କଟକ: ମା’ଙ୍କ ମୃତ୍ୟୁ ପରେ ୪ ଘଣ୍ଟା ପାଇଁ ଜେଲରୁ ଘରକୁ ଫେରିଲା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍

ଆତଙ୍କବାଦୀ ସଙ୍ଗଠନ ଅଲ୍ କାଏଦା ପାଇଁ ପାଣ୍ଠି ସଂଗ୍ରହ କରିବା ଓ ଯୁବକଙ୍କୁ ନିଯୁକ୍ତି କରିବା ସହ କଟକ ଟାଙ୍ଗୀ ନିକଟରେ ଏକ ମଦରସା ଖୋଲି ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗର ପିଲାଙ୍କୁ ଦେଶଦ୍ରୋହୀ କାର୍ଯ୍ୟ ଶିଖାଉଥିବା ଅଭିଯୋଗରେ ଅବଦୁରକୁ ୨୦୧୫ରେ ଗିରଫ କରାଯାଇଥିଲା ।

କଟକ: ମା’ଙ୍କ ମୃତ୍ୟୁ ପରେ ୪ ଘଣ୍ଟା ପାଇଁ ଜେଲରୁ ଘରକୁ ଫେରିଲା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍
ଗିରଫ ହେବା ସମୟରେ ଅବଦୁର୍ ରେହମାନ୍ (ବାମ, ଫାଇଲ୍ ଫଟୋ); ଆଜି ନିଜ ଘରେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲ୍‌ କାଏଦା (Al Qaeda) ସହ ସମ୍ପୃକ୍ତି ଥିବା ଅଭିଯୋଗରେ ମାମଲାର ସାମନା କରୁଥିବା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ (Abdur Rahman) ଦୀର୍ଘ ପାଞ୍ଚ ବର୍ଷ ପରେ ଜେଲରୁ ଆଜି ନିଜ ଘରକୁ ଫେରିଛି । ମାତ୍ର ତାହା କେବଳ ଚାରି ଘଣ୍ଟା ପାଇଁ । ଗତ ସପ୍ତାହରେ ତା’ ମା’ଙ୍କ ମୃତ୍ୟୁ ଘଟିବା ପରେ ଆଜି କୋର୍ଟଙ୍କ ଅନୁମତି କ୍ରମେ ସେ ଚୌଦ୍ୱାର ଜେଲରୁ ନିଜ ଘର ଜଗତପୁର ନିକଟ ପଶ୍ଚିମକଚ୍ଛକୁ ଆସିଥିଲା ।

ଘରେ ମାତ୍ର ଚାରି ଘଣ୍ଟା ପାଇଁ ରହିବାକୁ କୋର୍ଟଙ୍କ ଅନୁମତି ଥିବାରୁ ସକାଳ ପ୍ରାୟ ୯ ଟା ୪୫ ମିନିଟରୁ ଦିନ ଗୋଟାଏ ୪୫ମିନିଟ ପର୍ଯ୍ୟନ୍ତ ସେ ନିଜ ଘରେ ରହିଥିଲା । ଏହା ପରେ ସେ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ପୁଣି ଜେଲକୁ ଫେରିଥିଲା। ଏହି ସମୟରେ ସେ ପରିବାର ଲୋକ ଓ ନିଜ ବନ୍ଧୁମାନଙ୍କ ସହ କଥା ମଧ୍ୟ ହୋଇଥିଲା ।

ଏହି ପରିଦର୍ଶନ ସମୟରେ ଅବଦୁରର ଆଖପାଖରେ ଛାଇ ଭଳି ରହିଥିଲା ପୋଲିସ । ଦୁଇ ଜଣ ସଶସ୍ତ୍ର ଯବାନଙ୍କୁ ଅବଦୁରର ପାଖେ ପାଖେ ରହୁଥିବା ଦେଖିବାକୁ ମିଳିଥିଲା। ତା’ର ଏହି ୪ ଘଣ୍ଟିଆ ଘର ପରିଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ଏ.ସି.ପି.ଙ୍କ ନେତୃତ୍ୱରେ ଜଗତପୁର ଥାନା ଅଧିକାରୀ ଜଣେ ମହିଳା ସବ-ଇନ୍ସପେକ୍ଟରଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସେଠାକୁ ଯାଇଥିଲେ।

‘‘କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ତାକୁ ଠିକ ୪ ଘଣ୍ଟା ପର୍ଯ୍ୟନ୍ତ ଘରେ ରହିବାକୁ ଦେଇଥିଲୁ । ସମୟ ଶେଷ ହେବା ପରେ ତାକୁ ପୁଣି ଚୌଦ୍ୱାର ଜେଲକୁ ଫେରାଇ ଆଣିଥିଲୁ । ଘରେ ରହିବା ସମୟରେ ସେ ତାର ପରିବାର ଲୋକ ଓ ସମ୍ପର୍କୀୟଙ୍କ କଥା ହେଲା ଆଉ ଖାଇଲା ମଧ୍ୟ,’’ କହିଛନ୍ତି ଜଗତପୁର ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ।

ଅବଦୁର୍ ରେହମାନ୍ ଘରକୁ ଆସିଥିବା ବେଳେ ସେଠାରେ ଗହଳି ଲାଗିଥିଲା ।


୨୦୧୫ ମସିହା ଡିସେମ୍ବର ୧୫ ତାରିଖ ରାତିରେ କମିଶରେଟ ପୋଲିସ ସହାୟତାରେ ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ବିଭାଗ ଅବଦୁରକୁ ତା’ର ପଶ୍ଚିମକଚ୍ଛ ସ୍ଥିତ ଘରୁ ଗିରଫ କରିଥିଲା । କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଭାରତୀୟ ଶାଖା AQIS ବା ଅଲକାଏଦା ଇନ ଇଣ୍ଡିଆନ ସବ କଣ୍ଟିନେଣ୍ଟ (Al Qaeda in Indian Sub-Continent, AQIS) ପାଇଁ ସେ ପାଣ୍ଠି ସଂଗ୍ରହ କରିବା ସହ ସଙ୍ଗଠନ ଲାଗି ଯୁବକଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗରେ ଗିରଫ ହୋଇଥିଲା । ୧୯୯୯ ମସିହାର ବହୁଚର୍ଚ୍ଚିତ କନ୍ଦାହାର ବିମାନ ଅପହରଣ ଓ ୨୦୦୨ମସିହାରେ କଲିକତା ସ୍ଥିତ ଆମେରିକାର କଲଚରାଲ ସେଣ୍ଟର ସାମନାରେ ହୋଇଥିବା ବିସ୍ଫୋରଣ ଭଳି ଷଡ଼ଯନ୍ତ୍ରରେ ସାମିଲ ଥିବା ପରି ସାଙ୍ଘାତିକ ଅଭିଯୋଗ ବି ତା’ ନାଁରେ ରହିଛି ।

ଏହା ସହ କଟକ ଟାଙ୍ଗୀ ନିକଟରେ ଏକ ମଦରସା ଖୋଲି ସେଠାରେ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଅଞ୍ଚଳର ପିଲାଙ୍କୁ ଶିକ୍ଷା ଦାନ କରିବା ସହ ସେମାନଙ୍କୁ ଦେଶଦ୍ରୋହୀ କାର୍ଯ୍ୟକଳାପ ଶିକ୍ଷା ଦେଉଥିବା  ଅଭିଯୋଗ ବି ହୋଇଥିଲା । କେବଳ ସେତିକି ନୁହେଁ । ଅବଦୁରର ପାକିସ୍ତାନ ଓ ଇଂଲଣ୍ଡ ସହ ସମ୍ପର୍କ ଥିବା ଏବଂ ବିନା ଭିସାରେ ସେ ଦୁବାଇ ଦେଇ ଅନେକ ଥର ପାକିସ୍ତାନ ଯାଇଥିବା ଅଭିଯୋଗ ମଧ୍ୟ ରହିଛି ।

ଅବଦୁର ନାଁ ରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବା ସହ ତାକୁ ଗିରଫ କରିବା ପରେ ତିହାର ଜେଲରେ ରଖିଥିଲା। ତେବେ ଓଡ଼ିଶା ପୋଲିସ (କ୍ରାଇମ ବ୍ରାଞ୍ଚ)  ମଧ୍ୟ ନିଜ ଆଡୁ ଅବଦୂର ବିରୁଦ୍ଧରେ ଅନେକ ମାମଲା ରୁଜୁ କରିଥିଲା । ସେଗୁଡ଼ିକର ବିଚାର ପାଇଁ କୋର୍ଟଙ୍କ ଅନୁମତି ପରେ ତାକୁ ୨୦୧୬ ମସିହାରେ ଓଡ଼ିଶା ଫେରାଇ ଆଣିଥିଲା । ସେବେ ଠାରୁ ସେ ଚୌଦ୍ୱାର ଜେଲରେ ରହି ଆସୁଛି ।

ପରବର୍ତ୍ତୀ ସମୟରେ କ୍ରାଇମ ବ୍ରାଞ୍ଚ ଅବଦୁର ନାଁରେ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା । ସେଥିରେ ସେ ଅନେକ ସନ୍ଦିଗ୍ଧ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଉଲ୍ଲେଖ କରାଯାଇଛି । ଦିଲ୍ଲୀ ପୋଲିସ ମଧ୍ୟ ୨୦୧୬ ଜାନୁଆରୀ ମାସରେ ଅବଦୁର ସହିତ ମୋଟ ୧୬ ଜଣଙ୍କ ନାଁ ରେ ଚାର୍ଜସିଟ ଦାଖଲ କରିସାରିଛି ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 24, 2020, 8:07 PM IST
corona virus btn
corona virus btn
Loading