ଟି- ବ୍ରିଜରେ ଟ୍ରାଜେଡି; ଅଘଟଣ ପାଇଁ କିଏ ଦାୟୀ ?

କାହିଁକି ଘଟିଲା ଅଘଟଣ ? ଅଘଟଣ ପାଇଁ କିଏ ଦାୟୀ ? ଘଟଣାର ସମ୍ବେଦନଶୀଳନତାକୁ ନଜରରେ ରଖି କଟକ ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଟି- ବ୍ରିଜରେ ଟ୍ରାଜେଡି; ଅଘଟଣ ପାଇଁ କିଏ ଦାୟୀ ?

ଟି- ବ୍ରିଜରେ ଟ୍ରାଜେଡି; ଅଘଟଣ ପାଇଁ କିଏ ଦାୟୀ ?

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମକର ମେଳା ଦେଖିବାପାଇଁ ଶ୍ରଦ୍ଧାଳୁମାନେ ଆସିଥିଲେ ସିଂହନାଥ ପୀଠ । ଟି - ବ୍ରିଜରେ ଘଟିଗଲା ଟ୍ରାଜେଡି । ବ୍ରିଜ ଉପରେ ଦଳଚକଟାରେ ଚାଲିଗଲା ଜଣକଙ୍କର ଜୀବନ । ୨୦ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ହେଉଛନ୍ତି । କାହିଁକି ଘଟିଲା ଅଘଟଣ ? ଅଘଟଣ ପାଇଁ କିଏ ଦାୟୀ ? ଘଟଣାର ସମ୍ବେଦନଶୀଳନତାକୁ ନଜରରେ ରଖି କଟକ ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରଜମିନ ତଦନ୍ତ କରିଛନ୍ତି କଟକ ଜିଲ୍ଲା ଦାୟିତ୍ୱରେ ଥିବା ଜଗତସିଂହପୁର ଜିଲ୍ଲା ଏସପି ରାହୁଲ ପିଆର।

ସେପଟେ ଟ୍ରାଜେଡି ସମ୍ପର୍କରେ ଆରମ୍ଭ ହୋଇଛି ତନାଘନା । ଏକାବେଳକେ ବ୍ରିଜ ଉପରେ କେମିତି ଆସିଲେ। ସେତେବେଳେ ପୋଲସ ପ୍ରଶାସନ କଣ କରୁଥିଲେ। କାହିଁକି ଆୟତ୍ତ କରିପାରିଲେନି ପୋଲିସ । ଘଟଣାର ସମ୍ବେଦନଶୀଳନତାକୁ ନଜରରେ କଟକ ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବେଦନଶୀଳତାକୁ ନଜରରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ସୁରକ୍ଷାଦୃଷ୍ଟିରୁ ୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇ ଆଗାମୀ ପଦକ୍ଷେପ ନିଆଯିବ ବୋଲି ରାହୁଲ ପିଆର କହିଛନ୍ତି। ତେବେ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ସିଂହନାଥ ମନ୍ଦିରର ପୂଜକ।

ଭିଡ଼ ନିୟନ୍ତ୍ରଣ ପାଇଁ ଯେତିକି ପରିମାଣରେ ପୋଲିସ ମୁତୟନ ହେବା କଥା। ସେ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ବୋଲି ସିଂହନାଥ ମନ୍ଦିର ପୂଜକ କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରହିଛନ୍ତି ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର। ପୂର୍ବରୁ ଏ ନେଇ ବୈଠକ ହୋଇଥିଲା। କିନ୍ତୁ ଦେଢ଼ ଲକ୍ଷ ଦୁଇ ଲକ୍ଷ ଲୋକ ଏକା ସାଙ୍ଗରେ ଆସିଯିବେ ବୋଲି ଆକଳନ କରାଯାଇ ପାରିନଥିଲା। ପ୍ରଶାସନିକ ବ୍ୟବସ୍ଥା ଆଭ୍ୟନ୍ତରୀଣ ତଦନ୍ତ ହୋଇପାରେ। କୋଭିଡ ପାଇଁ ଦୁଇ ବର୍ଷ ବନ୍ଦ ଥିଲା। ପୂର୍ବରୁ ୪୦-୫୦ ହଜାର ଲୋକ ହୁଅନ୍ତି। ଦେଢ଼ ଲକ୍ଷ ଲୋକ ହେବେ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏକା ସାଙ୍ଗରେ ଦେଢ଼ ଲୋକ ଲୋକ ହୋଇଗଲେ। ଟି ସେତୁ ରେ ବହୁତ୍ ଲୋକ ଆସିଗଲେ।  ବହୁତ ଆଗରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲେ ହୋଇଥାନ୍ତା। ଏକା ସାଙ୍ଗରେ ପାହାଚରୁ ଓହ୍ଲାଇବା ସମୟରେ ଏପରି ଘଟଣା ଘଟିଛି । ସରକାରଙ୍କ ତରଫରୁ ମଧ୍ୟ ଅନୁକମ୍ପା ସହାୟତା ଦିଆଯାଇଛି, ଆହତଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ହୋଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି।
Published by:Soubhagya Mishra
First published: