ବିଧାୟକ ତାରା ବାହିନୀପତିଙ୍କ ବଡ଼ ବୟାନ; ବିଜେପିର ୨-୩ ଜଣ ସଦସ୍ୟ ସିହ୍ନାଙ୍କୁ ଭୋଟ ଦେଇଛନ୍ତି

ମୋହନ ମାଝୀଙ୍କ ବୟାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି କଂଗ୍ରେସ ସଦସ୍ୟ ଭୋଟ ଦେଲେ କହିକି ଦେବେ। ବିଜେପିର ୨-୩ ସଦସ୍ୟ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି  ।

କଂଗ୍ରେସ ବିଧାୟକ ତାରା ବାହିନୀପତି

କଂଗ୍ରେସ ବିଧାୟକ ତାରା ବାହିନୀପତି

  • Share this:
News18 Odia Digital

ମୋକିମଙ୍କ ଭୋଟକୁ ନେଇ ଆଲୋଚନା ଥମିବାରେ ନାଁ ନେଉନାହିଁ। ମୋକିମଙ୍କ ପରେ ଆଉ ଜଣେ କଂଗ୍ରେସ ନେତା ଭୋଟ ଦେବା ନେଇ ବିରୋଧୀ ଦଳ ମୁଖ୍ଯ ସଚେତକ ବୟାନ ରଖିଥିଲେ । କିନ୍ତୁ ଏହାକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ବିଜେପିର ୨-୩ ସଦସ୍ୟ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି  ।

ମୋହନ ମାଝୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। କଂଗ୍ରେସ ସଦସ୍ୟ ଭୋଟ ଦେଲେ କହିକି ଦେବେ। ଲୁଚା ଛୁପା ଦେବେନି। ମୋକିମ ଭୋଟ ଦେଲେ ସର୍ବସାଧାରଣରେ ପ୍ରକାଶ କଲେ। ଗଣତନ୍ତ୍ର ସୁରକ୍ଷା କରିବାକୁ ଯାଇ ବିଜେପି ସଦସ୍ଯ ଏପରି କରିଛନ୍ତି ବୋଲି କହିଛନ୍ତି ତାରା ।

ମାଟିର ଝିଅକୁ ସମସ୍ତେ ସମର୍ଥନ କରିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବି କଲେ। ତାଙ୍କ ଦଳର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। କାଲି ତାହା ସ୍ପଷ୍ଟ ହୋଇଯିବ ବୋଲି ବୟାନ ଦେଇଥିଲେ ବିଜେପି ନେତା ମୋହନ ମାଝୀ  ।

ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ଯ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମେ ଆଠ ଜଣ ସିହ୍ନାଙ୍କୁ ଭୋଟ ଦେଇଛନ୍ତି । ମୋହନ ମାଝୀ କାଲି କୁହନ୍ତୁ । ଆଗ ଦଳ ତାପରେ ମାଟି । ଚନ୍ଦ୍ର ସୂର୍ଯ୍ଯ ଏପଟ ସେପଟେ କରିପାରିବେନି । ମୁଁ ସିହ୍ନାଙ୍କୁ ଭୋଟ ଦେଇଛି ।
Published by:Soumya Das
First published: