କ୍ବାଟର ବାରଣ୍ଡାରେ ରୋଷେଇ କରି ଧାରଣାରେ ଅଟଳ ରହିଲେ ସ୍ବପ୍ନା

ଘର ଭଡ଼ା ନେଇ ଅନ୍ୟତ୍ର ରହିଲେ କିନ୍ତୁ ସ୍ବପ୍ନାଙ୍କ ନିକଟକୁ ଫେରିଲେନି କାହ୍ନଚରଣ । କ୍ବାଟର ବାରଣ୍ଡାରେ ରୋଷେଇ କରି ଧାରଣାରେ ଅଟଳ ବସିଛନ୍ତି ସ୍ବପ୍ନା ।

ଧାରଣାରେ ଅଟଳ ରହିଲେ ସ୍ବପ୍ନା

ଧାରଣାରେ ଅଟଳ ରହିଲେ ସ୍ବପ୍ନା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ରେଲଓ୍ବେ କଲୋନୀରେ ନ୍ୟାୟ ପାଇବା ଆଶାରେ ଗତକାଲି ଠାରୁ ସ୍ବାମୀଙ୍କ କ୍ବାଟର ବାରଣ୍ଡାରେ ବସି ରହିଛନ୍ତି ସ୍ବପ୍ନ ନାୟକ । ଗତକାଲି ଜିଆରପି ଥାନାରେ ଲଖିତ ଅଭିଯୋଗ ଦେବା ପରେ କ୍ବାଟରର ତାଲା ଭାଙ୍ଗି ଘରେ ପଶିଥିଲେ । ଘରେ ସ୍ବାମୀ ନଥିବା ଯୋଗୁଁ ସେ ଘର ଭିତରକୁ ନ ଯାଇ ବାରଣ୍ଡାରେ ଧାରଣାରେ ବସିଥିଲେ । ଆଜି ସ୍ବପ୍ନା କ୍ବାଟର ବାରଣ୍ଡାରେ ହିଁ ରୋଷେଇ କରି ଖାଇଛନ୍ତି । ଗତକାଲିର ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ଅନ୍ୟତ୍ର ନିଜର ବଡ଼ପୁଅକୁ ଧରି ଭଡ଼ା ଘରେ ରହିଛନ୍ତି । ତଥାପି ମଧ୍ୟ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଧାରଣାରୁ ହଟିବି ନାହିଁ ବୋଲି କହିଛନ୍ତି ସ୍ବପ୍ନା ।

ଗତକାଲି ଯୌତୁକ ନିର୍ଯ୍ୟାତନା ସହ ଚରିତ୍ରକୁ ସନ୍ଦେହ କରି ଶେରଗଡ଼ ଚିକିଲିର ସ୍ବପ୍ନା ନାୟକ ଓ ତାଙ୍କ ସାନ ପୁଅକୁ ତିନି ବର୍ଷ ପୂର୍ବରୁ ଘରୁ ବାହାର କରାଯାଇଥିବା ନେଇ ଜିଆରପି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ସ୍ବପ୍ନା । ଏହାପରେ ନିଜ ସ୍ବାମୀ କାହ୍ନଚରଣ ନାୟକଙ୍କ ସରକାରୀ କ୍ବାଟରର ତାଲା ଭାଙ୍ଗି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଗତକାଲି ଯେଉଁଭଳି ଭାବେ ସ୍ବପ୍ନା କ୍ବାଟରର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଲେ ଏନେଇ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ସ୍ବପ୍ନା କାହ୍ନଙ୍କ ପତ୍ନୀ ବୋଲି ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ପୂର୍ବରୁ ଅନ୍ୟ ଜଣେ ଝିଅ ଏହି କ୍ବାଟରକୁ ଯାତାୟତ କରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିଥିଲେ ।

ଗତକାଲିର ଘଟଣା ପରେ ଅନେକ ସ୍ଥାନୀୟ ବାସିନ୍ଦା ଆସି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହିତ କାହ୍ନ ଜଣେ ଟିଟିଆଇ ଭାବରେ ଚାକିରୀ କରୁଥିବା ଯୋଗୁଁ ତାଙ୍କର ଅନେକ ସହଯୋଗୀ ଟିଟିଆଇ ମଧ୍ୟ କ୍ବାଟରକୁ ଆସି ଘଟଣାକୁ ନେଇ ଆଲୋଚନା କରିଛନ୍ତି । ସେପଟେ ସ୍ବପ୍ନା ଏନେଇ ଜିଆରପି ଥାନାରେ ଲଖିତ ଅଭିଯୋଗ ଦେଇଛନ୍ତି । ତେଣୁ କାହ୍ନ ଜଣେ ସରକାରୀ ଚାକିରୀଆ ହୋଇଥିବା ହେତୁ ମାମଲାକୁ ଆହୁରି ଆଗକୁ ନ ବଢ଼ାଇ ସମାଧାନ ପାଇଁ ଖୁବଶୀଘ୍ର ସାମ୍ନାକୁ ଆସି ସ୍ବପ୍ନା ଓ ତାଙ୍କ ସାନ ପୁଅକୁ ଗ୍ରହଣ କରିବେ ବୋଲି କହିଛନ୍ତି ।
Published by:Soumyashree Mishra
First published: