ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ପାଇଁ ବଢ଼ିଲା ଅଡୁଆ; ଦୁଇଟି ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମ ବ୍ରାଞ୍ଚ

ବ୍ରାଉନସୁଗାର ଜବତ ଘଟଣାର ରଫଦଫା କରିବାକୁ ଜଣେ ବ୍ୟବସାୟୀଙ୍କ ସହିତ ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ଅଡ଼ିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ଧନେଶ୍ବରଙ୍କୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ନିଲମ୍ବନ କରିଥିଲେ ।

ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ପାଇଁ ବଢ଼ିଲା ଅଡୁଆ; ଦୁଇଟି ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମ ବ୍ରାଞ୍ଚ
ନିଲମ୍ବିତ IIC ଧନେଶ୍ୱର ସାହୁ
  • News18 Odia
  • Last Updated: August 26, 2020, 2:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଲେଶ୍ବର: ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ପାଇଁ ଅଡ଼ୁଆ ଆହୁରି ବଢିଯାଇଛି । ଏହି ମାମଲାର ତଦନ୍ତ ଭାର ଏବେ କ୍ରାଇମ୍‌ବ୍ରାଞ୍ଚ ନିଜ ହାତକୁ ନେଇଛି । ଏନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇଛି । କ୍ରାଇମବ୍ରାଞ୍ଚର ଜଣେ ଡ଼ିଏସ୍‌ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଆଇଆଇସିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଗୁଡିକର ତଦନ୍ତ କରାଯିବ। ଏହାକୁ ନେଇ ଶୁକ୍ରବାର ଡ଼ିଏସପି ଜଳେଶ୍ବର ପହଞ୍ଚି ଘଟଣା ସମ୍ପର୍କରେ ଥାନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ଥାନାରୁ ମାମଲା ସମ୍ପର୍କିତ ନଥୀପତ୍ର ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି ।

ତେବେ ଦୁଇଟି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ଜଣା ପଡ଼ିଛି । ଜାନୁଆରୀ ମାସର ଜବତ ହୋଇଥିବା ବ୍ରାଉନସୁଗାର ମାମଲା ସହିତ ଏକ ପାରିବାରିକ ଗଣ୍ଡଗୋଳ ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ଡ଼ିଏସ୍‌ପିଙ୍କୁ ହସ୍ତାନ୍ତର କରାଯାଇଛି । ବ୍ରାଉନସୁଗାର ଜବତ ଘଟଣାର ରଫଦଫା କରିବାକୁ ଜଣେ ବ୍ୟବସାୟୀଙ୍କ ସହିତ ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ଅଡ଼ିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ଧନେଶ୍ବରଙ୍କୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ନିଲମ୍ବନ କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ସଠିକ ବାଟରେ ତଦନ୍ତ ଯିବ ଓ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ମତ ରଖିଛନ୍ତି ପୂର୍ବତନ ଭିଜିଲାନ୍ସ ଏସ୍ପି ।

ଧନେଶ୍ୱର ସାହୁଙ୍କ ବିରୋଧରେ ଅନେକ ଥର ଲୋକମାନେ ମଧ୍ୟ ଅଭିଯୋଗ ଆଣିଥିଲେ ଲୋକଙ୍କ ସହିତ ବ୍ୟବହାର ଠିକ ନକରିବା, ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଜାଣିଶୁଣି ନ କରିବା ଆଦି ଅନେକ ଅଭିଯୋଗ ତାଙ୍କ ସମ୍ପର୍କରେ ବାରମ୍ବାର ଆସିଛି । ସେହିପରି ଗତ ଜୁନ ୭ ତାରିଖରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ମଧ୍ୟ ମହିଳା ଜଣଙ୍କ ଜିଲ୍ଳାପାଳ ଙ୍କୁ ଅଭିଯୋଗ କରିଥିଲେ ।

ନିଲମ୍ବିତ ପୂର୍ବତନ ଜଳେଶ୍ବର ଥାନା ଅଧିକାରୀଙ୍କ ସମ୍ପତ୍ତି ନେଇ ମଧ୍ୟ ଯାଞ୍ଚ କରିବାକୁ ଦାବି ହୋଇଛି । ତେବେ ବଡ଼ କଥା ହେଉଛି ଦୁଇଟି କେଶ ରେ ଧନେଶ୍ୱରଙ୍କ ଭୂମିକା ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବାବେଳେ ଦୁଇଟି ଘଟଣା ସହିତ ଅଡ଼ିଓ ଭାଇରାଲ ଘଟଣାର ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଖୋଲତାଡ଼ କରିବ । କ୍ରାଇମବ୍ରାଞ୍ଚର ତଦନ୍ତକୁ ବୁଦ୍ଧିଜୀବୀ ସ୍ୱାଗତ କରିଥିବାବେଳେ ଶୀଘ୍ର ତଦନ୍ତ ସାରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଆଇନଜୀବୀ ।

"କ୍ରାଇମବ୍ରାଞ୍ଚ ତଦନ୍ତ କଲେ ପ୍ରକୃତରେ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ। ପ୍ରଥମେ କ୍ରାଇମବ୍ରାଞ୍ଚ ଧନେଶ୍ୱରଙ୍କ ବାସଭବନକୁ ଯାଞ୍ଚ କରିବା ଦରକାର । ଟଙ୍କାର ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ପ୍ରଥମେ ଯାଞ୍ଚ କରାଯାଉ । ସେହିପରି ଜଣେ ପୋଲିସ ବିରୋଧରେ ଯାଞ୍ଚ କ୍ରାଇମବ୍ରାଞ୍ଚ କରିବା ଦ୍ୱାରା ତଦନ୍ତ ଠିକ ରାସ୍ତାରେ ଯାଇପାରିବ। ବାଲେଶ୍ୱର ଜିଲ୍ଲା ଏବେ ବ୍ରାଉନସୁଗାର ହବ ପାଲଟିଛି । ଏହି ପରିପ୍ରେକ୍ଷୀରେ ଏଥିରେ କିଛି ବଡ଼ ବଡ଼ ଲୋକଙ୍କ ହାତ ରହିଥିବା ବାରମ୍ବାର ଅଭିଯୋଗ କରାଯାଉଛି ଏଣୁ ପୁରା ସଠିକ ବାଟରେ ତଦନ୍ତ କଲେ ଅନେକ କଥା ସାମ୍ନା କୁ ଆସି ପାରିବ," କହିଛନ୍ତି ପୂର୍ବତନ ଭିଜିଲାନ୍ସ SP ଉଜ୍ଜ୍ୱଳ ବ୍ରହ୍ମା ।

"କ୍ରାଇମବ୍ରାଞ୍ଚ ତଦନ୍ତ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ନିଶ୍ଚୟ ଧନେଶ୍ୱରଙ୍କ ଅଡ଼ୁଆ ବଢ଼ିବ । ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ କରିବା ନେଇ ଏକ ସମୟ ନିର୍ଧାରଣ କରାଯାଉ । ଅତୀତରେ ଅନେକ କେଶ ରହିଛି ଯେଉଁଥିରେ ତଦନ୍ତ ଅଧାବାଟରେ ଅଟକି ରହିଛି । ତେବେ ଧନେଶ୍ୱରଙ୍କ ମାଫିଆ ଲିଙ୍କର ସତ୍ୟତା ଶୀଘ୍ର ଆସିବା ଦରକାର,'' କହିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ ।
Published by: Jagdish Barik
First published: August 26, 2020, 2:25 PM IST
corona virus btn
corona virus btn
Loading