News18 Odia Digital
ପାରାଦୀପ: ପାରାଦୀପରୁ ସନ୍ଦିଗ୍ଧ ପାରା ଠାବ ଘଟଣା। ଯାଞ୍ଚ ପାଇଁ ଭୁବନେଶ୍ବର SFSLକୁ ଅଣାଗଲା। ପାରା ଗୋଡ଼ରେ କ୍ୟାମେରା ଖଞ୍ଜାଯାଇଥିବା ସନ୍ଦେହ କରାଯାଉଛି। ଏହାକୁ ଯାଞ୍ଚ କରାଯିବ।
ପ୍ରଥମେ ପାରା ଟିକୁ କଟକ ବକ୍ସି ବଜାର ପିଜନ ଲଫ୍ଟକୁ ନିଆଯାଇଥିଲା। ସେଠାରୁ ଭୁବନେଶ୍ବର ଏସଏଫଏସଏଲକୁ ଅଣାଯାଇଛି। ସୋମବାର ପାରାଦୀପ ସମୁଦ୍ର ଭିତରୁ ସନ୍ଦେହଜନକ ଅବସ୍ଥାରେ ପାରା ଉଦ୍ଧାର ହୋଇଥିଲା।
ପାରା ଗୋଡ଼ରେ କ୍ୟାମେରା ଓ ଚିପ୍ ରହିଥିବା ଜଣାପଡ଼ିଥିଲା। ଏପରିକି ପାରା ଦେହରେ ବିଦେଶୀ ଭାଷା ଲେଖାଥିବା ଦେଖିବାକୁ ମିଳିଥିଲା। ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଉଛି। ପାରାଦୀପଠାରୁ ୪୨ ନଟିକାଲ ମାଇଲ ଦୂରରେ ଏହାକୁ ଠାବ କରିଥିଲେ କିଛି ମାଛ ଧରାଳି। ସେମାନେ ପାରା ଟିକୁ ପାରାଦୀପ ମେରାଇନ୍ ପୋଲିସକୁ ହସ୍ତାନ୍ତର କରିଥିଲେ। କୋଣାର୍କ ନିକଟରେ ଗଭୀର ସମୁଦ୍ରରେ ସାରଥୀ ନାମକ ଟ୍ରଲର ମାଛ ଧରୁଥିବା ସମୟରେ ଏହି ପାରାଟିକୁ ମତ୍ସଜୀବୀମାନେ ଠାବ କରିଥିଲେ।
ଗୁପ୍ତଚର ପାରାକୁ ନେଇ ବଢ଼ିଲା ସନ୍ଦେହ। ତେବେ କେଉଁଠୁ ଆସିଲା ଏ ପାରା, କିଏ ଏହି ପାରାକୁ ପଠେଇଛି, ତାହାକୁ ନେଇ ଏବେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ପାରାର କଣ ଉଦ୍ଦେଶ୍ୟ, ପାରା କେଉଁ ତଥ୍ୟ ହାସଲ କରିବାକୁ କେଉଁଠୁ ଆସିଲା ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।
ପାରାଟିକୁ କାବୁ କରିଥିବା ଟ୍ରଲର ଡ୍ରାଇଭର ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇ ଥିଲେ। ତେବେ ମେରାଇନ ଥାନା ପୋଲିସ ପକ୍ଷରୁ ଜଗତସିଂହପୁର ଏସପ ରାହୁଲ ପି ଆର ଓ ପାରାଦ୍ୱୀପର ଅତିରିକ୍ତ ଏସପି ନିମାଇଁ ସେଠୀଙ୍କୁ ଅବଗତ କରାଇବା ପରେ ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେହି ପରିପ୍ରେକ୍ଷୀରେ ଆହି ପରଟିକୁ ଭୁବନେଶ୍ୱର ସ୍ଥିତ ଫରେନ୍ସିକ ଲ୍ୟାବକୁ ପଠାଯାଇଛି।
ସମୁଦ୍ର ଭିତରୁ ପାରାଟିକୁ ଉଦ୍ଧାର କରିବା ପରେ ଭୟଭୀତ ହୋଇ ପଡ଼ିଥିଲେ ମତ୍ସ୍ୟଜୀବୀ। ତେବେ ନିଜର ଉପସ୍ଥିତ ବୁଦ୍ଧି ଓ ପୂର୍ବରୁ ତଟରଖି ବାହିନୀ ମାନଙ୍କ ଠାରୁ ପାଇ ଥିବା ପ୍ରଶିକ୍ଷଣ ଅନୁଯାୟୀ ସେ ପ୍ରଥମେ ବ୍ଲାକ ଟେପ ମାଧ୍ୟମରେ କ୍ୟାମେରା ଟିକୁ ଗୁଡ଼ାଇ ବନ୍ଦ କରିଦେଇଥିଲେ, ଯାହାଦ୍ୱାରା ଆଗକୁ କୌଣସି ଫଟୋ ଉଠିପାରିନଥିଲା।
ତେବେ ଆଗମୀ ଦିନରେ ଦେଖିବାକୁ ବାକି ରହିଲା କଣ ଏହି ଗୁପ୍ତଚର ପାରାର ରହସ୍ୟ। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ପାରାଟିକୁ ପ୍ରେରଣ କରିଥିଲା ତାହା ଉପରେ ସମସ୍ତଙ୍କ ନଜର।
ଜଗତସିଂହପୁରରୁ ସରୋଜ ସାହୁଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।