ଆଦର୍ଶ ଶିକ୍ଷକ ବୃଷକେତୁ; ଝାଡୁ ଧରି ପ୍ରତିଦିନ ନିଜେ ସଫା କରନ୍ତି ସ୍କୁଲ ପରିସର

ଐତିହ୍ୟ ସମ୍ପନ୍ନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଝାଡୁଦାର ପଦବୀ ଖାଲି ପଡ଼ିଛି । ତେଣୁ ଏଠାକାର ପ୍ରଦାନ ଶିକ୍ଷକ ନିଜେ ପ୍ରତିଦିନ ସକାଳୁ ଝାଡୁ ଧରି ସ୍କୁଲ ପରିସର ସଫେଇ କରୁଥିବା ବେଳେ ତାଙ୍କୁ ସ୍କୁଲର ରାତ୍ରୀ ଜଗୁଆଳି ଓ ସହକରୀ ଶିକ୍ଷକ ସହଯୋଗ କରୁଛନ୍ତି।

 ଶିକ୍ଷକ ନିଜେ ପ୍ରତିଦିନ ସକାଳୁ ଝାଡୁ ଧରି ସ୍କୁଲ ପରିସର

ଶିକ୍ଷକ ନିଜେ ପ୍ରତିଦିନ ସକାଳୁ ଝାଡୁ ଧରି ସ୍କୁଲ ପରିସର

  • Share this:
News18 Odia Digital

ପାରଳାଖେମୁଣ୍ଡି: ବେସରକାରୀ ସ୍କୁଲ ସମ୍ମୁଖରେ ସରକାରୀ ସ୍କୁଲ ଫିକା ପଡୁଛି । ସରକାରୀ ସ୍କୁଲର ପୁରୁଣା ଗାରିମା ଫେରାଇବା ଆଣିବା ପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ସ୍ମାର୍ଟ ସ୍କୁଲ ମାଧ୍ୟମରେ ପ୍ରତି ହାଇସ୍କୁଲର ରୂପରେଖ ବଦଳାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ହେଲେ ସ୍କୁଲକୁ ସ୍ମାର୍ଟ ରଖିବା ପାଇଁ ପ୍ରତିଦିନ ଯେଉଁ ସଫେଇ ଆବଶ୍ୟକ ତାହା ସରକାର ଦୃଷ୍ଟି ଦେଇନାହାଁନ୍ତି ।

ଐତିହ୍ୟ ସମ୍ପନ୍ନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଝାଡୁଦାର ପଦବୀ ଖାଲି ପଡ଼ିଛି । ତେଣୁ ଏଠାକାର ପ୍ରଧାନ ଶିକ୍ଷକ ନିଜେ ପ୍ରତିଦିନ ସକାଳୁ ଝାଡୁ ଧରି ସ୍କୁଲ ପରିସର ସଫେଇ କରୁଥିବା ବେଳେ ତାଙ୍କୁ ସ୍କୁଲର ରାତ୍ରୀ ଜଗୁଆଳି ଓ ସହକରୀ ଶିକ୍ଷକ ସହଯୋଗ କରୁଛନ୍ତି।

ପାରଳାଖେମୁଣ୍ଡି ସହରରେ ରହିଛି ଶତାୟୁ ପୁରାତନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ। ଏହି ଅଞ୍ଚଳର ପିଲାଙ୍କ ଶିକ୍ଷା ପାଇଁ ପାରଳା ମହାରାଜା ଏହି ସ୍କୁଲକୁ ନିର୍ମାଣ କରିବା ସହ ଦୀର୍ଘ ବର୍ଷ ଧରି ଏହାର ପରିଚାଳନା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ପରବର୍ତ୍ତୀ ସମୟରେ ଏହାର ପରିଚଳନା ଦାୟିତ୍ବ ସରକାର ନେଇଥିଲେ । ଶିକ୍ଷା ପାଇଁ ନାଁ କରିଥିବା ଏହି ସ୍କୁଲରେ ବହୁ ସଂଖ୍ୟକ ପିଲା ପଢୁଥିଲେ । ହେଲେ ଦିନକୁ ଦିନ ସରକାରୀ ସ୍କୁଲ ଅପେକ୍ଷା ବେସରକାରୀ ସ୍କୁଲର ଚାହିଦା ବଢିବା ସହ ଏହି ସ୍କୁଲରେ ପିଲାଙ୍କ ସଂଖ୍ୟା ମଧ୍ୟ କମିଥିଲା । ତେଣୁ ବେସରକାରୀ ସ୍କୁଲ ଭଳି ସରକାରୀ ସ୍କୁଲ ପ୍ରସ୍ତୁତ କରିବା ସହ ପୁରୁଣା ଗାରିମା ଫେରାଇବା ଆଣିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଇଥିଲେ ମଧ୍ୟ ସ୍କୁଲକୁ ସ୍ମାର୍ଟ ରଖିବା ପାଇଁ ଯେଉଁମାନଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି ସେମାନଙ୍କୁ ନିଯୁକ୍ତ କରିବା ଭୂଲି ଯାଇଛନ୍ତି । ସ୍କୁଲ ପରିସର ସଫା ରଖିବା ପାଇଁ ଆବଶ୍ୟକ ଝାଡୁଦାର ପଦବୀ ଦୀର୍ଘ ଦିନ ଖାଲି ରହିଛି । ତେଣୁ ପ୍ରତିଦିନ ସକାଳୁ ସ୍କୁଲର ପ୍ରଧାନ ଶିକ୍ଷକ ଡ଼ଃ.ବୃଷକେତୁ ଦାଶ ନିଜେ ଝାଡୁ ଧରି ସ୍କୁଲ ପରିବେଶ ସଫା କରୁଛନ୍ତି । ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ସ୍କୁଲର ରାତ୍ରୀ ଜଗୁଆଳି ଓ ସହକାରୀ ଶିକ୍ଷକ।

ଐତିହ୍ୟ ସମ୍ପନ୍ନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଝାଡୁଦାର ପଦବୀ ଖାଲି ପଡ଼ିଛି


ଏନେଇ କହନ୍ତି, ‘‘ଶିକ୍ଷକତା ହେଉଛି ଏକ ସାଧାନା, କେବଳ ବେଲ୍ ଆଉ ବିଲ୍କୁ ଦେଖିଲେ ଜଣେ ଶିକ୍ଷକତା କରିପାରିବ ନାହିଁ । ମୁଁ ମୋ ସ୍କୁଲକୁ ନିଜ ଘର ଭଳି ଭାବେ । ତେଣୁ ପ୍ରତିଦିନ ଏହାର ସଫେଇ କରୁଛି ।’’

ବୃଷକେତୁ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେବା ପରଠାରୁ ସ୍କୁଲର ଉନ୍ନତି ପାଇଁ କାମ କରିଆସୁଛନ୍ତି । ତାଙ୍କ ସମୟରେ ସ୍କୁଲର ଶତବାର୍ଷିକୀ ପୁରଣ କାର୍ଯ୍ୟକ୍ରମ କରିବା ସହ ପୁରାତନ ଛାତ୍ରଙ୍କୁ ସାଙ୍ଗରେ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି । ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ମଧ୍ୟ ସଫଳତାର ସହ କରିଆସୁଛନ୍ତି । ଦୀର୍ଘ ବର୍ଷ ପରେ ଏଭଳି ଜଣେ ପ୍ରଧାନ ଶିକ୍ଷକ ଆସିଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ତଥା ପୁାତନ ଛାତ୍ର ବସନ୍ତ ପଣ୍ଡା କହିଛନ୍ତି । ଅନ୍ୟ ପୁରାତନ ଛାତ୍ର ମଧ୍ୟ ବୃଷକେତୁଙ୍କ କାର୍ଯ୍ୟକୁ ପ୍ରସଂଶା କରିବା ସହ ଏଭଳି ଜଣେ ଆଦର୍ଶ ଶିକ୍ଷକ ବର୍ତ୍ତମାନ ସମୟରେ ମିଳିବା କଷ୍ଟକର ବୋଲି କହିଛନ୍ତି।
Published by:Lipina Das
First published:
)}