BJD ଶଙ୍ଖ ଭବନରେ ତଥାଗତ ସତପଥୀ: ଜାଣନ୍ତୁ କଣ ଦେଲେ ପ୍ରତିକ୍ରିୟା

ଶଙ୍ଖ ଭବନ ଉଦଘାଟନ ଅବସରରେ ଆସିଥିଲେ ତଥାଗତ । ଚିରାଚରିତ ଢଙ୍ଗରେ ଗଣମାଧ୍ୟମକୁ ଦେଲେ ପ୍ରତିକ୍ରିୟା ।

BJD ଶଙ୍ଖ ଭବନରେ ତଥାଗତ ସତପଥୀ: ଜାଣନ୍ତୁ କଣ ଦେଲେ ପ୍ରତିକ୍ରିୟା

BJD ଶଙ୍ଖ ଭବନରେ ତଥାଗତ ସତପଥୀ: ଜାଣନ୍ତୁ କଣ ଦେଲେ ପ୍ରତିକ୍ରିୟା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ବିଜେଡିର ଶଙ୍ଖ ଭବନରେ ତଥାଗତ ସତପଥୀ (tathagata satpathy)। ଶଙ୍ଖ ଭବନ ଉଦଘାଟନ ଅବସରରେ ଆସିଥିଲେ ତଥାଗତ । ଚିରାଚରିତ ଢଙ୍ଗରେ ଗଣମାଧ୍ୟମକୁ ଦେଲେ ପ୍ରତିକ୍ରିୟା । ମୁଁ ନିର୍ଦ୍ଦଳୀୟ ବୋଲି କହିଥିଲେ ତଥାଗତ ସତପଥୀ । CMଙ୍କ ନିମନ୍ତ୍ରଣ କ୍ରମେ କାର୍ଯ୍ୟକ୍ରମରେ ଯୋଗ ଦେଇଛି । ୨୦୨୪ ନିର୍ବାଚନରେ ରାଜନୀତିକୁ ଆସିବିନି । CM ନିର୍ବାଚନରେ ଡାକିଲେ କ'ଣ କରିବେ ପ୍ରଶ୍ନରେ ଚୁପ ରହିଥିଲେ ତଥାଗତ ସତପଥୀ ।

ଲୋକଙ୍କ ସେବାରେ ଲୋକର୍ପିତ ହୋଇଛି "ଶଙ୍ଖ ଭବନ"। ଅକ୍ଷୟ ତୃତୀୟାରେ ବିଜେଡ଼ିର ନୂଆ କାର୍ଯ୍ୟାଳୟର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (CM Naveen patnaik)। ବିଜେଡିର ପୁରୁଣା କାର୍ଯ୍ୟାଳୟ ଥିବା ସ୍ଥାନରେ ଛିଡ଼ା ହୋଇଛି ଶଙ୍ଖ ଭବନ। ହେଲେ ଭବନରେ ସବୁ ନୂଆ। ଅତ୍ୟାଧିନିକ ସୁବିଧା ସାଙ୍ଗକୁ ପଦାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ରହିଛି। ଶଙ୍ଖ ଭବନ। ଓଡ଼ିଶାର ବିକାଶ, ସ୍ୱାଭିମାନ ତଥା ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ଲୋକଙ୍କର ମିଳନସ୍ଥଳୀ ହେବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ନୂଆ ତଥା ସଶକ୍ତ ଓଡ଼ିଶା ଗଠନ ପାଇଁ ଆଗ୍ରହୀ ମାନଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ। ଭୁବନେଶ୍ବରରେ ଶଙ୍ଖ ଭବନ ତଥା ବିଜେଡି ମୁଖ୍ୟାଳୟକୁ ଲୋକାର୍ପିତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। ଶଙ୍ଖ ଭବନକୁ ଓଡ଼ିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି ବିଜେଡି ସୁପ୍ରିମୋ। ଜୟ ଜଗନ୍ନାଥ ଧ୍ବନିରେ ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିବ ଶଙ୍ଖ ଭବନ। ଓଡ଼ିଶାର ବିକାଶ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଏବଂ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ। ଏହାର ସବୁ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହେବ। ଓଡ଼ିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡ଼ିବ। ଓଡ଼ିଆ ସ୍ବାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ ବୋଲି କହିଛନ୍ତି ନବୀନ। ଭବନରେ ସ୍ଥାନ ପାଇବ ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି। କାର୍ଯ୍ୟାଳୟ ବୁଲି ଦେଖିବା ସହ ନିଜ ପ୍ରକୋଷ୍ଠରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ ନବୀନ । ଏବଂ ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ, ଛାତ୍ର, ମହିଳା କର୍ମୀ ଏବଂ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ଏହି ବିଲ୍ଡିଂ କୌଣସି ପଞ୍ଚତାରକା ହୋଟେଲଠୁ ବି କମ ନୁହେଁ। ବାହାରେ ବାରି ହୋଇପଡ଼ୁଛି ଓଡ଼ିଶାର କଳା ସଂସ୍କୃତିର ଛାପ। ୧ ଏକରରୁ ଅଧିକ ଜମିରେ ନିର୍ମିତ ୩ ମହଲା ବିଶିଷ୍ଟ ଏହି ବିଲ୍ଡିଂ ରହିଛି ଅତ୍ୟାଧୁନିକ ସୁବିଧା।ଶଙ୍ଖ ଭବନରେ ରହିଛି ୩୦ଟି ପ୍ରକୋଷ୍ଠ। ବେସମେଣ୍ଟରେ ରହିଛି ପାର୍କିଂ ପାଇଁ ବ୍ୟବସ୍ଥା। ପ୍ରଥମ ମହଲାରେ ରହିଛି ଓପନ ହଲ। ଯେଉଁଠାରେ ଏକା ସାଙ୍ଗରେ ହଜାର ଲୋକଙ୍କୁ ନେଇ ହୋଇପାରିବ ବୈଠକ। ଏହାସହ କ୍ୟାଣ୍ଟିନ ଓ କ୍ୟାଫଟେରିଆ ବ୍ୟବସ୍ଥା ବି ରହିଛି। ଦ୍ଵିତୀୟ ମହଲାରେ ଅଡିଟୋରିଅମ ସହ ସମସ୍ତ ଛାମୁଆ ସଂଗଠନ ପାଇଁ ରହିଛି ଅଫିସ। ମିଟିଂ ହଲ ସହ ଛୋଟ କନଫେରେନ୍ସ ହଲ ସୁବିଧା ବି ରହିଛି । ସୋସିଆଲ ମିଡ଼ିଆ ସେଲ ଓ ଡିଜିଟାଲ ରୁମ ରହିଛି ଦ୍ଵିତୀୟ ମହଲାରେ। ଏହାସହ ସମସ୍ତ ବରିଷ୍ଠ ପଦାଧିକାରୀଙ୍କ ପାଇଁ ରହିଛି ସ୍ବତନ୍ତ୍ର କୋଠରୀ। ତୃତୀୟ ମହଲାରେ ରହିଛି ବିଜେଡି ସୁପ୍ରିମୋଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ। ଏହା ସହ ମିଟିଂ ହଲ ସହ ଛୋଟ କନଫରେନ୍ସ ହଲ ଭଳି ସମସ୍ତ ସୁବିଧା ରହିଛି। ବିଜେଡି କହିଛି ଲୋକଙ୍କ ସେବାରେ ସମର୍ପିତ ଏହି ଭବନ।

ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ ବିଜେଡ଼ିର ପଦାଧିକାରୀଙ୍କ ସମେତ ପୂର୍ବତନ ସାଂସଦ ତଥାଗତ ସତପଥୀ। କୌଣସି ଦଳରେ ନଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଆସିଥିବା କହିଥିଲେ ତଥାଗତ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୧ ମସିହା ରଥଯାତ୍ରା ସମୟରେ ବିଜେଡି ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏବଂ ପ୍ରାୟ ୨୨ ମାସରେ ଶଙ୍ଖ ଭବନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ଏହି ଖବର ପଢ଼ନ୍ତୁ ପୂରା ଖବର -  ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !
Published by:Soubhagya Mishra
First published: