ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା; ଜାଣନ୍ତୁ.. କାହିଁକି ହୋଇପାରେ ଆଗୁଆ ନିର୍ବାଚନ ?

ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ବିଜେପିର ସ୍ଥିତି ଏତେଟା ଭଲ ନଥିବାରୁ ଆଗୁଆ ନିର୍ବାଚନ ପାଇଁ ଓହ୍ଲାଇ ପାରନ୍ତି । ଓଡ଼ିଶାରେ ବି ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ଦଳ ।

ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା; ଜାଣନ୍ତୁ.. କାହିଁକି ହୋଇପାରେ ଆଗୁଆ ନିର୍ବାଚନ ?

ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା; ଜାଣନ୍ତୁ.. କାହିଁକି ହୋଇପାରେ ଆଗୁଆ ନିର୍ବାଚନ ?

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର: ହେବ କି ଆଗୁଆ ନିର୍ବାଚନ ? ସାମ୍ପ୍ରତିକ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ସମୟ ପୂର୍ବରୁ ନିର୍ବାଚନକୁ ଓହ୍ଲାଇପାରନ୍ତି କେନ୍ଦ୍ର ସରକାର । ୨୦୨୩ ନଭେମ୍ବର ଓ ଡିସେମ୍ବର ମାସରେ ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାରଙ୍କ କାର୍ଯ୍ୟକାଳ ସରୁଥିବାରୁ ଏକାସାଙ୍ଗରେ ଲୋକସଭା ନିର୍ବାଚନକୁ ସରକାର ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି ।

ରାଜନୈତିକ ସମୀକ୍ଷକଙ୍କ କହିବା କଥା, କେନ୍ଦ୍ର ନିର୍ବାଚନ କଲେ ରାଜ୍ୟ ସରକାର ବି ଆଗୁଆ ଓହ୍ଲାଇ ପାରନ୍ତି ।  ଛତିଶଗଡ଼,ୱତେଲେଙ୍ଗାନା, ମିଜୋରାମ,ୱମଧ୍ୟପ୍ରଦେଶ ଓ ରାଜସ୍ଥାନ । ୨୦୨୩ ନଭେମ୍ବର ଓ ଡିସେମ୍ବର ମାସରେ ଏହି ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେଠୁ ବିଭିନ୍ନ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ ହେଲାଣି । ଗୋଟେ ପଟେ ସଙ୍ଗଠନ ବିସ୍ତାର କରିବା ସହ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଗସ୍ତ କରୁଥିବା ବେଳେ  ବିରୋଧୀ ମେଳି ଆରମ୍ଭ କଲେଣି । ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ବିଜେପିର ସ୍ଥିତି ଏତେଟା ଭଲ ନଥିବାରୁ ଆଗୁଆ ନିର୍ବାଚନ ପାଇଁ ଓହ୍ଲାଇ ପାରନ୍ତି । ଓଡ଼ିଶାରେ ବି ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ଦଳ । ବିଜେଡି ସଙ୍ଗଠନ ପୁନର୍ବିନାସ କରିବା ସହ ଘନ ଘନ ବୈଠକ କରି ପ୍ରସ୍ତୁତି ଆରମ୍ଭ କରିଛି । ଦେଢ଼ କୋଟି ଭୋଟ ହାତେଇ ଏକପାଖିଆ ବିଜୟ ପାଇଁ ଶାସକ ଦଳ ବ୍ଲୁ ପ୍ରିଣ୍ଟ କରିଛି । ଛାମୁଆ ସଙ୍ଗଠନକୁ ଦାୟିତ୍ଵ ବାଣ୍ଟି  ମୂଳ ସଙ୍ଗଠନ ସଜାଡ଼ିବାକୁ ଦଳ ଯୋଜନା କରୁଛି । ବିଜେପିର କେନ୍ଦ୍ର ନେତୃତ୍ଵଙ୍କ ଗସ୍ତ ଆରମ୍ଭ ହୋଇଥିବା ବେଳେ ମାସ ଶେଷକୁ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ମାଳ ମାଳ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବିଜେପି କ୍ୟାମ୍ପକୁ ଚଳଚଞ୍ଚଳ କରିଛି ।

କଂଗ୍ରେସ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିବା ବେଳେ ରାଜ୍ୟ ଶାଖାକୁ ବଳ ଦେବାକୁ ଚଳିତ ମାସରେ ଆସୁଛନ୍ତି ଦିଗବିଜୟ ସିଂ ଓ ଜୟରାମ ରମେଶ । ତିନି ଦଳର ଏଭଳି ତରବରିଆ ନିର୍ବାଚନ ପ୍ରସ୍ତୁତିକୁ ଦେଖିଲେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚାକୁ ଅଧିକ ବଳ ଦେଇଛି । ରାଜନୀତିକ ସମୀକ୍ଷକ ରବି ଦାସ କହିଛନ୍ତି " ୨୦୨୩ ଶେଷ ଆଡ଼କୁ ହେବାକୁ ଥିବା ନିର୍ବାଚନ ଫଳାଫଳ କେନ୍ଦ୍ର ରାଜନୀତିକୁ ପ୍ରଭାବିତ କରିପାରେ । ରିସ୍କ ନ ଉଠାଇ ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇ ପାରନ୍ତି । ରାଜ୍ୟ ସରକାର ବି ଏକାସାଙ୍ଗରେ ନିର୍ବାଚନ କରିପାରନ୍ତି । କାରଣ କେନ୍ଦ୍ରରେ ନିର୍ବାଚନ ସରିଲେ କେନ୍ଦ୍ର ନେତୃତ୍ୱ ରାଜ୍ୟ ଉପରେ ସମ୍ପୂର୍ଣ ଫୋକସ କରିବେ । ସେ ଦୃଷ୍ଟିରୁ କେନ୍ଦ୍ର ନେତୃତ୍ୱଙ୍କ ଫୋକସରୁ ହଟିବା ରାଜ୍ୟ ସରକାର ବି କେନ୍ଦ୍ର ସରକାରଙ୍କ ସହ ଏକା ସାଙ୍ଗରେ ନିର୍ବାଚନକୁ ଆସିପାରନ୍ତି ବୋଲି ସେ କହିଛନ୍ତି ।

ଆଗୁଆ ନିର୍ବାଚନ ପାଇଁ ପୂର୍ବରୁ ବି ସଂକେତ ଦେଇସାରିଛନ୍ତି ବିଜେପି ରାଜ୍ୟ ନେତୃତ୍ୱ । ଲଢେଇ ପାଇଁ ବିଜେପି ପ୍ରୟାସ ଜାରି ରଖିଥିବା ବେଳେ ସବୁ ସମୟ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।  ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି"  ନିର୍ବାଚନ ସଂକ୍ରାନ୍ତରେ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ । ଯେକୌଣସି ସମୟରେ ନିର୍ବାଚନ ହେଲେ ଦଳ ପ୍ରସ୍ତୁତ ରହିଛି ।  ନବୀନଙ୍କ ଲୋକପ୍ରିୟତା ଓ ଦଳୀୟ କାର୍ଯ୍ୟକ୍ରମ ଆଧାରରେ ଏକତରଫା ବିଜୟ ନେଇ ଶାସକ ଦଳ ଆଶାବାଦୀ ରହିଛି । କଂଗ୍ରେସ ନେତା ପଞ୍ଚାନନ କାନୁନ୍ ଗୋ କହିଛନ୍ତି"  ଯେବେ ବି ନିର୍ବାଚନ ହେଲେ ବିଶେଷ କିଛି ପ୍ରଭାବ ପଡ଼ିବନି । କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି  । ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର  ଧରିଥିବା ବେଳେ ବର୍ତ୍ତମାନର ରାଜନୈତିକ ପାଣିପାଗ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।
Published by:Soubhagya Mishra
First published: