ନକଲି ଚା’: କଟକରେ କମିଲା ଚା’ ବେପାର; ଚା’ ଦୋକାନରେ ପ୍ରଶ୍ନ: ‘‘ଭାଇ, ତୁମ ଚା’ ପତ୍ର ଅସଲି ତ?’’
ନକଲି ଚାହା ପତ୍ର କାରଖାନା ଠାବ ହେବା ଓ ସେହି ବିଷାକ୍ତ ଚାହା କଟକ ସହର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା କଥା ଜଣା ପଡ଼ିବା ପରେ ଗ୍ରାହକମାନେ ଏବେ ଚା’ ପିଇବାକୁ ଶଙ୍କା ବୋଧ କରୁଛନ୍ତି । ଚା’ ଦୋକାନୀଙ୍କ ବେପାର ୩୦% କମିଛି ।

ବାଦାମବାଡ଼ିରେ ୨୦ ବର୍ଷ ଧରି ଚା' ଦୋକାନ କରିଥିବା ଶଶିଭୂଷଣ ରଣା
- News18 Odia
- Last Updated: January 8, 2021, 5:38 PM IST
କଟକ: କଟକ ମୁକାମେଶ୍ବର ଅଞ୍ଚଳରୁ ନକଲି ଚାହା ପତ୍ର କାରଖାନା ଠାବ ହେବା ପରେ ଏହାର ସିଧାସଳଖ ପ୍ରଭାବ କଟକ ସହରର ଚାହା ବେପାର ଉପରେ ପଡ଼ିଛି । ବିଶେଷ କରି ଚା' ଦୋକନୀମାନେ ଏହାର କୁପରିଣାମ ଭୋଗ କରୁଛନ୍ତି । ବୁଧବାର ସକାଳ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଠାକ୍ ଥିଲା । ଶୀତୁଆ ସକାଳରେ ଲୋକେ ସହରର ବିଭିନ୍ନ ଚା' ଦୋକାନରେ ଚା' ପିଇବାକୁ ଭିଡ଼ ଲାଗାଇଥିଲେ । କିନ୍ତୁ ଗୁରବାର ଦିନ ଠାରୁ ଭିନ୍ନ ଦୃଶ୍ୟ ଦେଖିବାକୁ ମଳିଛି ।
ସହରର ଅନେକ ଚା’ ଦୋକାନରେ ଚା’ ଖଟି ଥିଲା, କିନ୍ତୁ ନ ଥିଲା ପୂର୍ବ ଦିନଗୁଡ଼ିକ ଭଳି ଗ୍ରାହକଙ୍କ ଭିଡ଼ । ସାଧାରଣତଃ ସକାଳୁ ସକାଳୁ ଚା' ପିଇବା ପାଇଁ ସହରର ଚା' ଦୋକାନ ଗୁଡ଼ିକରେ ଗ୍ରାହକ ଜମା ହେଉଥିବା ବେଳେ ଗୁରୁବାର ଓ ଶୁକ୍ରବାର ସକାଳେ ଅଧିକାଂଶ ଚା' ଦୋକାନ ଖାଁ ଖାଁ ଥିଲା । କେବଳ କେତେ ଜଣ ପୁରୁଣା ଗ୍ରାହକଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କୁ ଚା' ଖଟିରେ ଦେଖିବାକୁ ମିଳି ନ ଥିଲା ବୋଲି କହିଛନ୍ତି ଚା’ ଦୋକାନୀମାନେ । ଆଉ ଯେଉଁମାନେ ଆସୁଥିଲେ ଚା’ ଦୋକାନୀଙ୍କୁ ସମସ୍ତଙ୍କର ପ୍ରଶ୍ନ ଥିଲା, ‘‘ଭାଇ, ତୁମ ଚାହା ପତ୍ର ପତି ଅସଲି ତ?’’
ଏହା ବି ପଢ଼ନ୍ତୁ | କରୋନା କାଳରେ ଟ୍ରେନ୍ ଟିକେଟ୍ ଟଙ୍କା ଫେରସ୍ତ ପାଇବାର ସମୟ ୬ ମାସରୁ ବଢ଼ି ୯ ମାସ ହେଲା

କଟକର ଚା’ ଦୋକାନଗୁଡ଼ିକରେ ପୂର୍ବ ଦିନଗୁଡ଼ିକ ଭଳି ଆଉ ଗ୍ରାହକଙ୍କ ଭିଡ଼ ନାହିଁ ।
ବୁଧବାର ଦିନ ନକଲି ଚାହା ପତ୍ର କାରଖାନା ଠାବ ହେବା ଓ ସେହି ଚାହା କଟକ ସହର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା କଥା ଜଣା ପଡ଼ିବା ପରେ ଗ୍ରାହକମାନେ ଏବେ ଚା’ ପିଇବାକୁ ଶଙ୍କା ବୋଧ କରୁଛନ୍ତି । କଟକ ସହରବାସୀଙ୍କ ଚା' ପ୍ରତି ମମତା ହଠାତ୍ କମିଯାଇଥିବା ପରି ଲାଗୁଛି । ପୂର୍ବରୁ ଯେଉଁ ଚା' ସେମାନେ ପିଇଥିଲେ ଓ ଏବେ ଯାହା ପିଉଛନ୍ତି ତାହା ଅସଲି ବା ନକଲି ଏବେ ସହରବାସୀଙ୍କୁ ସେହି ଚିନ୍ତା ଘାରୁଛି ।
ଏହା ବି ପଢ଼ନ୍ତୁ | ‘ଦଙ୍ଗଲ୍ ଗର୍ଲ’ ଫାତିମା ସନା ଶେଖଙ୍କ ଖୁଲାସା: ‘ମୋତେ କୁହାଗଲା ସେକ୍ସ ହିଁ କାମ ପାଇବାର ଉପାୟ’
‘‘କଟକ ଲୋକଙ୍କ ଚା' ପ୍ରତି ଗୋଟିଏ ବିଶେଷ ଦୁର୍ବଳତା ରହିଛି । କିନ୍ତୁ ଅସଲି ପ୍ୟାକେଟରେ ନକଲି ଚା’ ବିକ୍ରି ହେବା କଥା ଜାଣିବା ପରେ ନିହାତି ଭାବେ ଭୟ ଲାଗୁଛି । ଚାକୁଣ୍ଡା ପତ୍ର ଓ କରତ ଗୁଣ୍ଡରେ କେମିକାଲ ଦିଆଯାଇ ପ୍ରସ୍ତୁତ ହେଉଥିବା ବିଷାକ୍ତ ଚା' ଯେ ଆମେ ଦୋକାନରୁ କିଣି ପିଇନାହୁଁ କି ଏବେ ଯେଉଁ ଚା' ପିଇଉଛୁ ତାହା ଯେ ଅସଲି ତାହା ଜାଣିବା ମୁସ୍କିଲ । ସେଥି ପାଇଁ ଚା' ଦୋକାନୀ ଶ୍ରଦ୍ଧାରେ ହାତକୁ ବଢ଼ାଇ ଦେଉଥିବା ଚା' ପ୍ରତି ମୁଁ ସନ୍ଦେହ କରିବାକୁ ବାଧ୍ୟ ହେଉଛି,’’ କହିଛନ୍ତି ଚା' ଖଟିକୁ ଆସିଥିବା ଅଶୋକ କାନୁନଗୋ ।
ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ ବିକିନି ଅବତାରରେ କେରଳରେ ନୂଆ ବର୍ଷକୁ ସ୍ୱାଗତ କଲେ – PHOTOS
ଗିରଫ ହୋଇଥିବା ନକଲି ଚା' କାରଖାନା ମାଲିକ ସୁରେଶ ବିଶ୍ବାଳକୁ ପୋଲିସ କୋର୍ଟ ଚାଲାଣ କରିଛି । ପଚାରା ଉଚରାରୁ ତା’ ଠାରୁ ଅନେକ ତଥ୍ୟ ମିଳିଛି । ରାଜ୍ୟ ବାହାରେ ଥିବା ଏକ ନିର୍ଦ୍ଧଷ୍ଟ ସ୍ଥାନ ଯେଉଁଠୁ ସେ ଚା' ଆମଦାନୀ କରୁଥିଲା ସେଠାକୁ ଏକ ପୋଲିସ ଟିମ ଯିବା ପାଇଁ ପ୍ରସ୍ତୁତ ହେଉଛି ।
ସୁରେଶ ବିଶ୍ବାଳ ଭଳି କଟକର ଅନେକ ବ୍ୟବସାୟୀ ଏ ଭଳି ନକଲି ଚା’ ଆମଦାନୀ କରୁଛନ୍ତି ବୋଲି ଜଣା ପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବେଲି ପୋଲିସ ପକ୍ଷରୁ କୁହାଯାଇଛି ।