ରିମାଣ୍ଡ ଅବଧି ସରିବା ପରେ ଝାରପଡ଼ା ଜେଲ ଗଲେ ନିଲମ୍ବିତ ଆଇଏଏସ୍ ଅଫିସର ବିଜୟ କେତନ

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ନିଲମ୍ବିତ ଆଇଏଏସ୍ ଅଫିସର ବିଜୟ କେତନଙ୍କ ୫ ଦିନିଆା ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଝାରପଡ଼ା ଜେଲ ପଠାଯାଇଛି ।

ନିଲମ୍ବିତ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟ୍ୟାୟ

ନିଲମ୍ବିତ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟ୍ୟାୟ

  • Share this:
News18 Odia Digital

ଭୁବନେଶ୍ବର: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ୨୦୦୯ ବ୍ୟାଚ଼ର ଆଇଏଏସ୍‌ ଅଫିସର ତଥା ରାଜ୍ୟ କୃଷି ଏବଂ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଆଜି  ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାପରେ କୋର୍ଟରେ ଭିଜିଲାନ୍ସ ଅଧିକ ରିମାଣ୍ଡ ପାଇଁ ଆବେଦନ କରିଥିଲେ ବି କୋର୍ଟ ଏହାକୁ ଖାରଜ କରି ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପରେ ତାଙ୍କୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ନୀତିକୁ ନେଇ ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରିଥିବା ରାଜ୍ୟ ସରକାର ଚଳିତଥର ସର୍ବାଧିକ ଅଫିସରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି ।

ବିଜୟ କେତନଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଭୁବେନଶ୍ବରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀମାନେ ପଚରା ଉଚରା କରିଥିଲେ । ପରେ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ‘‘  ଯିଏ ବି ଦୁର୍ନୀତିରେ ଲିପ୍ତ ରହିଥିବ ତାଙ୍କୁ ଛଡ଼ାଯିବ ନାହିଁ । ରାଜ୍ୟସରକାର ସ୍ବଚ୍ଛତାକୁ ଗୁରୁତ୍ବ ଦେଉଥିବାବେଳେ ବିଜୟ କେତନ ଏଥିରେ ଖିଲାପ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା’’ କହିଥିଲେ ।

ମୋ’ ସରକାର କାର୍ଯ୍ୟକ୍ରମ ଅନୁସାରେ ବିଜୟଙ୍କୁ ଗିରଫ କରାଯାଇଥିଲା । ଏକ ଫାର୍ମ ହାଉସ ପାଇଁ ଅନୁମତି ଦେବାକୁ ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ବିଜୟଙ୍କ ବାଲେଶ୍ବର ଜିଲ୍ଲାର ସୋରସ୍ଥିତ ଘର ସହ ସମ୍ପର୍କୀୟ ଓ ଶ୍ବଶୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । କଳାହାଣ୍ଡି ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇ ସାରିଥିବା  ୨୦୦୯ ବ୍ୟାଚ୍‌ର ଏହି ଆଇଏଏସ୍ ଅଫିସର ବିଜୟଙ୍କ ୟୁପିଏସ୍‌ସି (UPSC) ରାଙ୍କ୍‌ ୫ ଥିଲା ।
ପଞ୍ଚମ ପାଳିରେ ବିଜେଡି ସରକାର କ୍ଷମତାକୁ ଆସିବା ପରେ ୫-ଟି (5T) କାର୍ଯ୍ୟକ୍ରମରେ ପ୍ରାୟ ୩୦ରୁ ଅଧିକ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିକଟ ଅତୀତରେ ଓଡ଼ିଶା ପୋଲିସ ଡିଜି ବି.କେ ଶର୍ମାଙ୍କୁ ୩ ମାସ ମଧ୍ୟରେ ପଦରୁ ହଟାଇ ସରକାର ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଅଭୟଙ୍କୁ ନିଯୁକ୍ତ କରିବା ଏହାର ଏକ ଉଦାହରଣ
Published by:Durgamadhab Rath
First published: