବ, ନଚେତ୍ ଗୃହ ଚାଲିବା ଠିକ୍ ନୁହେଁ ବୋଲି କହିଛନ୍ତି ସେ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଶୁନ୍ୟ କାଳରେ କହିଥିଲେ ଯେ ବିଧାନସଭା ବାହାରେ ତୃତୀୟ ଦିନ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ରାତି ଦିନ ଆନ୍ଦୋଳନ ଜାରି ରଖିଛନ୍ତି। ବିରୋଧୀଙ୍କ ପକ୍ଷରୁ ଏ ପ୍ରସଙ୍ଗ ଉପସ୍ଥାପନା ପରେ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ସରକାର ବୈଠକ କରିଥିଲେ ବି ବିଫଳ ହୋଇଥିବା ସୂଚନା ରହିଛି।

ସଚିବ କହିଛନ୍ତି ତାଙ୍କ ଦାବି ବାବଦରେ ଅବଗତ ନାହାଁନ୍ତି। ମନ୍ତ୍ରୀ ଏଠି ନାହାଁନ୍ତି। ପଦ୍ମପୁରରେ ପ୍ରଚାର କରୁଛନ୍ତି। ଶିକ୍ଷକଙ୍କ ସହ କଣ ଆଲୋଚନା କରିଛନ୍ତି ସରକାର ଏ ବାବଦରେ ଗୃହ ଅବଗତ ନାହିଁ।

ସଚିବ କହିଛନ୍ତି ଯେ ନୂଆ ଆସିଛନ୍ତି ଦାବି ବାବଦରେ ଅବଗତ ନୁହଁନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ମନ୍ତ୍ରୀଙ୍କ ସମେତ ସଚିବଙ୍କୁ ଅବଗତ ପୂର୍ବରୁ ଅବଗତ କରାଯାଇଛି।।। ବ୍ଲକ୍ ସ୍ତରରେ ବି ଏ ବାବଦରେ ଅବଗତ କରାଯାଇଛି। କିନ୍ତୁ ସରକାର ଏ ପ୍ରସଙ୍ଗରେ ସିରିୟସ ନୁହଁନ୍ତି କିମ୍ବା ଶୁଣିବାକୁ ଚାହୁଁନାହାନ୍ତୁ। କଣ ଆଲୋଚନା ହୋଇଛି ଏ ବାବଦରେ ଗୃହ ଅବଗତ ହେବା ଆବଶ୍ୟକ। ଯଦି ଆଲୋଚନା ହୋଇଛି କଣ ପାଇ ଶିକ୍ଷକ ରାଜରାସ୍ତାରେ ବସିଛନ୍ତି। ଯଦି ଏପରି ଜାରି ରହିବ ଗୃହ ଚାଲି ପାରିବନି। ଗୃହ ଚାଲିବା ପାଇଁ ରାସ୍ତା ତିଆରି ହେଉ। ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସ୍ପଷ୍ଟୀକରଣ ପାଇଁ।

ଶୁନ୍ୟ କାଳରେ ଭାଗ ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଶିକ୍ଷକ ପ୍ରସଙ୍ଗରେ ବାଚସ୍ପତି ନିର୍ଦ୍ଦେଶ କ୍ରମେ ଶିକ୍ଷକଙ୍କ ସହ ଆଲୋଚନା ହୋଇଛି। ସର୍ବଶିକ୍ଷା ଅଭିଯାନ ବନ୍ଦ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ସମାଲୋଚନା କଲେ ବିଜେଡି ବିଧାୟକ ଅମର ଶତପଥୀ। କଣ ପାଇଁ ସର୍ବଶିକ୍ଷା ଅଭିଯାନ ବନ୍ଦ ହେଲା।

ୟୁପିଏ ସରକାର ଗଲା ଅଚ୍ଛେ ଦିନ ଆସିଲା ସର୍ବଶିକ୍ଷା ଅଭିଯାନ ବନ୍ଦ ହୋଇଗଲା କହି ଆକ୍ଷେପ କଲେ। ଶିକ୍ଷକଙ୍କ ସମସ୍ୟା ପ୍ରତି ସରକାର ସାମବେଦନଶୀଳ। ଆଲୋଚନା ଚାଲିଛି। ଗୃହ ଚାଲିବା ଆବଶ୍ୟକ। ଗୃହ ଅଚଳ ଯୋଗୁଁ ପ୍ରଶ୍ନୋତ୍ତର ଚାଲି ପାରୁନାହିଁ। ଉଦ୍ଦେଶ୍ୟ ମୂଳକ ଭାବେ ଗୃହ ଚାଲି ନ ପାରିଲେ ସମସ୍ୟା। ଅନ୍ୟ ସମସ୍ୟ ରହିଛି ଆଲୋଚନା ପାଇଁ। ଆଲୋଚନା ହେଲେ ଅନେକ ସମସ୍ୟା ଆସିବ। ବିରୋଧୀମାନେ ଗୃହ ପରିଚଳନାରେ ଭାଗ ନିଅନ୍ତୁ।

ବିରୋଧୀଙ୍କ ଉଦବେଗ ପରେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା। ଶିକ୍ଷକଙ୍କ ଦାବି ସମ୍ପର୍କରେ ବିଦ୍ୟାଳୟ ସଚିବ ଶିକ୍ଷକଙ୍କ ପ୍ରତିନିଧିଙ୍କ ସହ ଗତକାଲି ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ ଆଲୋଚନା ହୋଇଥିଲା।

ଶିକ୍ଷକଙ୍କ ଦାବି ସମ୍ପର୍କରେ ସରକାର ଓ ବିଭାଗ ଅବଗତ ଅଛି। ଦାବିର ବିଭିନ୍ନ ଦିଗ ସମର୍କରେ ଆଲୋଚନା ହୋଇଛି। ସଚିବ ମଧ୍ୟ ଅବଗତ ଅଛି। ଆପୋଷ ଆଲୋଚନା ପାଇଁ ଦ୍ଵାର ଖୋଲା ଅଛି। ଆର୍ଥିକ ବ୍ୟବସ୍ଥା ବି ସଂଶ୍ଳିଷ୍ଟ ରହିଛି। ମଙ୍ଗଳବାର ବି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପାଇଁ ପଦକ୍ଷେପ ନିଆଯାଇଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ପୁନର୍ବାର ଗୃହରେ ହୋ ହାଲ୍ଲା ନାରାବାଜି କଲେ ବିରୋଧୀ। ବାଚସ୍ପତିଙ୍କ ଅନୁରୋଧ ପରେ ବି ବିରୋଧୀ ଅମଙ୍ଗ। ହେବାରୁ ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି।

ପୁନର୍ବାର ୪ଟାରେ ଗୃହ ଆରମ୍ଭ ହେବା କ୍ଷଣି ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ହୋ ହାଲ୍ଲା କରିଥିଲେ ବିରୋଧୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ହୋ ହାଲ୍ଲା ଭିତରେ ପାରିତ ହୋଇଥିଲା ଜିଲ୍ଲା ଯୋଜନା କମିଟି ସଂଶୋଧନ ବିଲ। ଗୃହ ଆସନ୍ତା କାଲି ୧୦:୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
Published by:Lipina Das
First published: