ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଜାରି; ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ୍

ଝରାଫୁଲ ପେଟରେ ଯନ୍ତ୍ରଣା କାରଣରୁ ପୁରୁଷ ବନ୍ଧୁ ରାକେଶଙ୍କ ସାମ୍ନାରେ କାନ୍ଦିବା ସହ ରେସ୍ତୋରାଁର ଏକ ଟେବୁଲ ଉପରେ ଶୋଉଥିବା ଦେଖାଯାଇଛି ନୂଆ CCTV ଫୁଟେଜରେ । ସେ ବାନ୍ତି କରିଥିଲେ ଓ ରାକେଶ ତାଙ୍କ ମୁହଁକୁ ପାଣିରେ ଧୋଇଥିଲେ ।

ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଜାରି; ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ୍
ଝରାଫୁଲ; (ଡାହାଣ) ତୃତୀୟ ସିସିଟିଭି ଫୁଟେଜରେ ରେସ୍ତୋରାଁ ବାହାରେ ସେ ରାକେଶଙ୍କ ସହ
  • News18 Odia
  • Last Updated: January 31, 2021, 1:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗିରହିଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଶିବସାଇ ଓୟୋ ହୋଟେଲର ସେହି ରୁମରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ଯେଉଁଠି ଝରାଫୁଲ ନିଜ ବନ୍ଧୁ ରାକେଶ ସ୍ୱାଇଁଙ୍କ ସହ ରାତି ବିତାଇଥିଲେ । ହେଲେ ସାମନାକୁ ଆସିଥିବା ଆଉ ଏକ ସିସିଟିଭି ଫୁଟେଜ୍‌ ଝରାଫୁଲଙ୍କ ମୃତ୍ୟୁ ପଛର କରଣକୁ ଏକ ଅଲଗା ଦିଗ ଦେଉଛି ।

ଖଣ୍ଡଗିରି ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସର ସେହି ରୁମରେ ଛାନଭିନ କରିଛି ଯାଜପୁର ପୋଲିସ, ସାଇଣ୍ଟଫିକ ଟିମ ଓ ସ୍ପେଶାଲ ସ୍କ୍ୱାର୍ଡ଼ । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ଫରେନସିକ ଟିମ୍‌ ହୋଟେଲର ୨୦୧ ନମ୍ବର ରୁମରେ ତଦନ୍ତ କରିଛନ୍ତି ଓ ସେଠାରୁ କିଛି ସାମ୍ପଲ୍‌ ସଂଗ୍ରହ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି । ତା’ ପରେ ହୋଟେଲର ସେହି ରୁମକୁ ପୋଲିସ ସିଲ୍‌ କରିଛି । ୨୬ ତାରିଖ ରାତିରେ ଝାରଫୁଲ ଓ ରାକେଶ ରହିଥିବା ସେହି ଓୟୋ ହୋଟେଲ କର୍ମଚାରୀଙ୍କ ସହ ପଚାର ଉଚରା କରିଛି ପୋଲିସ ।

ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା

‘‘ଏହା ଏକ ସଙ୍ଗୀନ ଘଟଣା । ଯାଜପୁର ପୋଲିସ ସହ କମିଶନରେଟ ପୋଲିସ ମିଳିତ ଭାବରେ ତଦନ୍ତ କରୁଛି । ଯାହା ବି କିଛି ସାମଗ୍ରୀ ୨୦୧ ନମ୍ୱର ରୁମରୁ ଜବତ ହୋଇଛି ତାହା ଗଣମାଧ୍ୟମ ଆଗରେ କହିବା ସମୀଚିନ ନୁହେଁ । ଖୁବ ଶୀଘ୍ର ଘଟଣା ଉପରୁ ପରଦା ଉଠିବ,’’ କହିଛନ୍ତି ଯାଜପୁର ଏସ୍‌.ଡି.ପି.ଓ. ଚିନ୍ମୟ ନାୟକ ।

ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ


ନୂଆ କରି ସାମନାକୁ ଆସିଥିବା ୪୦ ମିନଟର ଏକ ସିସିଟିଭି ଫୁଟେଜ ଅନୁସାରେ ଝରାଫୁଲ ଓ ରାକେଶ ଜାନୁଆରୀ ୨୬ ତାରିଖ ଦିନ ୧୨:୨୦ରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଥିବା ବ୍ରଦର୍ସ ରେସ୍ତୋରାଁକୁ ଯାଇଥିଲେ । ସେଠାରେ ସେମାନେ ବିରିୟାନୀ ଅର୍ଡ଼ର ଦେଇଥିଲେ । ରାକେଶ ବିରିୟାନୀ ଖାଇଥିବା ଓ ଝରାଫୁଲ ଖାଉ ନ ଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି । ପରିସ୍ଥିତି ଏଭଳି ଥିଲା ଯେ ସେହି ସେସ୍ତୋରାଁ ଭିତରେ ଏଣେ ତେଣେ ବୁଲୁଥିଲେ ଝରାଫୁଲ ।

