ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ବାରଣ୍ଡାରେ ବସିଥିବା ସ୍ବପ୍ନାଙ୍କ ଘଟଣାର ତଦନ୍ତ ଆରମ୍ଭ

ବ୍ରହ୍ମପୁର ରେଲୱେ କଲୋନୀରେ ନ୍ୟାୟ ପ୍ରଦାନ ଦାବିରେ ସ୍ବାମୀଙ୍କ କ୍ବାଟର ବାରଣ୍ଡାରେ ବସିଥିବା ସ୍ବପ୍ନା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଘଟଣା ପରେ ଫୋରର ହୋଇଯାଇଥିଲେ ସ୍ବାମୀ କାହ୍ନ। ସେପଟେ କାହ୍ନଙ୍କ ବାଟ ଚାହିଁ ବସିଛନ୍ତି ସ୍ବପ୍ନା।

ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ବାରଣ୍ଡାରେ ବସିଥିବା ସ୍ବପ୍ନାଙ୍କ ଘଟଣାର ତଦନ୍ତ ଆରମ୍ଭ

ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ବାରଣ୍ଡାରେ ବସିଥିବା ସ୍ବପ୍ନାଙ୍କ ଘଟଣାର ତଦନ୍ତ ଆରମ୍ଭ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ରେଲୱେ କଲୋନୀରେ ନ୍ୟାୟ ପ୍ରଦାନ ଦାବିରେ ସ୍ବାମୀଙ୍କ କ୍ବାଟର ବାରଣ୍ଡାରେ ବସିଥିବା ସ୍ବପ୍ନା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ଉପଖଣ୍ଡ ରେଳବାଇ ପୋଲିସ ଅଧିକାରୀ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସ୍ବପ୍ନାଙ୍କ ଧାରଣାସ୍ଥଳକୁ ଯାଇ ଘଟଣାକୁ ନେଇ ଅଧିକ ପଚାରଉଚୁରା କରିଛନ୍ତି ପୋଲିସ। ସେପଟେ ସ୍ବାମୀ କାହ୍ନ ଫେରାର ରହିଥିବା ଯୋଗୁଁ ତାଙ୍କୁ ଜିଆରପି ପୋଲିସର ଏକ ଟିମ ଖୋଜାଖୋଜି କରୁଥିବା ବେଳେ ତାଙ୍କୁ କାବୁ କରିବା ପରେ ତାଙ୍କୁ ମଧ୍ୟ ଏନେଇ ପଚାରଉଚୁରା କରାଯିବ ବୋଲି କହିଛନ୍ତି ରେଳବାଇ ପୋଲିସ ଅଧିକାରୀ।

ସେପଟେ ରବିବାର ତୃତୀୟ ଦିନରେ ସେଭଳି କ୍ବାଟର ବାରଣ୍ଡାରେ ରୋଷେଇ କରି ଧାରଣାରେ ବସିଥିଲେ ସ୍ବପ୍ନା ଓ ପ୍ରମିଳା। ଖୁବ୍ ଶୀଘ୍ର କାହ୍ନ ନିଜ ବଡ଼ ପୁଅକୁ ଧରି ଆସି ମାମଲାର ସମାଧାନ କରନ୍ତୁ ବୋଲି ଉଭୟେ ନିବେଦନ କରିଛନ୍ତି।

ସ୍ବପ୍ନା ତାଙ୍କ କ୍ବାଟରରେ ପଶି ଘର ତାଲା ଭାଙ୍ଗି ଘରକୁ ପ୍ରବେଶ କରିବା ଘଟଣା ଜାଣିବା ପରେ ଫେରାର ହୋଇଯାଇଛନ୍ତି କାହ୍ନ। ଘଟଣାକୁ ନେଇ ଜିଆରପି ଥାନାରେ ଅଭିଯୋଗ ହେବା ପରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଉପଖଣ୍ଡ ରେଳବାଇ ପୋଲିସ ଅଧିକାରୀ ଆଦିତ୍ୟ ସେଠୀ। ବ୍ରହ୍ମପୁରରେ ପହଞ୍ଚିବା ପରେ ସ୍ବପ୍ନା ଧାରଣାରେ ବସିଥିବା ସ୍ଥାନକୁ ଯାଇଥିଲେ ରେଳବାଇ ପୋଲିସ ଅଧିକାରୀ। ଧାରଣାସ୍ଥଳରେ ପହଞ୍ଚି ଘଟଣାକୁ ନେଇ ସ୍ବପ୍ନାଙ୍କ ସହ ଅଧିକ ଆଲୋଚନା କରାଯିବା ସହିତ ତାଙ୍କ ବୟାନ ରେକର୍ଡ଼ ମଧ୍ୟ କରିଛନ୍ତି।

‘‘ଗତ ଶୁକ୍ରବାର ଦିନ ସ୍ବପ୍ନା ଏଭଳି କ୍ବାଟରରେ ପଶି ଘରର ତାଲା ଭାଙ୍ଗିବା ଘଟଣା ପୂର୍ବରୁ ଜିଆରପିରେ ଏନେଇ ପୂର୍ବରୁ ଅଭିଯୋଗ କରିଥିଲେ। ଜିଆରପି ଥାନାରେ ମାମଲା ରୁଜୁ ନେଇ କାହ୍ନ ଜାଣିବା ପରେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। କାହ୍ନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ସମ୍ପୃକ୍ତ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଏନେଇ ପଚାରଉଚୁରା କରୁଛି। ଏହାସହିତ ଟିଟିଆଇଙ୍କ ଉପରିସ୍ଥ ଅଧିକାରୀ ଓ ସମ୍ପୃକ୍ତ ବିଭାଗକୁ ମଧ୍ୟ ଜିଆରପି ପକ୍ଷରୁ ଘଟଣାକୁ ନେଇ ସୂଚାଇ ଦିଆଯାଇଛି। ଖୁବ୍ ଶୀଘ୍ର କାହ୍ନଙ୍କୁ କିଭଳି ଧରାଯିବ ସେ ନେଇ ପ୍ରଚଷ୍ଟା ଜାରି ରହିଛି। କାହ୍ନଙ୍କୁ ଧରାଯିବା ପରେ ସ୍ବପ୍ନା ଓ କାହ୍ନଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ କିଭଳି ମାମଲା ସମାଧାନ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ,’’ କହିଛନ୍ତି ଉପଖଣ୍ଡ ରେଳବାଇ ପୋଲିସ ଅଧିକାରୀ ଆଦିତ୍ୟ ସେଠୀ।

‘‘ବ୍ରହ୍ମପୁର ଜିଆରପି ଥାନା ଅଧିକାରୀ ଓ ଖୋର୍ଦ୍ଧା ଉପଖଣ୍ଡ ରେଳବାଇ ପୋଲିସ ଅଧିକାରୀ ଯେଉଁସବୁ ତଥ୍ୟ ମାଗିଛନ୍ତି ତାହା ସବୁ ପ୍ରଦାନ କରିଛି। କାହ୍ନ ବର୍ତ୍ତମାନ କେଉଁଠି ତାହା ସ୍ପଷ୍ଟ ହୋଇନଥିବାବେଳେ ଜିଆରିପି ତାଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି। ସେ ନିଜ ପରିବାରକୁ ବେଶ ଭଲ ପାଉଛନ୍ତି। ତୃତୀୟ ବ୍ୟକ୍ତିଙ୍କ କଥାରେ ପଡ଼ି ସେ ଏଭଳି କାମ କରିଛନ୍ତି। ତେଣୁ ସେ ଘରକୁ ଫେରିବା ପରେ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ହୋଇପାରିବ। ଏଥି ପାଇଁ କାହ୍ନ ଓ କ୍ବାଟରକୁ ଆସି ଆଲୋଚନା କରିବା ନିମନ୍ତେ ଅନୁରୋଧ କରୁଛି,’’ କହିଛନ୍ତି ସ୍ବପ୍ନା ନାୟକ।

ଯେହେତୁ ପୂର୍ବରୁ ସମାଜସେବୀ ପ୍ରମିଳା ତ୍ରିପାଠୀ କାହ୍ନଙ୍କ ସହିତ ମାମଲାକୁ ନେଇ ଆଲୋଚନା କରିଥିଲେ। ତେଣୁ ପ୍ରମିଳାଙ୍କୁ ମଧ୍ୟ ଜିଆରପି ଥାନା ପୋଲିସ ଘଟଣାକୁ ନେଇ ପଚରାଉଚୁରା କରିଥିଲେ।

କାହ୍ନଙ୍କ ସାଙ୍ଗ ଦିନବନ୍ଧୁଙ୍କୁ ତୁରନ୍ତ ଗିରଫ କରାଗଲେ ହିଁ କାହ୍ନ କେଉଁଠି ରହିଛନ୍ତି ତାହା ଜଣାପଡ଼ିବ। ଜିଆରପି ପୋଲିସ ପକ୍ଷରୁ କାହ୍ନଙ୍କୁ ତୁରନ୍ତ ଧରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଦୀନବନ୍ଧୁଙ୍କ ପ୍ରତି ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।

ସ୍ବପ୍ନା ନିଜ ପୁଅ ଓ ସ୍ବାମୀଙ୍କ ସହିତ ଏକାଠି ରହିବା ସହ ନ୍ୟାୟ ପ୍ରଦାନ ଦାବିରେ ଧାରଣାରେ ବସି ରହିଥିବା ବେଳେ ସେପଟେ କାହ୍ନ ମାମଲାକୁ ସାମ୍ନା ନ କରି କେଉଁଆଡ଼େ ଫେରାର ହୋଇଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବେ କାହ୍ନଙ୍କୁ ଜିଆରପି ଥାନା କାବୁ କରୁଛି ଓ ମାମଲାର ସମାଧାନ ହେଉଛି ଏବେ ତାହାକୁ ହିଁ ଅପେକ୍ଷା।
Published by:Lipina Das
First published: