ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀ: ₹୩୩୧ କୋଟିର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଢ଼ ବର୍ଷ ମଧ୍ୟରେ ପୂରା କରିବ ଟାଟା କମ୍ପାନୀ

ପୁରୀ: ₹୩୩୧ କୋଟିର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଢ଼ ବର୍ଷ ମଧ୍ୟରେ ପୂରା କରିବ ଟାଟା କମ୍ପାନୀ

ଜୁନ୍ ୧ରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହେବା ପରେ ଜମି ଅଧିଗ୍ରହଣ ଓ ନିର୍ମାଣ ପାଇଁ ଟେଣ୍ଡର୍ ହୋଇଛି, ହେଲେ ସୁଦ୍ଧା ଏବେ ବି ନ୍ୟାସନାଲ୍ ମନୁମେଣ୍ଟସ୍ ଅଥରିଟିର ଅନୁମତିକୁ ଅପେକ୍ଷା ରହିଛି ।

ପୁରୀ: ₹୩୩୧ କୋଟିର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଢ଼ ବର୍ଷ ମଧ୍ୟରେ ପୂରା କରିବ ଟାଟା କମ୍ପାନୀ
ପୁରୀ ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ପୁନଃନିର୍ମାଣ ଯୋଜନା ଅବଲୋକନ ବେଳେ ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)
  • News18 Odia
  • Last Updated: August 11, 2021, 2:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଅବଢା ଯୋଜନାରେ ନିର୍ମାଣ ହେବାକୁ ଥିବା ଐତିହ୍ୟ କରିଡରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟସ ଲିମିଟେଡ଼କୁ ୩୩୧ କୋଟି ଟଙ୍କାର ଟେଣ୍ଡର୍‌ ଦିଆଯାଇଛି । ଏହି କାର୍ଯ୍ୟ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଶେଷ କରିବାକୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷରିତ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ଼ । ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବା ପାଇଁ ୩,୨୦୦ କୋଟି ଟଙ୍କାର ବ୍ଯୟ ମଞ୍ଜୁରୀ ମିଳିଥିବା ବେଳେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୨୨ଟି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ ରଖିଛନ୍ତି ସରକାର ।

‘‘ପୁରୀକୁ ଐତିହ୍ୟ ସହର ଭାବେ ଗଢି଼ ତୋଳିବା ପାଇଁ ସରକାର ମେଗା ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିରକୁ ଅଧିକ ସୁରକ୍ଷିତ କରିବା ସହ ଏହାର ଚତୁଃର୍ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଛି ବିସ୍ତୃତ ଯୋଜନା । ମେଘନାଦ ପାଚେରୀରୁ ୬୦ ମିଟର୍‌ ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ନିର୍ମାଣ ହେବ ପରିକ୍ରମା ମାର୍ଗ । ଏଥିରେ ଗାଡି଼ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । କେବଳ ଭକ୍ତଙ୍କ ପାଇଁ ଚଲାପଥ ଭାବେ ଏହାକୁ ବ୍ୟବହାର କରାଯିବ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ବି ପଢ଼ନ୍ତୁ | ‘‘ଚେୟାର୍ କାହାରି ବାପର ନୁହେଁ’’: ଲାଲୁଙ୍କ ବଡ଼ ପୁଅ ତେଜ୍ ନିଜ ଦଳର ରାଜ୍ୟ ମୁଖ୍ୟଙ୍କୁ ହିଟଲର୍ ବୋଲି କହିଲେ

ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଫୋକସ ରହିଥିବା ବେଳେ ପ୍ରକଳ୍ପ ପାଇଁ ୩,୨୦୦ କୋଟି ଟଙ୍କାର ଆର୍ଥିକ ଅଟକଳ କରାଯାଇଛି ଓ କ୍ୟାବିନେଟରେ ୩୩୧.୨୮ କୋଟି ଟଙ୍କାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୋହର ବାଜିଛି ବୋଲି ସେ କହିଛନ୍ତି । ‘‘ଏଥିରୁ କିଛି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀମନ୍ଦିର ଚତୁଃର୍ପାର୍ଶ୍ୱରେ ଶ୍ରୀମନ୍ଦିର ସୁରକ୍ଷା ପାଚୀର କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ,’’ କହିଛନ୍ତି ବର୍ମା ।

ମୁଖ୍ୟ ମନ୍ତ୍ରୀଙ୍କୁ ଐତିହ କରିଡର୍ ପ୍ଲାନ୍ ବୁଝାଉଛନ୍ତି ବରିଷ୍ଠ ଅଧିକାରୀ ଭି.କେ. ପାଣ୍ଡିଆନ୍ (ଫାଇଲ୍ ଫଟୋ)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Olympics Gold: ନୀରଜ ଚୋପ୍ରା କେମିତି ହୋଇଥିଲେ ସେନାରେ ସୁବେଦାର? ତାଙ୍କ ବିଷୟରେ ୧୦ଟି ବଡ଼ କଥା

ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କ୍ୟାବିନେଟ ମୋହରକୁ ସ୍ୱାଗତ କରି କହିଛନ୍ତି, ‘‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଭକ୍ତମାନଙ୍କ ପାଇଁ ରହିଛି ଅନେକ ବ୍ୟବସ୍ଥା । ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ ପଥରରେ ବିଭିନ୍ନ କାରୁକାର୍ଯ୍ୟ ଓ ମୁର୍ତ୍ତି ସହିତ ଏଥିରେ ଓଡିଶାର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତି ସହିତ ପଟ୍ଟଚିତ୍ରର ନିଦର୍ଶନ ରହିବ। ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ କ୍ୟାବିନେଟରେ ସ୍ୱତନ୍ତ୍ର ଆର୍ଥିକ ମଞ୍ଜୁରୀ ମିଳିବା ପରେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମହଲରେ ବେଶ ଖୁସି ଦେଖିବାକୁ ମିଳିଛି ।’’

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଦିନକରେ ,୦୦୦ ଟଙ୍କା କମିଲା; ରୂପା ଦର ବି ଖସିଲା; ଆଗକୁ ହେବ?

‘‘ଦୀର୍ଘ ଦୁଇ ବର୍ଷ ପରେ ଉଚ୍ଛେଦ କାର୍ଯ୍ୟ ସରିବାକୁ ଯାଉଥିଲେ ସୁଦ୍ଧା ଏଯାବତ୍‌ ନିର୍ମାଣ  କାର୍ଯ୍ୟ ଆରମ୍ଭ ହୋଇନାହିଁ । ଭକ୍ତଙ୍କ ପାଇଁ ପ୍ରକଳ୍ପରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରକଳ୍ପରେ ଭକ୍ତଙ୍କ ପାଇଁ ପରିକ୍ରମାରେ ବିଶ୍ୱପ୍ରସିଦ୍ଧ ଓଡିଶୀ ନୃତ୍ୟର ଝଲକ ଦେଖିବାକୁ ମିଳିବ। ବୟସ୍କ ପୁରୁଷ, ମହିଳା, ଶିଶୁ ଓ ଦିବ୍ଯାଙ୍ଗ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସହିତ ବିଶ୍ରାମ ପାଇଁ ବି ଏଥିରେ ରହିବ ବ୍ଯବସ୍ଥା । ଭକ୍ତମାନେ ନିଜ ଇଚ୍ଛା ମୁତାବକ ଚୌହଦିରେ ବସି ଜଗନ୍ନାଥ ମହାପ୍ରଭୁଙ୍କ ମହିମାରେ ସାମିଲ ହୋଇପାରିବେ । ଭଜନ କୀର୍ତ୍ତନ ସହିତ ଭକ୍ତି ଓ ଶ୍ରଦ୍ଧାର ଅପୂର୍ବ ସମନ୍ଵୟର ଦେଖିବେ ଶ୍ରଦ୍ଧାଳୁ । ହେଲେ ଦୀର୍ଘ ଦୁଇ ବର୍ଷ ଧରି ଏହି ପ୍ରକଳ୍ପରେ ବିଳମ୍ବ ହେଉଥିବା ଚିନ୍ତାଜନକ । ଖୁବ୍‌ ଶୀଘ୍ର ନିର୍ମାଣ ଆରମ୍ଭ ହେବା ଦରକାର,’’ ପୁରୀର ଜଗନ୍ନାଥପ୍ରେମୀ ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି ।



ଜୁନ୍ ୧ ତାରିଖରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣ ଓ ନିର୍ମାଣ ପାଇଁ ଟେଣ୍ଡର୍‌ ହୋଇଥିଲେ ସୁଦ୍ଧା ଏବେ ବି ନ୍ୟାସନାଲ୍‌ ମନୁମେଣ୍ଟସ୍‌ ଅଥରିଟିର (ରାଷ୍ଟ୍ରୀୟ ଐତିହ୍ୟ ସ୍ମାରକୀ ପ୍ରାଧିକରଣ) ଅନୁମତିକୁ ଅପେକ୍ଷା ରହିଛି ।
Published by: Anand ST Das
First published: August 10, 2021, 11:58 PM IST