ତାଳଚେରର ବ୍ୟବସାୟୀଙ୍କୁ ଭୁବନେଶ୍ଵରରେ ଲୁଟ; ସେକ୍ସ ପାଇଁ ଡାକି ଲୁଟି ନେଲେ ହୋଣ୍ଡା କାର

ସୁନ୍ଦର ଯୁବତୀ ମାନଙ୍କ ଫଟୋ ହ୍ୱାଟସ ଆପରେ ପଠାଇ ଶିକ୍ଷିତ ଓ ଧନୀ ଶ୍ରେଣୀର ଯୁବକମାନଙ୍କୁ ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ l ଭୁବନେଶ୍ୱରର ଅନେକ ବଡ଼ ବଡ଼ିଆ ଓ ପ୍ରତିଷ୍ଠିତ ଲୋକଙ୍କୁ ମଧ୍ୟ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଥିଲା l

ତାଳଚେରର ବ୍ୟବସାୟୀଙ୍କୁ ଭୁବନେଶ୍ଵରରେ ଲୁଟ; ସେକ୍ସ ପାଇଁ ଡାକି ଲୁଟି ନେଲେ ହୋଣ୍ଡା କାର
ଗିରଫ ହୋଇଥିବା ଗ୍ୟାଙ୍ଗ ଦୁଇ ଜଣ ସଦସ୍ୟ ଅମର ସେନାପତି ଓ ମନୋଜ ଗୌଡ଼
  • News18 Odia
  • Last Updated: August 20, 2020, 8:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ସେକ୍ସ ଓ ବ୍ୟୁଟିଙ୍କୁ ଢ଼ାଲ କରି ରାଜଧାନୀରେ ଲୁଟପାଟ କରୁଥିବା ଏକ ହାଇପ୍ରୋଫାଇଲ ରାକେଟ ପୋଲିସ ହାତରେ ଧରାପଡିଛି l ବଡ଼ ଘରର ପୁଅ ମାନଙ୍କୁ ହ୍ଵାର୍ଟସ ଆପରେ ସୁନ୍ଦର ସୁନ୍ଦର ଝିଅଙ୍କ ଫଟୋ ପଠାଇ ଏହି ଗ୍ୟାଙ୍ଗ ସେମାନଙ୍କୁ ନିଜ ଟ୍ରାପରେ ପକାଉଥିଲା ଓ ତାଙ୍କୁ ଲୁଟ କରୁଥିଲେ l ଗ୍ୟାଙ୍ଗ ୨ ସଦସ୍ୟ ଅମର ସେନାପତି(୨୮) ଏବଂ ମନୋଜ ଗୌଡ(୨୫) ଏବେ ପୋଲିସ କବଜ୍ଜାକୁ ଆସିଥିବା ବେଳେ ଅନ୍ୟ ୩ ଜଣ ଏବେ ବି ଫେରାର ଅଛନ୍ତି l

ସୁନ୍ଦର ଝିଅଙ୍କୁ ମୋହରା କରି ଶିକ୍ଷିତ ଓ ଧନୀ ଶ୍ରେଣୀର ଯୁବକମାନଙ୍କୁ ଏହି ଗ୍ୟାଙ୍ଗ ଲୁଟପାଟ କରୁଥିଲା l ଏହି ରାକେଟକୁ ଧରିବାକୁ ଅଗଷ୍ଟ ୧୩ ତାରିଖରୁ ଖଣ୍ଡଗିରି ଥାନା ପୋଲିସ ଏକ ଅପରେସନ ଚଳାଇ ଥିଲା l କଲ ଡିଟେଲ ରିପୋର୍ଟ ତଥା ସିଡିଆର ରିପୋର୍ଟରୁ ଜଣାପଡିଛି ଗିରଫ ହୋଇଥିବା ଅମର ରାଜଧାନୀର ଅନେକ ବଡ଼ ବଡ଼ିଆ ଓ ପ୍ରତିଷ୍ଠିତ ଲୋକଙ୍କୁ ଏହି ଗ୍ୟାଙ୍ଗ ଟାର୍ଗେଟ କରି ସେମାନଙ୍କୁ ଲୁଟ କରିଥିଲା l

ଜଣେ ଅଭିଯୋଗକାରି ତଥା ଲୁଟର ଶିକାର ଯୁବକ ରତି ଅଳଙ୍କାର ସିଂଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେର ଠାରେ l ସେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି l ଅମର ସହ ରତି ଉଭୟଙ୍କ ଥିଲା ବନ୍ଧୁତ୍ଵ ସମ୍ପର୍କ l ଅମରର ଘର ଭୁବନେଶ୍ଵର ୟୁନିଟ-୮ରେ ହୋଇଥିବାବେଳେ ମନୋଜର ଘର ଆସିକାରେ l

ଅଗଷ୍ଟ ୧୩ ତାରିଖରେ ରତି ଅଳଙ୍କାର ସିଂ ତାଳଚେରରୁ ଭୁବନେଶ୍ଵର ଆସିଥିଲେ l ହସ୍ପିଟାଲ କାମ ସରିବା ପରେ ରତିଙ୍କ ସହ ଅମର ମୋବାଇଲରେ ଯୋଗାଯୋଗ ହୋଇଥିଲା l ରତିଙ୍କ ମୋବାଇଲକୁ ଅମର ସୁନ୍ଦର ସୁନ୍ଦର ଯୁବତୀଙ୍କ ଫଟୋ ପଠାଇ ଥିଲେ l ଫଟୋ ସିଲେକ୍ସନ ପରେ ଅମର ଓ ତାର ଅନ୍ୟ ସହଯୋଗିମାନେ ରତିଙ୍କୁ ଖଣ୍ଡଗିରି ନେଇଯାଇଥିଲେ l ସେଠାରେ ଥିବା ଏକ ନିକାଞ୍ଚ ଘରକୁ ନେବା ପରେ ରତିଙ୍କୁ ନିସ୍ତୁକ ମାଡ ମାରି ତାଙ୍କ ନୂଆ ହୋଣ୍ଡା କାରଟିକୁ ଲୁଟି ନେଇଥିଲେ l ପରେ ତାଙ୍କୁ ଆପୋଲ ହସ୍ପିଟାଲ ପାଖରେ ଛାଡି ଫେରାର ହୋଇଯାଇଥିଲେ l

ଉଦ୍ଧାର କରାଯାଇଥିବା ହୋଣ୍ଡା କାର


ସେକ୍ସ ଓ ବିୟଉଟିଙ୍କ ଲୋଭରେ ପଡି ଏହି ରାକେଟର ଜାଲ ରେ ଅନେକ ଲୋକ ପଡ଼ି ଲୁଟର ଶିକାର ହୋଇଛନ୍ତି l
"ଲୋକ ଲଜ୍ୟlରେ ଅନେକ ଲୋକ ପୋଲିସ ପାଖକୁ ଆସୁ ନ ଥିବାବେଳେ ରତିଙ୍କ ଅଭିଯୋଗ ପରେ ଏହି ରାକେଟର ପର୍ଦ୍ଦାଫାସ ହୋଇଛି,'' କହିଛନ୍ତି ଭୁବନେଶ୍ଵର ଜୋନ -୩ ଏସିପି ପ୍ରାଣକୃଷ୍ଣ ରାଉତ l

ରତିଙ୍କ କାର ଲୁଟିବା ପରେ ଏମାନେ ସମସ୍ତେ ମୋବାଇଲ ସୁଇଚ ଅଫ କରି ପୋଲିସ ଆଖିରେ ଧୂଳି ଦେଇ ରାଜଧାନୀରୁ ବହୁତ ଦୁରକୁ ଚାଲିଯାଇଥିଲେ l ବୁଧବାର ପୁଣି ଜଣେ ବଡ଼ ଘରର ପୁଅକୁ ଫସାଇବାକୁ ଅମର ଓ ତାର ଅନ୍ୟ ସହଯୋଗୀ ଉଦ୍ୟମ କରୁଥିବାବେଳେ ସେମାନଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ପୋଲିସ ସେମାନଙ୍କୁ ଧରିଥିଲା l

ଏହା ବି ପଢ଼ନ୍ତୁ | US President Election: ଓବାମା ଭଲ କାମ କରି ନଥିଲେ; ସେଥି ପାଇଁ ମୁଁ ଜିତିଥିଲି, କହିଲେ ଟ୍ରମ୍ପ

ଏହା ବି ପଢ଼ନ୍ତୁ | ବଡ଼ ଖବର: ଦୁଇ ଜଣ ଦକ୍ଷିଣ ଆଫ୍ରିକାର ଖେଳାଳି କରୋନା ଭୂତାଣୁରେ ସଂକ୍ରମିତ ହେଲେ

"ଅମର ସହ ମୋର ବନ୍ଧୁତ୍ଵ ସମ୍ପର୍କ l ସମ୍ପର୍କ ଭିତରେ ସେ ମୋର ବିଶ୍ଵାସରେ ବିସ ମିଶାଇଛି l ମୋତେ ଖଣ୍ଡଗିରି ନେବା ପରେ ସେଠାରେ ଏକ ଘର ଭିତରେ ପୁରାଇ ଲୁହା ରଡରେ ନିସ୍ତୁକ ପିଟିଥିଲେ l ପରେ ମୋର ନୂଆ କାରଟିକୁ ଲୁଟି ନେଇଥିଲେ,'' କହିଛନ୍ତି ଲୁଟରେ ଶିକାର ହୋଇଥିବା ରତି l



ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅମରଙ୍କ ବହୁତ ବଡ଼ ବଡିଆ ଲୋକଙ୍କ ସହ ତାର ଭଲ ସମ୍ପର୍କ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି l ତଦନ୍ତ ଚାଲିଥିବାରୁ ଅମରର ପରିଚୟ ସମ୍ପର୍କରେ ବିଶେଷ କିଛି ତଥ୍ୟ ଦେଇନି ପୋଲିସ l ତେବେ ଅମର ଗ୍ୟାଙ୍ଗରେ କେତେ ଯୁବତୀ ଅଛନ୍ତି ଓ କେତେ ଲୋକଙ୍କୁ ସେମାନେ ଲୁଟପାଟ କରିଛନ୍ତି ଏହାକୁ ନେଇ ପୋଲିସ ନିଜ ତଦନ୍ତ ଜାରି ରଖିଛି l
Published by: Jagdish Barik
First published: August 20, 2020, 8:06 PM IST
corona virus btn
corona virus btn
Loading