News18 Odia Digital
ନୂଆ ଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡିକ (telecom companies) ଆପଣଙ୍କୁ ଏହି ନୂଆ ବର୍ଷରେ ଏକ ବଡ଼ ଝଟକା ଦେଇପାରନ୍ତି । ଏକ ରିପୋର୍ଟ ଅନୁଯାୟୀ ଭୋଡାଫୋନ୍ ଆଇଡିଆ (Vodaphone Idea) ଓ ଏୟାରଟେଲ (Airtel) ସେମାନଙ୍କ ଶୁଳ୍କକୁ (mobile tariff) ୧୦ରୁ ୨୦% ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । କୁହାଯାଇଛି ଯେ ଏହି କମ୍ପାନୀଗୁଡ଼ିକ ଲଗାତର କ୍ଷତି ସହ ଚାଲୁଛନ୍ତି ଏବଂ ଏହି କାରଣରୁ ଶୁଳ୍କ ବୃଦ୍ଧି ଉପରେ ବିଚାର କରୁଛନ୍ତି ।
ରିପୋର୍ଟ ଅନୁସାରେ ଡିସେମ୍ବର ଶେଷ କିମ୍ବା ୨୦୨୧ ଆରମ୍ଭରେ ଏହି ମୋବାଇଲ୍ କମ୍ପାନୀଗୁଡିକ ନିଜ ନୂଆ ଶୁଳ୍କ ପ୍ଲାନ୍ ଘୋଷଣା କରିପାରନ୍ତି । ଏହି ମାମଲା ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି ଯେ ଏବେ ଟେଲିକମ୍ କମ୍ପାନୀଗୁଡ଼ିକ ରେଗୁଲେଟର୍ ଦ୍ୱାରା ଫ୍ଲୋର୍ ପ୍ରାଇସ୍ ସ୍ଥିର ହେବାକୁ ଅପେକ୍ଷା କରିଛନ୍ତି ।
ଏହା ବି ପଢ଼ନ୍ତୁ | ବାଲେଶ୍ୱରରେ ମମତା କୁଣ୍ଡୁଙ୍କ ପରାଜୟର କାରଣ? ‘‘BJD ଓ BJPର ଟଙ୍କା ବଣ୍ଟା ଓ Congressର ଦୁର୍ବଳ ସଙ୍ଗଠନ’’କୁହାଯାଉଛି ଯେ ଯଦିଓ ଟେଲିକମ୍ କମ୍ପାନୀଗୁଡ଼ିକ ନିଜ ନିଜ ଶୁଳ୍କ ୨୫% ବୃଦ୍ଧି କରିବାକୁ ଚାହୁଁଛନ୍ତି, ମାତ୍ର ଥରକେ ଶୁଳ୍କରେ ଏତେ ବୃଦ୍ଧି କରିବା ସମ୍ଭବ ନୁହେଁ । ଭୋଡାଫୋନ୍ ଓ ଏୟାରଟେଲ୍ ଗତ ବର୍ଷ (୨୦୧୯) ଶୁଳ୍କ ବୃଦ୍ଧି କରିଥିଲେ ।
ଭୋଡାଫୋନ୍-ଆଇଡିଆର ପରିଚାଳନା ନିର୍ଦ୍ଦେଶକ ରବିନ୍ଦର ଟକ୍କର୍ କହିଛନ୍ତି ଯେ ଏବେ ଯେଉଁ ଶୁଳ୍କ ମୂଲ୍ୟ ରହିଛି ତାହା ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିବ ନାହିଁ ଏବଂ ମୂଲ୍ୟ ବୃଦ୍ଧି ହେବ । ଏଥି ସହିତ ସେ ଆଶା କରିଛନ୍ତି ଯେ ତାଙ୍କ କମ୍ପାନୀର ପ୍ରତିଯୋଗୀମାନେ ମଧ୍ୟ ନିଜ ନିଜ ଶୁଳ୍କ ମୂଲ୍ୟ ବୃଦ୍ଧି କରିବେ । ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଆସିବା ପରେ ରବିନ୍ଦର ଟକ୍କର କହିଦେଇଥଲେ ଯେ ଡାଟାର ଦର ସ୍ଥିର କରିବା ପାଇଁ ଫ୍ଲୋର୍ ପ୍ରାଇସ୍ ନିଷ୍ପତ୍ତିକୁ ଅପେକ୍ଷା କରାଯାଇପାରିବ ନାହିଁ ଏବଂ ଶୁଳ୍କ ବୃଦ୍ଧି କରିବାକୁ ପଡ଼ିବ।
ଏହା ବି ପଢ଼ନ୍ତୁ | News18 ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି; କରୋନା ସହ ଲଢ଼ି ହାରିଗଲେ ଯୋଦ୍ଧାସେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ପାଇଁ ଉପଯୁକ୍ତ ସମୟ କ’ଣ ହେବା ଉଚିତ ତାହା ଦେଖିବାକୁ ପଡ଼ିବ । ଟକ୍କର ଆହୁରି ମଧ୍ୟ କହିଛନ୍ତି ଯେ ଏହା ବୁଝିବା ଉଚିତ ଯେ ଖୁବ ଶୀଘ୍ର ଶୁଳ୍କ ହାର ବୃଦ୍ଧି କରାଯିବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶୁଳ୍କ ମୂଲ୍ୟ ବୃଦ୍ଧି କରିବା ଭୋଡାଫୋନ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛି କାରଣ କମ୍ପାନୀକୁ ଶୀଘ୍ର AGR କିସ୍ତି ଦେବାକୁ ପଡ଼ିବ ।
ଏବେ ପ୍ରତି ବ୍ୟବହାରକାରୀଙ୍କ ପାଇଁ ଭୋଡାଫୋନର ଆୟ ୧୧୯ ଟଙ୍କା ଥିବା ବେଳେ ଏୟାରଟେଲର ଏହି ଆୟ ଏହା ୧୬୨ ଟଙ୍କା ରହିଛି । ଏବେ ଦେଖିବା ବାକି ଅଛି ଯେ ଆସନ୍ତା ବର୍ଷ ଗ୍ରାହକମାନଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବା ପାଇଁ କେତେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।