ଏହା ବି ପଢ଼ନ୍ତୁ ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

ଝରାଫୁଲ ପେଟରେ ଯନ୍ତ୍ରଣା କାରଣରୁ ପୁରୁଷ ବନ୍ଧୁ ରାକେଶଙ୍କ ସାମ୍ନାରେ କାନ୍ଦିବା ସହ ରେସ୍ତୋରାଁର ଏକ ଟେବୁଲ ଉପରେ ଶୋଉଥିବା ଦେଖାଯାଇଛି ନୂଆ ସିସିଟିଭି ଫୁଟେଜରେ । ଏମିତିକି ସେ ବାନ୍ତି କରିବା ବେଳେ ରାକେଶ ଯାଇ ପାଣିରେ ତାଙ୍କ ମୁହଁକୁ ପୋଛିବା ସହ ତାଙ୍କୁ ହେଲମେଟ୍‌ ପିନ୍ଧାଇ ବାହାରକୁ ନେଉଥିବା ଦେଖାଯାଉଛି ।

ରେସ୍ତୋରାଁର ମାଲିକ ସୌମ୍ୟ ବିଶ୍ୱଜିତ ମଲ୍ଲିକ


ରେସ୍ତୋରାଁକୁ ଆସିବା ପୂର୍ବରୁ ଝରାଫୁଲଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ବୋଲି ସେ ତାଙ୍କ ବାପାଙ୍କୁ ଫୋନରେ କହଥିଲେ । ସିସିଟିଭି ଫୁଟେଜରେ ଥିବା ଝରାଫୁଲଙ୍କ ବଡି ଲାଙ୍ଗୁଏଜରୁ ଜଣା ପଡ଼ୁଛି ଯେ ତାଙ୍କ ଶାରୀରିକ ସ୍ଥିତି ଠିକ୍‌ ନ ଥିଲା ।

‘‘ଭାରି ଅସ୍ଥିର ମନେ ହେଉଥିଲେ ସେ (ଝରାଫୁଲ) । ଏଭଳି ଅବସ୍ଥାରେ ରାକେଶ ତାଙ୍କୁ ସ୍କୁଟିରେ ବସାଇ ନେଇଥିଲେ,’’ କହିଛନ୍ତି ରେସ୍ତୋରାଁର ମାଲିକ ସୌମ୍ୟ ବିଶ୍ୱଜିତ ମଲ୍ଲିକ ।

ଏହା ବି ପଢ଼ନ୍ତୁ | ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ

ତେବେ କ’ଣ ଥିଲା ସେହି କଳା ରାତିର କାହାଣୀ ଓ କେମିତି ଝରାଫୁଲ ନାୟକଙ୍କ ମୃତ୍ୟୁ ହେଲା ତାହା ଏବେ ବି ସସପେନ୍ସ ହୋଇ ରହିଛି । ଏ ପର୍ଯ୍ୟନ୍ତ ମିଳିଥିବା ତିନୋଟି ସିସିଟିଭି ଫୁଟେଜ୍‌ ଅନେକ ପ୍ରଶ୍ନ ଠିଆ କରାଇଛନ୍ତି । ଯଦି ଝରାଫୁଲ ଏତେ ଅସୁସ୍ଥ ଥିଲେ, ତେବେ ତାଙ୍କୁ ହସପିଟାଲକୁ କାହିଁକି ନେଲେନି ରାକେଶ? ଅସୁସ୍ଥ ଅବସ୍ଥାରେ ତାଙ୍କୁ କାହିଁକି ଓୟୋ ହୋଟେଲକୁ ନେଇ ତାଙ୍କ ସହ ରାତ୍ରିଯାପନ କଲେ ସେ?



ଝରାଫୁଲ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ ତାଙ୍କୁ ଅତ୍ୟଧିକ ମେଡିସିନ୍‌ ଦେଇଥିଲେ କି ରାକେଶ? ଗେଷ୍ଟ ହାଉସରୁ ସାଇଣ୍ଟିଫିକ ଟିମ୍‌ କୌଣସି ଆପତ୍ତିଜନକ ସାମଗ୍ରୀ ପାଇଛି କି ନା ତାହା ଜଣାପଡ଼ିନାହିଁ ।
Published by: Anand Shankar Thankur Das
First published: January 31, 2021, 1:00 PM IST