News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମ ଵ୍ୟାପାରକୁ କେନ୍ଦ୍ରକରି ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଖଣ୍ଡଗିରି ଥାନା ଅଧିନ ପାତ୍ରପଡା ଅଞ୍ଚଳରେ। ମୃତକ ନାବଳିକାଙ୍କ ଘର ପୁରୀ ବ୍ରହ୍ମଗିରି ଅଞ୍ଚଳରେ ମୁନାପୁର ହୋଇଥିବା ଜଣାପଡ଼ିଛି।
ନାବାଳିକା ଜଣଙ୍କ ବ୍ରହ୍ମଗିରିର ଡିମିରି ସେନା ଅଞ୍ଚଳର ଜଣେ ଯୁବକକୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକେ ବିରୁଦ୍ଧ କରିଥିଲେ। ଯାହାଫଳରେ ଉଭୟ ଘରୁ କୋଲକାତା ଚାଲି ଯାଇଥିଲେ। ପରେ ଘର ଲୋକ ବୁଝାସୁଝା ପରେ ଆସି ପାତ୍ରପଡାରେ ପୁଅର ସମ୍ପର୍କୀୟ ଘରେ ରହୁଥିଲେ। ଶୁକ୍ରବାର ଅପରାହ୍ନରେ ଝିଅର ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ମିଳିଥିଲା।
ଖବର ପାଇ ମୃତ ନାବାଳିକାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନାବାଳିକାଙ୍କ ଖୁଡି କହିଛନ୍ତି ଯେ ଆସନ୍ତା ୧୫ ତାରିଖରେ ବିବାହ ପାଇଁ ଉଭୟ ପରିବାରଙ୍କ ମଧ୍ୟରେ କଥା ହୋଇ ଥିଲେ। ଆଉ ଏହି ସମୟରେ ପୁଅକୁ ରାଜ୍ୟ ବାହାରକୁ ପଠାଇ ଝିଅକୁ ହତ୍ୟା କରିଛନ୍ତି ପୁଅର ପରିବାର ଲୋକେ।
ଏନେଇ ନାବାଳିକାଙ୍କ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଶନିବାର ମୃତ ନାବାଳିକାଙ୍କ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।