News 18 Odia Digital
ନବରଙ୍ଗପୁର: ରାଇଘର ମୁଖ୍ୟ ରାସ୍ତାଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ର (student) ସ୍କୁଲ୍ ସମୟରେ ରିଲ୍ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ (social media) ଭାଇରାଲ୍ ହେବାରେ ଲାଗିଛି l ଏହି କାରଣରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ (head master) ଉକ୍ତ ଛାତ୍ର ମାନଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ (tc) ଦେବା ପରେ ଅବିଭାବକ ମାନେ ସ୍କୁଲରେ ପହଞ୍ଚି ପିଲାଙ୍କ ପରୀକ୍ଷା ହେବା ପର୍ଯ୍ୟନ୍ତ ପିଲାମାନଙ୍କୁ ସ୍କୁଲରେ ରହିବାକୁ ଅନୁରୋଧ (request) କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ସ୍ଥାନୀୟ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗମାନଙ୍କର ଏକ କାର୍ଯ୍ୟକ୍ରମ ଚାଲିଥିଲା । ସେହି ଦିନ ପ୍ରାୟ ୧୧ଟା ସମୟରେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ l ସେହି ଛାତ ଉପରୁ ରାସ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ୱାଟର୍ ଉପରକୁ ଡେଇଁବା ସହ ଭିଡିଓ ସୁଟିଂ କରିଥିଲେ । ପରେ ସୋସିଆଲ ମିଡିଆ ଆକାଉଣ୍ଟ୍ ଫେସବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ । ଉକ୍ତ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ଏହି ଘଟଣା ସ୍ଥାନୀୟ ସରକାରୀ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଥିଲା । ଏହି ଖବର ପ୍ରଚାର ହେବା ପରେ ପ୍ରଧାନଶିକ୍ଷକ ସୁସଙ୍କର ମିସ୍ତ୍ରୀ ଉକ୍ତ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ଡକାଇ ଟିସି ଦେଇଥିଲେ । ସ୍କୁଲର ୭ ଜଣ ଛାତ୍ରଙ୍କ ସହ ଅଣଛାତ୍ର ମଧ୍ୟ ସାମିଲ୍ ଥିବା ପ୍ରଧାନଶିକ୍ଷକ ଶ୍ରୀ ମିସ୍ତ୍ରୀ କହିଛନ୍ତି ।
ଅପରପକ୍ଷରେ ପିଲାଙ୍କ ଅଭିବାବକମାନେ ଘଟଣା ସମ୍ପର୍କରେ ଜାଣିବା ପରେ ନିଜ ପିଲାଙ୍କ ଦୋଷ ସ୍ୱୀକାର ସହ କ୍ଷମା ପ୍ରାର୍ଥନା କରିଥିଲେ । ପରୀକ୍ଷା ଦେବା ପର୍ଯ୍ୟନ୍ତ ପିଲାମାନଙ୍କୁ ସ୍କୁଲରୁ ବାହାର ନକରିବାକୁ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ । ପରେ ଏ ସମ୍ପର୍କରେ ଏକ ବୈଠକ ହୋଇଥିଲା । ପିଲାମାନଙ୍କର ଭବିଷ୍ୟତ କିପରି ନଷ୍ଟ ନହେବ ସେନେଇ ଆଲୋଚନା ହେବା ପରେ ବିଦ୍ୟାଳୟରେ ପିଲାମାନଙ୍କୁ ରହିବାକୁ ପ୍ରଧାନଶିକ୍ଷକ ଅନୁମତି ଦେଇଥିଲେ ।
ଏହି ଖବର ପଢ଼ନ୍ତୁ -
http://Assembly session: ନବ ଦାସଙ୍କୁ ନେଇ ତାତିବ ଗୃହ: ଏହି ପ୍ରସଙ୍ଗ ଉଠାଇବ କଂଗ୍ରେସଗୋଟିଏ ବିଦ୍ୟାଳୟ ପରିସରରେ ଏହି ପିଲାମାନଙ୍କୁ ଛାତ ଉପରକୁ ଚଢିବା ସମୟରେ କେହି ଶିକ୍ଷକ ଶିକ୍ଷୟତ୍ରୀ ଦେଖି ପାରିଲେ ନାହିଁ କେମିତି ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଥିବା ବେଳେ ଛାତ୍ର ଜଣକ ସ୍କୁଲ ଛାତ ଠାରୁ ଏଏନଏମ କ୍ୱାଟର୍ ଛାତ ପ୍ରାୟ ୧୦ ଫୁଟ ଦୂର ଡିଆଁ ମାରିବା ସମୟରେ ସେ ଆଜବେଷ୍ଟ୍ ଭାଙ୍ଗି ତଳେ ପଡିଯାଇଥିଲା l ଯଦି ଏହି ବିପଦପୂର୍ଣ୍ଣ ଡିଆଁରେ ଛାତ୍ରର କିଛି ଅଘଟଣ ହୋଇଥାନ୍ତା ତେବେ ଏଥିପ୍ରତି କିଏ ଦାୟୀ ହୋଇଥାଆନ୍ତେ ବୋଲି ପ୍ରଶ୍ନ ଉଠିଛି I ଏହି ସମ୍ପର୍କରେ ରାଇଘର ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେଉଁ ରିଲସ୍ ଭିଡିଓ ଭାଇରାଲ ହୋଇଛି ସେ ସମ୍ପର୍କରେ ମୁଁ ଗଣମାଧ୍ୟମ ଦ୍ୱାରା ଖବର ପାଇଲି । ସେହି ସ୍କୁଲକୁ ଯାଇ ତଦନ୍ତ କରିବି ଆଉ ଯେଉଁମାନେ ଏଥିପାଇଁ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।