ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ସମସ୍ତ ବ୍ଲକ ପରିକ୍ରମା କରିବ ସ୍ୱଚ୍ଛତା ରଥ

ସଚେତନତା ସୃଷ୍ଟି ପାଇଁ ପୁରୀ ଜିଲ୍ଲାର ୨ଟି ସ୍ୱଚ୍ଛତା ରଥକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ।

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ସମସ୍ତ ବ୍ଲକ ପରିକ୍ରମା କରିବ ସ୍ୱଚ୍ଛତା ରଥ

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ସମସ୍ତ ବ୍ଲକ ପରିକ୍ରମା କରିବ ସ୍ୱଚ୍ଛତା ରଥ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ସ୍ୱଚ୍ଛତା ସମସ୍ତଙ୍କ ପାଇଁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛତା ହିଁ ସେବା । ଏହାକୁ ବ୍ୟକ୍ତିଗତ, ଗୋଷ୍ଠୀ ଗତ ଓ ସାମୁହିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପୁରୀ ଜିଲ୍ଲାର ୨ଟି ସ୍ୱଚ୍ଛତା ରଥକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର । ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରୁ ଏହାକୁ ଉଦଘାଟନ କରି ଏହି ରଥ ଜିଲ୍ଲାର ୧୧ ଗୋଟି ବ୍ଲକ ପରିକ୍ରମା କରି ଲୋକଙ୍କୁ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିବ ବୋଲି ମହାପାତ୍ର କହିଥିଲେ ।

ଏହି ରଥ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ସମସ୍ତ ବ୍ଲକ ପରିକ୍ରମା କରିବ । କଠିନ, ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଏହି ରଥ ସଚେତନତାର ବାର୍ତ୍ତା ବାଣ୍ଟିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରେଖା ଦାସ, ସହକାରୀ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅର୍ଥ ବାଣୀଭୂଷଣ ଦାସ, କାକଟପୁର ବିଡ଼ିଓ ଶ୍ରୀ ତୁଷାର ଜ୍ୟୋତି ରଞ୍ଜନ, ସହକାରୀ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ରେଡିଟ୍ ନିଶିତ କୁମାର ଦାସ ,ସ୍ୱଚ୍ଛତା ମିଶନର ଜିଲ୍ଲା ସଂଯୋଜକ ଶ୍ରୀ ଦିପ୍ତୀ ରଞନ ପ୍ରଧାନ ଓ ଜିଲ୍ଲା ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
Published by:Soubhagya Mishra
First published: