ଘରୋଇ ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଘରୋଇ ନର୍ସିଂ ହଷ୍ଟେଲରୁ ସନ୍ଦେହ ଜନକ ଭାବେ ଗତ ୩ ତାରିଖରେ ଗୁରୁତର ଅବସ୍ଥାରେ ଲିପ୍ସାଙ୍କୁ ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା । ମୃତ ଲିପ୍ସା ୨ ବର୍ଷର ନର୍ସିଂ ଛାତ୍ରୀ ଭାବେ ଜ୍ୟାେତି ହସ୍ପିଟାଲରେ ପଢୁଥିଲେ ।

ଲିପ୍ସା ବେହେରା

ଲିପ୍ସା ବେହେରା

  • Share this:
News 18 digital

ବାଲେଶ୍ୱର : ରାଜ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା ନିଆଁ ଲିଭିବାରେ ନାଁ ନେଉ ନାହିଁ । ବିଜେବି କଲେଜ ଛାତ୍ରୀ ଓ ଅର୍ଚାଜ୍ୟ ବିହାରରେ ଏମ୍.ସି.ଏ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ସମାନ ଢଙ୍ଗରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ସଦରରୁ । ଘରୋଇ ନର୍ସିଂ ହଷ୍ଟେଲରୁ ସନ୍ଦେହ ଜନକ ଭାବେ ଗତ ୩ ତାରିଖରେ ଗୁରୁତର ଅବସ୍ଥାରେ ଲିପ୍ସାଙ୍କୁ ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା । ପରିବାର ତରଫରୁ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଛି । ମୃତ ଲିପ୍ସା ୨ ବର୍ଷର ନର୍ସିଂ ଛାତ୍ରୀ ଭାବେ ଜ୍ୟାେତି ହସ୍ପିଟାଲରେ ପଢୁଥିଲେ । ଲିପ୍ସାଙ୍କୁ ଝୁଲନ୍ତା ଅବସ୍ଥାରେ ନର୍ସିଂ ଘର ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା । ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ।

ଗୟାଧର ବେହେରାଙ୍କ ଝିଅ ଲିପ୍ସା ବେହେରାଙ୍କର ଗୁରୁବାର ମଧ୍ୟାହ୍ନରେ ଭୂବନେଶ୍ବରର ଅଶ୍ୱିନୀ ହସ୍ପିଟାଲ ନାମକ ଘରୋଇ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି । ତେବେ ଲିପ୍ସାଙ୍କର ସନ୍ଦେହ ଜନକ ଭାବେ ଗତ ୩ ତାରିଖରେ ଗୁରୁତର ଅବସ୍ଥାରେ ଲିପ୍ସାଙ୍କୁ ନର୍ସିଂ ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା । ପରିବାର ତରଫରୁ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଛି । ମୃତ ଲିପ୍ସା ୨ ବର୍ଷର ନର୍ସିଂ ଛାତ୍ରୀ ଭାବେ ଜ୍ୟାେତି ହସ୍ପିଟାଲରେ ପଢୁଥିଲେ । ଲିପ୍ସାଙ୍କୁ ଝୁଲନ୍ତା ଅବସ୍ଥାରେ ନର୍ସିଂ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଥିବା ବେଳେ ଲିପ୍ସାଙ୍କର ମୃତ୍ୟୁ ଘଟିଛି।

ତେବେ ଏନେଇ ସଦର ଥାନା ପୋଲିସ ପିତାଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଜାରି ରଖିଥିବା ବେଳେ ଏଯାଏଁ ପୋଲିସ ପକ୍ଷରୁ ମୃତ୍ୟୁର କାରଣ ଜଣା ଯାଇନି।

ସେପଟେ ଲିପ୍ସାଙ୍କ ବାପା ଗୟାଧର ବେହେରା କଲେଜ କର୍ତ୍ତୃପକ୍ଷ ଓ ରୁମରେ ଥିବା ସାଥୀଙ୍କ ଉପରେ ଆଣିଛନ୍ତି ଅଭିଯୋଗ। ଲିପ୍ସାଙ୍କ ବାପା ଦେଇଥିବା FIR ରେ ଲେଖିଛନ୍ତି ଓ ବାଲେଶ୍ଵର ସଦର ଥାନା ଏହାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

"ଗତ ଜୁଲାଇ ୩ ତାରିଖରେ ପରିବାର ଲୋକ ଝିଅ ସହିତ କଥାବାର୍ତ୍ତା କରିଥିଲେ। ସେହି ସମୟରେ ଝିଅର କୌଣସି ପ୍ରକାର ମାନସିକ ଚାପ ଥିବା ଜଣାପଡିନଥିଲା ହେଲେ ରାତିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଝିଅ ଗୁରୁତର ଥିବା ଖବର ଆସିଥିଲା । ଖବର ପାଇ ପରିବାର ଲୋକ ମେଡିକାଲରେ ପହଁଚିଥିଲେ ହେଲେ ପରିବାର ଲୋକଙ୍କୁ ଝିଅକୁ ଦେଖିବାକୁ ଦିଆଯାଇନଥିଲା କିମ୍ବା ତାଙ୍କର ରୁମକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇ ନଥିଲା।   ଜଣେ ଝିଅ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ବେଳେ ସେହି ରୁମରେ ଅନ୍ୟ ସାଥି କିପରି ଜାଣି ପାରିଲେନି ବୋଲି ଅଭିଯୋଗ ଆଣିଛନ୍ତି ବାପା।

ଗତ ୩ ତାରିଖରେ ଅବସ୍ଥା ଗୁରୁତର ହେବାରୁ ଲିପ୍ସାଙ୍କୁ ଭୁବନେଶ୍ୱର ପଠାଯାଇଥିଲା ହେଲେ ସେଠାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା।
Published by:Soumya Das
First published: