‘‘ଯଦି କାଲି ମୋ’ ମନକୁ ମରିବାର ଭାବନା ଆସେ ତେବେ ଆଉ ମୋତେ ପାଇବ ନାହିଁ’’: କହିଲେ ତପସ୍ୱିନୀ

Tapaswini urges husband in video to accept her as wife | ତାଙ୍କୁ ସ୍ତ୍ରୀ ରୂପେ ଆପଣାଇ ନେବା ପାଇଁ ଡଃ ସୁମିତଙ୍କୁ ନେହୁରା ହୋଇ ତପସ୍ୱିନୀ ଏକ ଭିଡ଼ିଓ ଜାରି କରିଛନ୍ତି । ସେଥିରେ ଶ୍ବଶୁରଙ୍କୁ ମଧ୍ୟ ସେ ନେହୁରା ହୋଇଛନ୍ତି । ‘‘ନିଜର ଛୋଟ ଝିଅ ବୋଲି ଭାବି ଯାହା ଭୁଲ କରିଛି ତାକୁ କ୍ଷମା କରିଦିଅନ୍ତୁ,’’ ସେ କହିଛନ୍ତି ।

ତପସ୍ୱିନୀ ଦାଶ ଭିଡିଓର କହୁଥିବା ବେଳର ଏକ ଦୃଶ୍ୟ

ତପସ୍ୱିନୀ ଦାଶ ଭିଡିଓର କହୁଥିବା ବେଳର ଏକ ଦୃଶ୍ୟ

  • Share this:
News18 Odia Digital

ବ୍ରହ୍ମପୁର: ବିବାହ କରିବା ସତ୍ତ୍ୱେ ପତିଙ୍କ ସହ ରହିପାରୁ ନ ଥିବାରୁ କୋର୍ଟ କେସ୍‌ ଲଢ଼ୁଥିବା ଓ ଦିନ ଦିନ ଧରି ଅନଶନ କରୁଥିବା ତପସ୍ବିନୀ ଦାଶଙ୍କ ମାମଲାରେ ଏବେ ଭିଡିଓ ପରେ ଭିଡିଓ ସାମନାକୁ ଆସୁଛି । କେତେବେଳେ ତାଙ୍କ ପକ୍ଷରୁ ଭିଡ଼ିଓ ଜାରି କରାଯାଉଛି ତ ଆଉ କେତେବେଳେ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଅନିଚ୍ଛୁକ ଯୁବ ଡାକ୍ତର ସୁମିତ କୁମାର ସାହୁଙ୍କ ପକ୍ଷରୁ ଭିଡ଼ିଓ ଜାରି କରାଯାଉଛି । ଏବେ ପୁଣି ଏକ ଭିଡ଼ିଓ ଜାରି କରିଛନ୍ତି ତପସ୍ବିନୀ ।

ଏହି ଭିଡିଓରେ କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇଛନ୍ତି ତପସ୍ୱିନୀ । ‘‘ଦୀର୍ଘ ମାସେ ହେଲା ମୁଁ ବହୁ କଷ୍ଟ ପାଇଲିଣି । ଆଉ ସମ୍ଭବ ନୁହେଁ । ତୁମେ ଫେରିଆସ, ସୁମିତ । ବଞ୍ଚି ଥାଉ ଥାଉ ମୋତେ ତମ ଘରକୁ ନେଇଯାଅ,’’ କହି ଆକୁଳ ନିବେଦନ କରିଛନ୍ତି ସେ । ‘‘ଯଦି କାଲିକି ମୋ’ ମନକୁ ମରିବାର ଭାବନା ଆସେ ତେବେ ଆଉ ମୋତେ ପାଇପାରିବ ନାହିଁ,’’ ଡଃ ସୁମିତଙ୍କ ବ୍ରହ୍ମପୁରସ୍ଥ ଘରର ବାରଣ୍ଡାରେ ଦୀର୍ଘ ମାସେ ଧରି ନ୍ୟାୟ ପାଇଁ ଅନଶନ କରୁଥିବା ତପସ୍ବିନୀ କୋହଭରା କଣ୍ଠରେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

‘‘ମାସେ ଧରି ନିଜର ହକ୍‌ ଦାବି କରି ଆସୁଥିଲେ ସୁଦ୍ଧା କେହି ମୋ’ ଦୁଃଖ ବୁଝୁନାହାନ୍ତି । ଓଲଟା ପିଟିସନ ଉପରେ ପିଟିସନ ପକାଇ ମୋତେ ସୁମିତଙ୍କ ବାରଣ୍ଡାରୁ ହଟାଇବାକୁ ଚାହିଁଛନ୍ତି । ଅନେକ ମୋତେ ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ ଦେଇଛନ୍ତି । ଆଉ ସମ୍ଭାଳିବାକୁ ଧୈର୍ଯ୍ୟ ନାହିଁ । ଏତେ ଦିନର ଧାରଣା ପରେ ବହୁ କଷ୍ଟ ପାଇଲିଣି । ମୁଁ ପଇସା ପାଇଁ ଏଭଳି ବସିନାହିଁ । ମୋତେ କେବଳ ସୁମିତ ଦରକାର,’’ କହିଛନ୍ତି ତପସ୍ବିନୀ ।

ତପସ୍ବିନୀଙ୍କ ସହ ଡଃ ସୁମିତଙ୍କ ଘର ବାରଣ୍ଡାରେ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ବସିଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO

ସେହି ଭିଡ଼ିଓର ଶ୍ବଶୁରଙ୍କୁ ମଧ୍ୟ ନେହୁରା ହୋଇଛନ୍ତି ତପସ୍ବିନୀ । ‘‘ନିଜର ଛୋଟ ଝିଅ ବୋଲି ଭାବି ଯାହା ଭୁଲ କରିଛି ତାକୁ କ୍ଷମା କରି ମୋତେ ଆପଣାଇ ନିଅନ୍ତୁ । ମୋତେ ମୋ’ ସ୍ବାମୀକୁ ଫେରାଇ ଦିଅନ୍ତୁ । ମାସେରୁ ଅଧିକ ଦିନ ହେଲାଣି ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ମୁଁ ବାରଣ୍ଡାରେ ବସି ରହିଛି । ମୋତେ ନିଶ୍ଚିତ ଭାବେ ସୁମିତ ଗ୍ରହଣ କରିବେ,’’ କହିଛନ୍ତି କୋର୍ଟରେ ସୁମିତଙ୍କୁ ବିବାହ କରିଥିବା ତପସ୍ବିନୀ ଦାଶ।

ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ

ତପସ୍ବିନୀଙ୍କ ସହ ଡଃ ସୁମିତଙ୍କ ଘର ବାରଣ୍ଡାରେ ବସିଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ସୁମିତଙ୍କୁ ଏହି ମାମଲାର ସମାଧାନ ପାଇଁ ନେହୁରା ହୋଇଛନ୍ତି । ଇତି ମଧ୍ୟରେ ସୁମିତଙ୍କ ଘରେ ସେ ଓ ତପସ୍ୱିନୀ ପ୍ରବେଶ କରିବାକୁ ନେଇ ତାଙ୍କ (ତପସ୍ୱିନୀଙ୍କ) ଓକିଲଙ୍କ ଉଦ୍ୟମ ଉପରେ ବିବୃତି ଦେଇଛନ୍ତି ଡଃ ସୁମିତଙ୍କ ଓକିଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ପ୍ରମିଳା ତ୍ରିପାଠୀ କହିଛନ୍ତି, ‘‘ସୁମିତ ନିଜେ ଆସି ଏହି ମାମଲାର ସମାଧାନ କରନ୍ତୁ । ତପସ୍ବିନୀଙ୍କୁ ଗ୍ରହଣ କରନ୍ତୁ ଓ ଏହି ବିବାଦକୁ ଆଉ ଆଗକୁ ବଢ଼ାନ୍ତୁ ନାହିଁ । ତପସ୍ବିନୀ ନିଜର ସ୍ବାମୀଙ୍କ ସହିତ ଶ୍ବଶୁର ଘରକୁ ଗଲେ ମୁଁ ବି ନିଜ ଘରକୁ ଯିବି । ଯଦି ତପସ୍ବିନୀଙ୍କୁ ନ୍ୟାୟ ନ ମିଳେ ତେବେ ସେତେ ଦିନ ପର୍ଯ୍ୟନ୍ତ ମୁଁ ତାଙ୍କ ସହ ଏଇଠି ବସିରହିବି ।

ଯୁବ ଡାକ୍ତର ସୁମିତ କୁମାର ସାହୁ


ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ଡଃ ସୁମିତଙ୍କ ଓକିଲ ସୁରେନ୍ଦ୍ର ଅଭିଯୋଗ କରିଥିଲେ ଯେ ଦୁଇ ଦିନ ତଳେ ସେ ଏହି ମାମଲାର କାଗଜପତ୍ରରେ ଦସ୍ତଖତ ପାଇଁ ସୁମିତଙ୍କ ଘରକୁ ଯାଇଥିବା ବେଳେ ତପସ୍ବିନୀ ଓ ପ୍ରମିଳା ତାଙ୍କ ଆଚରଣ ଉପରେ ଆଙ୍ଗୁଳି ଉଠାଇଥିଲେ । ବେହେରା ରବିବାର ଦିନ ଏକ ସିସିଟିଭି ଭିଡ଼ିଓ ଫୁଟେଜ୍‌ ସାମ୍ନାକୁ ଆଣିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଅଭିନେତ୍ରୀ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; କହିଲେ ‘‘ସେ ଆଘାତ ସବୁ ଦିନ ରହିବ’’

‘‘ସିସିଟିଭିରେ ସମ୍ପୂର୍ଣ୍ଣ ସତ୍ୟ ଘଟଣାର ଦୃଶ୍ୟ ରହିଛି । ତପସ୍ବିନୀଙ୍କ ବସିବା ସ୍ଥାନକୁ ଆମେ ଧସେଇ ପଶି ନ ଥିଲୁ । ପୋଲିସ, ତପସ୍ବିନୀ ଓ ପ୍ରମିଳା ବାହାରେ ବସିଥିବା ବେଳେ ମାମଲାର କାଗଜପତ୍ର ନେଇ ଆସିଥିବା କହି ଆମେ ସୁମିତଙ୍କ ଘରକୁ ଯାଇଥିଲୁ । ତା’ ପରେ ପୋଲିସ ନିଜେ ତାଙ୍କୁ ସାହାଯ୍ୟ କରିଥିଲେ,’’ କହିଛନ୍ତି ବେହେରା ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

ସୋମବାର ଦିନ ଗଞ୍ଜାମ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଦୁଇଟି ମାମଲାର ଶୁଣାଣି ରହିଛି । ଉଭୟ ପକ୍ଷ ଓ ସହରବାସୀଙ୍କ ସମେତ ସାରା ଓଡ଼ିଶାର ଲୋକେ କୋର୍ଟଙ୍କ ରାୟକୁ ଅପେକ୍ଷା କରି ରହିଛନ୍ତି ।
Published by:Anand S.T. Das
First published:
)}