ମିଠା ହ୍ୟାଟ୍ରିକ୍: ଲଗାତାର ତିନିଟି ମ୍ୟାଚ଼ ଜିତି ଇତିହାସ ରଚି଼ଲା ଓଡିଶା ରଣଜୀ ଦଳ

ଓଡ଼ିଶାର ଏହି ମ୍ୟାଚରେ ବିଜୟ ପଛରେ ରହିଛି ଘାତକ ବୋଲର ତଥା ଟିମ୍‌ର ମେରୁଦଣ୍ଡ କୁହାଯାଉଥିବା ବସନ୍ତ ମହାନ୍ତି ଓ ଫୁଲ୍ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା । ମୋ’ଟ ନଅଟି ୱିକେଟ ନେଇ ଉତ୍ତରାଖଣ୍ଡର ବ୍ୟାଟ୍ସମ୍ୟାନମାନଙ୍କୁ ଧରାଶାୟୀ କରିଥିଲେ ବସନ୍ତ । ଶାନ୍ତନୁ ଦୁଇଟି ଇନିଂସରେ ମୋ’ଟ ୧୩୯ ରନ୍‌ର ଲଢୁଆ ବ୍ୟାଟିଂ କରିଥିଲେ ।

ମିଠା ହ୍ୟାଟ୍ରିକ୍: ଲଗାତାର ତିନିଟି ମ୍ୟାଚ଼ ଜିତି ଇତିହାସ ରଚି଼ଲା ଓଡିଶା ରଣଜୀ ଦଳ
ବିଜୟ ପରେ ଖୁସିରେ ଅଧୀର ଓଡ଼ିଶା ଟିମ୍
  • News18 Odia
  • Last Updated: December 28, 2019, 3:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନଭେଶ ମହାନ୍ତି | News18 Odia Digital

କଟକ: ରଣଜୀ ଟ୍ରଫିର ତୃତୀୟ ମ୍ୟାଚ଼ରେ ଓଡି଼ଶା ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଚ଼ଳିତ ରଣଜୀ ସିଜନରେ ଲଗାତାର ତିନିଟି ମ୍ୟାଚ଼ରେ ବିଜୟ ଲାଭ କରି ଓଡି଼ଶା ହାଟ୍ରିକ ବିଜୟ ହାସଲ କରିଛି । ଏହି ବିଜୟ ପରେ ଟିମ୍‌କୁ ସମ୍ବର୍ଦ୍ଧନା ସହ ଆର୍ଥିକ ପୁରସ୍କାର ଦେବ ବୋଲି ଘୋଷଣା କରିଛି ଓସିଏ (Odisha Cricket Association)।

କଟକର ଡ୍ରିମନ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ଼ରେ କମାଲ କରିଛନ୍ତି ଓଡ଼ିଶାର ଉଭୟ ବୋଲର ଓ ବ୍ୟାଟ୍ସ ମ୍ୟାନ ।ଏହି ବିଜୟ ସହିତ ମୋ’ଟ ୨୧ ପଏଣ୍ଟ ପାଇ ଟେବୁଲ୍‌ର ଶୀର୍ଷରେ ରହିଛି ଓଡି଼ଶା ।

ଉତ୍ତରାଖଣ୍ଡ ଦ୍ୱିତୀୟ ପାଳିରେ ୧୯୫ ରେ ଅଲଆଉଟ ହୋଇ ମାତ୍ର ୫୯ ରନର ଅଗ୍ରଣୀ ଲାଭ ପାଇଥିଲା । ଉତ୍ତରାଖଣ୍ଡ ଟିମ୍‌ର ଧନରାଜ ଶର୍ମା ସର୍ବାଧିକ ୫୦ ରନ କରିଥିବା ବେଳେ ଦିକସାନସୁ ନେଗି ୪୦ ରନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୧୫ ଓଭରରେ ୬୩ ରନ୍‌ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ ।

ଏହାର ଜବାବରେ ଧ୍ୟାର୍ଯ୍ୟ ୬୦ ରନର ବିଜୟ ଲକ୍ଷକୁ ହାତରେ ୧୦ଟି ୱିକେଟ ରଖି ହାସଲ କରିଥିଲା ଓଡିଶା । ଶାନ୍ତନୁ ମିଶ୍ର ବ୍ୟକ୍ତିଗତ ୨୯ ଓ ଗୋବିନ୍ଦ ପୋଦାର ୨୬ ରନ କରି ଦଳକୁ ବିଜୟ ପ୍ରଦାନ କରିଥିଲେ ।

ଓଡ଼ିଶା ଟିମ୍‌ର ମେରୁଦଣ୍ଡ ବସନ୍ତ ମହାନ୍ତି


“ଲଗାତାର ତିନିଟି ମ୍ୟାଚରେ ବିଜୟ ଲାଭ କରି ଓଡିଶା ଦଳ ସି’ ଗୃପରେ ପ୍ରଥମ ସ୍ଥାନରେ ରହିଛି । ଏହି ଭଳି ଭାବେ ଟିମର ବିଜୟ ଧାରା ଆଗକୁ ଜାରି ରହିଲେ ଟିମ କ୍ବାଟର ଫାଇନାଲକୁ କ୍ବାଲିଫାଏ କରିପାରିବ,’’ କହିଛନ୍ତି ଓଡିଶା ରଣଜୀ ଦଳର ପୂର୍ବତନ ଖେଳାଳି ପବନ ଅଗ୍ରୱାଲ ।

ଓଡ଼ିଶାର ଏହି ମ୍ୟାଚରେ ବିଜୟ ପଛରେ ରହିଥିଲା ଘାତକ ବୋଲର ତଥା ଟିମର ମେରୁଦଣ୍ଡ କୁହାଯାଉଥିବା ବସନ୍ତ ମହାନ୍ତି ଓ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ରଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା । ପ୍ରଥମ ଇନିଂସରେ ଛଅଟି ଓ ଦ୍ବିତୀୟ ଇନିସରେ ତିନୋଟି କରି ମୋଟ ନଅଟି ୱିକେଟ ନେଇ ଉତ୍ତରାଖଣ୍ଡ ଦଳର ବ୍ୟାଟ୍ସମ୍ୟାନମାନଙ୍କୁ ଧରାଶାୟୀ କରିଥିଲେ ବସନ୍ତ ।

ସେହିପରି ଶାନ୍ତନୁ ମିଶ୍ର ଦୁଇଟିଯାକ ଇନିଂସରେ ମୋଟ ୧୩୯ ରନ୍‌ର ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ଏହି ବିଜୟ ପରେ ଟିମ୍‌କୁ ଶୁଭେଚ୍ଛାର ସୁଅ ଛୁଟୁଛି । ରଣଜୀ ଦଳକୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଖେଳାଳିମାନଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନେଇଛି ଓସିଏ ।

ଫୁଲ୍ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର


‘‘ଲଗାତାର ତିନିଟି ମ୍ୟାଚରେ ବିଜୟ ହୋଇ ଓଡି଼ଶା ରଣଜୀ ଟିମ ରେକର୍ଡ ସୃଷ୍ଟି କରିଛି । ଟିମ୍‌ର ମନୋବଳ ବୃଦ୍ଧି କରିବା ପାଇଁ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ଭାବେ ପୁରସ୍କୃତ କରାଯିବ,” କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଚଳିତ ରଣଜୀ ସିଜନ୍‌ରେ ଓଡିଶା ଦଳ ପ୍ରଥମେ ଛତିଶଗଡକୁ ଓ ଦ୍ବତୀୟ ମ୍ୟାଚରେ ସର୍ଭିସେସ୍‌କୁ ପରାସ୍ତ କରିଥିଲା । ଆସନ୍ତା ଜାନୁଆରୀ ମାସରେ ଓଡିଶା ଦଳ ବାରବାଟୀ ଷ୍ଟାଡିୟମରେ ପ୍ରଥମେ ଆସାମକୁ ଓ ପରେ ଜାମୁ ଓ କାଶ୍ମୀରକୁ ଭେଟିବ ।

ଓଡ଼ିଶା ରଣଜୀ ଟିମ୍‌ର ପ୍ରଦର୍ଶନକୁ ଦେଖିଲେ ଆଗକୁ ମଧ୍ୟ ଏହି ବିଜୟ ଧାରା ଜାରି ରହିବ ବୋଲି ଆଶା କରୁଛନ୍ତି ଖେଳ ସମୀକ୍ଷକମାନେ ।
First published: December 28, 2019, 2:19 PM IST
corona virus btn
corona virus btn
Loading