ବନ୍ଦ୍ ହେଲା ତାଳଚେର ବିଜୁଳି କାରଖାନା; ମୁଖ୍ୟ ମନ୍ତ୍ରୀ ଓ ଧର୍ମେନ୍ଦ୍ର ଲୋଡ଼ିଲେ କେନ୍ଦ୍ରର ସହାୟତା
ତାଳଚେର ଥର୍ମାଲ୍ ପାୱାର୍ ପ୍ଲାଣ୍ଟରୁ ରାଜ୍ୟକୁ ମିଳୁଥିବା ପ୍ରାୟ ୪୬୦ ମେଗାୱାଟ ବିଜୁଳି ମିଳିବା ଉପରେ ସଙ୍କଟ ଆସିଛି ଓ ପାଖାପାଖି ୨,୦୦୦ କର୍ମଚାରୀ ଚାକିରୀ ହରାଇବା ଭୟରେ ଅଛନ୍ତି । ଅନୁଗୁଳରେ FCI ପରେ ବନ୍ଦ ହେଉଥିବା ଏହା ଦ୍ୱିତୀୟ ବଡ଼ କାରଖାନା ।

ତାଳଚେର ଥର୍ମାଲ୍ ପାୱାର୍ ପ୍ଲାଣ୍ଟର ମୁଖ୍ୟ ଫାଟକ
- News18 Odia
- Last Updated: March 25, 2021, 11:55 PM IST
ଅନୁଗୁଳ: ତାଳଚେରରେ ଥିବା ଥର୍ମାଲ ପାୱାର ପ୍ଲାଣ୍ଟ (ଟି.ଟି.ପି.ଏସ୍.) ପାଇଁ କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ର ଅନୁମତି ଅବଧି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଥବା ସତ୍ତ୍ୱେ ହଠାତ୍ ପ୍ଲାଣ୍ଟର ଛଅଟି ଯାକ ୟୁନିଟ୍ ୨୩ ତାରିଖ ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଫଳରେ ଏଠାରୁ ରାଜ୍ୟକୁ ମିଳୁଥିବା ପ୍ରାୟ ୪୬୦ ମେଗାୱାଟ ବିଦ୍ୟୁତ ମିଳିବା ଉପରେ ସଙ୍କଟ ଆସିଛି ଓ ପାଖାପାଖି ୨,୦୦୦ କର୍ମଚାରୀ ଚାକିରୀ ହରାଇବା ଭୟରେ ଅଛନ୍ତି । ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ପ୍ଲାଣ୍ଟ୍ ବନ୍ଦ ହେବ ନାହିଁ ।
ଗୁରୁବାର ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ (ଆଇସି) ଶକ୍ତି ଓ ନୂତନ ତଥା ନବୀକରଣୀୟ ଶକ୍ତି ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଆର. କେ. ସିଂଙ୍କୁ ଏକ ଚିଠି ଲେଖି ତାଳଚେର ଥର୍ମାଲ ପାୱାର ଷ୍ଟେସନର ତୃତୀୟ ସ୍ତରର ବିସ୍ତାରକୁ ତ୍ୱରାନ୍ୱିତ କରିବାରେ ତାଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି଼ଛନ୍ତି । ପରେ ପ୍ରଧାନ ଏକ ଟ୍ୱିଟ୍ କରି କହିଛନ୍ତି ଯେ ଆର୍.କେ. ସିଂ ଏହି ମାମଲାରେ ବ୍ୟକ୍ତିଗତ ସାହାଯ୍ୟ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ଓ କହିଛନ୍ତି ଯେ ଓଡ଼ିଶା ସରକାର ଆବଶ୍ୟକ ସହାୟତା କଲେ ତାଳଚେରରେ ଏକ ନୂଆ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ ।
ଏହା ବି ପଢ଼ନ୍ତୁ | ଆଜି ଭାରତ ବନ୍ଦ: ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଅଖ ଚକ ହଲିବନି; ଶିକ୍ଷାନୁଷ୍ଠାନ ବନ୍ଦ ରହିବ; ସୁରକ୍ଷା କଡ଼ାକଡ଼ି
ଅନୁଗୁଳ ଜିଲ୍ଲାରେ ଏଫ୍.ସି.ଆଇ. କାରଖାନା ପରେ ଦ୍ୱିତୀୟ ବୃହତ କାରଖାନା ହିସାବରେ ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବାକୁ ଯାଉଛି । ତାଳଚେରରେ ୧୯୬୮ରେ ସ୍ଥାପିତ ହୋଇଥିଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ। ସେତେବେଳେ ୬୦ ମେଗାୱାଟ ବିଶିଷ୍ଟ ଚାରିଟି ୟୁନିଟ ତିଆରି କରାଯାଇଥିଲା । ୧୯୮୨ରେ ଆଉ ୧୧୦ ମେଗାୱାଟ ବିଶିଷ୍ଟ ଦୁଇଟି ୟୁନିଟ କରାଗଲା । ଅର୍ଥାତ୍ ସେହି ପ୍ଲାଣ୍ଟରୁ ମୋଟ ୪୬୦ ମେଗାୱାଟ ବୁଦ୍ୟୁତ ଉତ୍ପାଦନ ହେଉଥିଲା । ସେତେବେଳେ ଏହି ପ୍ଲାଣ୍ଟ ଓଡିଶା ଷ୍ଟେଟ ଇଲେକ୍ଟ୍ରିସିଟି ବୋର୍ଡ଼ (ଓଏସସିବି) ଅଧୀନରେ ଥିଲା । ଏଠାରୁ ଉତ୍ପାଦିତ ସବୁ ବୁଦ୍ୟୁତ କେବଳ ଓଡିଶା ରାଜ୍ୟକୁ ଯୋଗାଣ ହେଉଥିଲା ।
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗ ଓ ଆସାମ ନିର୍ବାଚନ ପାଇଁ ସରିଲା ପ୍ରଚାର; ଅନେକ ଆସନରେ ସିଧାସଳଖ ଲଢ଼େଇ ହେବ
୧୯୯୫ ବେଳକୁ ପରିଚାଳନାରେ ଅବହେଳା ତଥା ଅନ୍ୟାନ୍ୟ କାରଣ ଯୋଗୁଁ କାରଖାନାର ବିପୁଳ କ୍ଷତି ହେଲା । ତେଣୁ ତତ୍କାଳୀନ ରାଜ୍ୟ ସରକାର ଏହି କାରଖାନାକୁ ଏନ୍.ଟି.ପି.ସି.କୁ ବିକ୍ରି କରିଦେଲେ। କିନ୍ତୁ କାରଖାନାରୁ ଉତ୍ପାଦିତ ବିଦ୍ୟୁତ ଓଡିଶାକୁ ଦେବା ପାଇଁ ଚୁକ୍ତି ରହିଲା । ୨୦୦୦ ମସିହା ବେଳକୁ ଏନ୍.ଟି.ପି.ସି. ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରି କାରଖାନାର ଆଧୁନିକୀକରଣ କଲା । କାରଖାନାର ସଠିକ ପରିଚାଳନା ଦେଖି ସେତେବେଳେ ସେଣ୍ଟ୍ରାଲ ଇଲେକ୍ଟ୍ରିକ ରେଗୁଲାରୀଟି କମିସନ୍ (ସି.ଇ.ଆର୍.ସି.) ଏହି କାରଖାନାକୁ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିନା କୌଣସି ପ୍ରତିବନ୍ଧକରେ ଚଳାଇବାକୁ ଅନୁମତି ପ୍ରଦାନ କରିଥିଲା । କିନ୍ତୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ସି.ପି.ସି.ବି.) କାରଖାନାର ପ୍ରଦୂଷଣ ମାତ୍ରାକୁ ଦେଖି ଆଉ ଏକ ନିର୍ଦ୍ଦେଶନାମା ଜାରିକଲେ ।
ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ
କାରଖାନାର ସଲିଡ଼ ପାର୍ଟିକୁଲାର ମେଟେରିଆଲ ଏବଂ ନାଇଟ୍ରୋଜେନ କଣ୍ଟେଣ୍ଟ ପରିମିଶନ ଲିମିଟ ଭିତରେ ନ ରହିଲେ କାରଖାନା ଚଳାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ସମୟସୀମା ୨୦୨୦ ସିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଛି । ତେବେ ସି.ପି.ସି.ବି.ର ଏହି ନିର୍ଦ୍ଦେଶନାମା ପରେ ଏନ୍.ଟି.ପି.ସି. ଏହି କାରଖାନାକୁ ବନ୍ଦ୍ କରି ୧,୩୨୦ ମେଗାୱାଟ୍ ବିଶିଷ୍ଟ ଏକ ନୂଆ ପ୍ଲାଣ୍ଟ ତିଆରି କରିବାକୁ ଯୋଜନା କଲା । ଏଥି ପାଇଁ ସବୁ ପ୍ରସ୍ତୁତି ଶେଷ ହେଲା । କିନ୍ତୁ ରାଜ୍ୟ ସରକାର ପରିବେଶୀୟ ଅନୁମତି ଦେବାରେ ବହୁ ବିଳମ୍ବ କରିବା ଫଳରେ ଏନ୍.ଟି.ପି.ସି. ନୂଆ ପ୍ଲାଣ୍ଟ ନିର୍ମାଣ କରିବାରୁ ଓହରିଗଲା ।
ଏହା ବି ପଢ଼ନ୍ତୁ | EY Awards: ମୁକେଶ ଅମ୍ବାନୀ କହିଲେ ଭାରତୀୟ ଶିଳ୍ପଦ୍ୟୋଗୀଙ୍କ ପାଇଁ ସୁଯୋଗର ସୁନାମି ଆସୁଛି
ବର୍ତ୍ତମାନର ପ୍ଲାଣ୍ଟକୁ ସି.ପି.ସି.ବି.ର ଗାଇଡ଼ଲାଇନ ଅନୁସାରେ ଚଳାଇବାକୁ ହେଲେ ଖର୍ଚ୍ଚ ଅଧିକ ହେବାକୁ ଥିବାରୁ ଏନ୍.ଟି.ପି.ସି. ଆଉ ପୁରୁଣା ପ୍ଲାଣ୍ଟକୁ ଚଳାଇବାକୁ କୌଣସି ପଦକ୍ଷେପ ନେଉନାହିଁ । ଫଳରେ ଟି.ଟି.ପି.ଏସ୍.କୁ ବନ୍ଦ କରାଯାଇଛି । କାରଖାକୁ କୋଇଲା ଯୋଗାଣ ପାଇଁ ଯେଉଁ କନଭେୟର୍ ବେଲ୍ଟ ବ୍ୟବହାର ହେଉଛି ତା’ର ମେଣ୍ଟେନାନ୍ସ ସଠିକ୍ ଭାବେ ହେଉ ନ ଥିବାରୁ ପ୍ରଦୂଷଣ ବ୍ୟାପକ ହୋଇଥିବା କୁହାଯାଉଛି । ସେଥି ପାଇଁ ରାଜ୍ୟ ପ୍ରଦୂଷଣ ବିଭାଗ ତରଫରୁ ପ୍ଲାଣ୍ଟ୍ କର୍ତ୍ତୃପକ୍ଷଙ୍କୁ ସୋ’କଜ୍ ନୋଟିସ ମଧ୍ୟ ପଠାଯାଇଥିଲା । ତେଣୁ ପ୍ରଦୂଷଣ ସମସ୍ୟା ଭିତରେ ଉବୁଟୁବୁ ହେଉଥିଲା ଟି.ଟି.ପି.ଏସ୍.।
ଏହା ବି ପଢ଼ନ୍ତୁ | ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମ ‘ପଠାନ’ ପାଇଁ କେତେ ନେଉଛନ୍ତି ଜାଣନ୍ତି?
ଜିଲାରେ ବିଶ୍ୱସ୍ତରୀୟ ଏଫ୍.ସି.ଆଇ. କାରଖାନା ବନ୍ଦ ହେବା ପରେ ଏବେ ଟି.ଟି.ପି.ଏସ୍. ବନ୍ଦ ହେବାରୁ ଜିଲ୍ଲା ଓ ରାଜ୍ୟ ପାଇଁ ଚିନ୍ତା ବଢ଼ିଛି । ଟି.ଟି.ପି.ଏସ୍. ବନ୍ଦ ହେଲେ ପ୍ରଥମତଃ ଓଡି଼ଶା ଏଠାରୁ ଯେଉଁ ୪୬୦ ମେଗାୱାଟ୍ ବିଦ୍ୟୁତ ପାଉଥିଲା ତାହା ଆଉ ମିଳିବ ନାହିଁ । ଅନ୍ୟ ପକ୍ଷରେ କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ୩୫୦ ସ୍ଥାୟୀ କର୍ମଚାରୀ ଏବଂ ୧୫୦୦ ଠିକା କର୍ମଚାରୀ ନିଜ ଜୀବିକା ହରାଇବେ । ଏହା ଛଡା କାରଖାନା ଚାରି ପାଖରେ ଥିବା ଶହ ଶହ ଦୋକାନ ବଜାର ବନ୍ଦ ହେଇଯିବ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି କାରଖାନା ଉପରେ ନିର୍ଭର କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ପରିବାର ସମ୍ପୂର୍ଣ୍ଣ ପ୍ରଭାବିତ ହେବେ।
ଏହା ବି ପଢ଼ନ୍ତୁ | ହରିଦ୍ୱାର କୁମ୍ଭରେ ବିଶ୍ୱର ସବୁଠୁ ଛୋଟ ନାଗା ସାଧୁ: ଉଚ୍ଚତା ୧୮ ଇଞ୍ଚ୍, ଓଜନ ମାତ୍ର ୧୮ କିଲୋଗ୍ରାମ୍
‘‘କାରଖାନା ଯୋଗୁଁ ଆଖପାଖ ଜଗନ୍ନାଥପୁର, ବନ୍ତଲ, ସନ୍ଥପଡ଼ା, ଗୁରୁଜାଙ୍ଗୁଲି, ତାଳଚେର ଓ ଭୋଗବେରଣୀ ଆଦି ପଞ୍ଚାୟତଗୁଡି଼କର ପାରିପାର୍ଶ୍ବିକ ଉନ୍ନୟନ ପୂରା ବନ୍ଦ ହୋଇଯିବ । ବର୍ତ୍ତମାନ ସ୍ଥିତିରେ ସାରା ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେଉଥିବା ବେଳେ ଏହି କାରଖାନାକୁ ବନ୍ଦ କରିବା ଆଦୌ ଉଚିତ ନୁହେଁ,’’ କହିଛନ୍ତି ସ୍ଥାନୀୟ ଶ୍ରମିକ ପଞ୍ଚାନନ ସାହୁ ।
ଏ ନେଇ ଟି.ଟି.ପି.ଏସ୍. କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି । ତାଳଚେର ଥର୍ମାଲ୍ ସୁରକ୍ଷା ମଞ୍ଚ ଓ ବହୁ ଶ୍ରମିକ ସଙ୍ଗଠନ କାରଖାନା ଚଲାଇବା ଦାବିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । କିନ୍ତୁ କିଛି ଫଳପ୍ରଦ ହୋଇ ନାହିଁ ।
“ଜିଲ୍ଲାର ଶ୍ରମିକ ସଙ୍ଗଠନମାନେ ଫେବୃଆରୀ ମାସରୁ ଆନ୍ଦୋଳନ କରି ଆସୁଛନ୍ତି। ହଜାର ହଜାର ପରିବାରର ପେଟ ପାଟଣାକୁ ସରକାର ଭୁଲିଯାଇ ଅଗଣତାନ୍ତ୍ରିକ ଭାବେ କାରଖାନା ବନ୍ଦ କରି ଦେଲେ। ଏହା କଦାପି ହେବାକୁ ଦେବୁ ନାହିଁ। ଆଗାମୀ ଦିନରେ ଜୋରଦାର୍ ଆନ୍ଦୋଳନ କରିବୁ,’’ କହିଛନ୍ତି ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ଉପେନ୍ଦ୍ର ଶର୍ମା ।