ନ୍ୟୁଜ ୧୮ ଓଡ଼ିଆର ମହାପ୍ରଭାବ; ପ୍ରମିଳାଙ୍କୁ ମୁଣ୍ଡିଆ ମାରି ଗୃହ ପ୍ରବେଶ କଲେ ସ୍ୱପ୍ନା

ପ୍ରମିଳାଙ୍କୁ ମୁଣ୍ଡିଆ ମାରି ଗୃହ ପ୍ରବେଶ କଲେ ସ୍ୱପ୍ନା । ଖୁବଶୀଘ୍ର କାହ୍ନୁ ଓ ବଡ଼ ପୁଅଙ୍କ ସହ ଏକାଠି ରହିବେ । ବାରମ୍ବାର ଖବର ପ୍ରସାରଣ ପରେ ନ୍ୟାୟ ମିଳିଥିବାରୁ ନ୍ୟୁଜ୍‌ ୧୮ ଓଡ଼ିଆକୁ ଧନ୍ୟବାଦ ଦେଲେ ସ୍ୱପ୍ନା ଓ ପ୍ରମିଳା ।

ନ୍ୟୁଜ ୧୮ ଓଡ଼ିଆର ମହାପ୍ରଭାବ; ପ୍ରମିଳାଙ୍କୁ ମୁଣ୍ଡିଆ ମାରି ଗୃହ ପ୍ରବେଶ କଲେ ସ୍ୱପ୍ନା

ନ୍ୟୁଜ ୧୮ ଓଡ଼ିଆର ମହାପ୍ରଭାବ; ପ୍ରମିଳାଙ୍କୁ ମୁଣ୍ଡିଆ ମାରି ଗୃହ ପ୍ରବେଶ କଲେ ସ୍ୱପ୍ନା

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ରେଲଓ୍ବେ କଲୋନୀରେ ସ୍ୱାମୀ ଓ ବଡ଼ ପୁଅକୁ ପାଇବା ନିମନ୍ତେ ଧାରଣାରେ ବସିଥିବା ସ୍ୱପ୍ନାଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । ଧାରଣାରୁ ଉଠି ସେ ଆଜି ଗୃହ ପ୍ରବେଶ କରିଛନ୍ତି । ଗତକାଲି ଖୋର୍ଦ୍ଧା ଡ଼ିଆରଏମ ଓ ବରିଷ୍ଠ ଡ଼ିସିଏମଙ୍କୁ ସାକ୍ଷାତ କରିବା ପରେ ସେମାନେ ସ୍ୱପ୍ନାଙ୍କୁ ଧାରଣାରେ ନ ବସି ଘରେ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସ୍ୱପ୍ନା କ୍ୱାଟର ବାରଣ୍ଡାରେ ରହିଥିବା ବିଭିନ୍ନ ରୋଷେଇ ସାମଗ୍ରୀକୁ ନେଇ ଗୃହ ପ୍ରବେଶ କରିଛନ୍ତି ।



ସେପଟେ କାହ୍ନା ପୂର୍ବରୁ ୧୫ ଦିନ ଛୁଟି ନେଇଥିବା ବେଳେ ସ୍ୱପ୍ନାଙ୍କ ଅଭିଯୋଗକୁ ନେଇ ଛୁଟିକୁ ବାତିଲ କରାଯାଇଛି । ଖୁବଶୀଘ୍ର କାହ୍ନା ଫେରିବା ପରେ ସ୍ୱପ୍ନା ଓ କାହ୍ନାଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଡ଼ିଆରଏମ । ଆପୋଷ ବୁଝାମଣା ହେବା ପରେ ଥାନାରେ ଦିଆଯାଇଥିବା ମାମଲାକୁ ମଧ୍ୟ ପ୍ରତ୍ୟାହାର କରାଯିବା ନେଇ କହିଛନ୍ତି ସ୍ୱପ୍ନାଙ୍କ ଓକିଲ । ବାରମ୍ବାର ଖବର ପ୍ରସାରଣ ପରେ ମାତ୍ର ସାତ ଦିନରେ ନ୍ୟାୟ ପାଇଥିବାରୁ ନ୍ୟୁଜ୍‌ ୧୮ ଓଡ଼ିଆକୁ ଧନ୍ୟବାଦ ଦେଇଛନ୍ତି ସ୍ୱପ୍ନା ଓ ପ୍ରମିଳା ।

୨୦୧୨ ମସିହାରେ ଶେରଗଡ଼ ବ୍ଳକ ଚିକିଲି ଅଞ୍ଚଳର ସ୍ୱପ୍ନା କାହ୍ନାଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଏକ ପୁଅ ହୋଇଥିଲା । ଏହାପରେ କାହ୍ନାଙ୍କ ଭଣଜା ଘରେ ରହିବା ପରେ ଆଉ ଏକ ପୁଅ ଜନ୍ମ ହୋଇଥିଲା । ଯାହାକୁ ସହଜରେ ଗ୍ରହଣ କରିନଥିଲେ କାହ୍ନା । ସ୍ୱପ୍ନାଙ୍କ ଚରିତ୍ରକୁ ସନ୍ଦେହ କରିବା ସହିତ ଅଧିକା ୨୦ ଲକ୍ଷ ଟଙ୍କା ଯୌତୁକ ମାଗି ତାଙ୍କୁ ଗତ ତିନି ବର୍ଷ ପୂର୍ବରୁ କାହ୍ନା ଘରୁ କାଢି ଦେଇଥିଲେ । ଗତ ଶୁକ୍ରବାର ସ୍ୱପ୍ନା ସମାଜସେବୀ ପ୍ରମିଳାଙ୍କ ସହଯୋଗରେ ଜିଆରପି ଥାନାରେ ଲିଖିତ ଅଭିଯୋଗ ଦେବା ପରେ କାହ୍ନାଙ୍କ କ୍ୱାଟରରେ ପହଞ୍ଚି ଘର ତାଲା ଭାଙ୍ଗି ଧାରଣାରେ ବସିଥିଲେ । ଧାରଣାର ଦୁଇ ଦିନ ପରେ ଉପଖଣ୍ଡ ରେଳବାଇ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ସ୍ୱପ୍ନାଙ୍କ ବୟାନ ରେକର୍ଡ଼ କରିଥିଲେ ।

‘‘ଗତକାଲି ସ୍ୱପ୍ନା ଓ ପ୍ରମିଳା ଖୋର୍ଦ୍ଧା ଡ଼ିଆରଏମ ଓ ଡ଼ିସିଏମଙ୍କୁ ଭେଟି ନିଜର ଅଭିଯୋଗ ଜଣାଇବା ପରେ ସେମାନେ ସ୍ୱପ୍ନାଙ୍କୁ ଘରେ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଖୁବଶୀଘ୍ର ତାଙ୍କ ଅଭିଯୋଗର ତଦନ୍ତ କରାଯାଇ କାହ୍ନାଙ୍କ ସହ ଆଲୋଚନା କରି ଆପୋଷ ସମାଧାନ କରିବା ନେଇ ପ୍ରତିଶୃତି ଦେଇଥିଲେ ।

‘ଗତକାଲି ସ୍ୱପ୍ନା ଓ ପ୍ରମିଳା ତ୍ରିପାଠୀ ଡ଼ିଆରଏମଙ୍କୁ ଭେଟି ନିଜର ଅଭିଯୋଗ ଦେବା ସହିତ କାହ୍ନା କେଉଁଆଡ଼େ ଚାଲିଯାଇଥିବା ନେଇ କହିଥିଲେ । କାହ୍ନା ପୂର୍ବରୁ ୧୫ ଦିନର ଛୁଟି ନେଇଥିବା ବେଳେ ଏନେଇ ଜାଣିବା ପରେ ଛୁଟିକୁ ବାତିଲ କରିଛନ୍ତି ବରିଷ୍ଠ ରେଳବାଇ ଅଧିକାରୀ । ଛୁଟି ବାତିଲ ହେବା ପରେ କାହ୍ନା ଖୁବଶୀଘ୍ର ରେଳବାଇ କାର୍ଯ୍ୟାଳୟକୁ ଆସି ରିପୋର୍ଟ କରିବେ । କାହ୍ନ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି । କାହ୍ନାଙ୍କୁ ଏଭଳି କରିବା ପାଇଁ ପ୍ରରୋଚନା ଦେଇଥିବା ଦୀନବନ୍ଧୁ ପଣ୍ଡାଙ୍କୁ ଖୁବଶୀଘ୍ର ଗିରଫ କରାଯାଉ ବୋଲି ମଧ୍ୟ ରେଳବାଇର ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଥିବା ନେଇ କହିଛନ୍ତି,‘‘ ସମାଜସେବୀ ପ୍ରମିଳା ତ୍ରିପାଠୀ ।

‘‘ସ୍ୱପ୍ନା ହେଉଛନ୍ତି କାହ୍ନଙ୍କ ପତ୍ନୀ । ଉଭୟଙ୍କ ଦୁଇଟି ପୁଅ ରହିଥିବାବେଳେ କାହ୍ନା ଜଣେ କେନ୍ଦ୍ର ସରକାରୀ କର୍ମଚାରୀ । ତେଣୁ ଉଭୟ କାହ୍ନା ଓ ସ୍ୱପ୍ନା ମିଶିଯିବା ନେଇ ସମସ୍ତେ ଚାହୁଁଛନ୍ତି । ଉଭୟ ମିଶିଯିବା ପରେ ଆଉ କୌଣସି ମାମଲାର ଯଥାର୍ଥତା ନାହିଁ । ପରବର୍ତ୍ତୀ ସମୟରେ ଦିଆଯାଇଥିବା ଲିଖିତ ଅଭିଯୋଗକୁ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି,‘‘ ସ୍ୱପ୍ନାଙ୍କ ଓକିଲ ପୀତବାସ ପଣ୍ଡା । ସ୍ୱପ୍ନା ଗୃହ ପ୍ରବେଶ କରିଥିବା ବେଳେ ସେପଟେ କାହ୍ନାଙ୍କ ଛୁଟି ମଧ୍ୟ ବାତିଲ ହୋଇଛି । ତେବେ କେବେ କାହ୍ନା ନିଜ କ୍ୱାଟରକୁ ଆସି ଆପୋଷ ବୁଝାମଣା କରୁଛନ୍ତି କି ନାହିଁ ଏବେ କେବଳ ତାହାକୁ ଅପେକ୍ଷା ।
Published by:Soubhagya Mishra
First published: